ETV Bharat / science-and-technology

Threads New Feature: X ଭଳି ଫିଚର ଆଣିଲା ଥ୍ରେଡ୍ସ, ୟୁଜର୍ସ ପାଇବେ ଏହି ସୁବିଧା

author img

By

Published : Aug 18, 2023, 4:41 PM IST

ଥ୍ରେଡ୍ସ ଆପରେ ଆସିଲା ପ୍ରତିଦ୍ବନ୍ଦୀ ଆପ ଏକ୍ସ ଭଳି ଫିଚର । ଏଣିକି ଆପରେ ରିପୋଷ୍ଟ ଅପ୍ସନ ପାଇପାରିବେ ୟୁଜର୍ସ । ଅଧିକ ପଢନ୍ତୁ

Threads New Feature
Threads New Feature

ହାଇଦ୍ରାବାଦ: ଥ୍ରେଡ୍ସ ଆପରେ ଟ୍ରାଫିକ ବଜାୟୀ ରଖିବା ପାଇଁ ପ୍ରୟାସ ଜାରି ରଖିଛି ମେଟା । ଏହାରି ଭିତରେ ଆଜି ଆଉ ଏକ ଫିଚର ଲଞ୍ଚ କରିଛି । ୟୁଜର୍ସଙ୍କୁ ରିପୋଷ୍ଟ ଅପ୍ସନ ଦେଇଛି ଥ୍ରେଡ୍ସ । ଯେତେବେଳେ ଆପଣ ଆପରେ ପୋଷ୍ଟ କରିଥିବା ଏକ ପେଷ୍ଟକୁ ରିପୋଷ୍ଟ କରିବେ ତାହା ପ୍ରୋଫାଇଲ ଭିତରେ ଦେଖାଯିବ । ପ୍ରୋଫାଇଲର ଫଲୋଇଂ ଟ୍ୟାବରେ ଦେଖିପାରିବେ ୟୁଜର୍ସ ।

ଥ୍ରେଡ୍ସର ୟୁଜର ବେସ୍ ବନାଇ ରଖିବା ପାଇଁ ମେଟା କ୍ରମାଗତ ଭାବରେ ଆପକୁ ଡେଭଲପ କରିବା ସହିତ ନୂଆ ନୂଆ ଫିଚର ରୋଲ ଆଉଟ ଜାରି ରହିଛି । ଏହା ସତ୍ତ୍ବେ ମଧ୍ୟ ଥ୍ରେଡ୍ସରୁ ମୁହଁ ଫେରାଇ ନେଉଛନ୍ତି ୟୁଜର୍ସ । ନିକଟରେ ଏକ ରିପୋର୍ଟରେ କୁହାଯାଇଛି ଯେ, ଥ୍ରେଡ୍ସ ଲଞ୍ଚ ହେବାର ଏକ ମାସ ପରେ ୟୁଜରବେସ 80 ପ୍ରତିଶତ ହ୍ରାସ ପାଇଛି । ରିପୋର୍ଟ ଅନୁଯାୟୀ, ଜୁଲାଇ 7ରେ ମେଟାର ଥ୍ରେଡସ୍ ଆଣ୍ଡ୍ରଏଡ୍ ଆପରେ 49.3 ମିଲିୟନ୍ ଟ୍ରାଫିକ୍ ଦେଖାଯାଇଥିଲା । ଯାହା ବର୍ତ୍ତମାନ ମାତ୍ର 10.3 ମିଲିୟନକୁ ଖସି ଆସିଛି । ଆମେରିକାରେ ମଧ୍ୟ ଟ୍ରାଫିକ କମ ହେଉଥିବା ନେଇ ରିପୋର୍ଟରେ କୁହାଯାଉଛି ।

ଇନଷ୍ଟାଗ୍ରାମ ହେଡ ଆଡାମ ମୋସେରୀ ଘୋଷଣା କରିଛନ୍ତି ଯେ,"ଥ୍ରେଡ୍ସ ଆପରେ ରିପୋଷ୍ଟ ଫିଚର ରୋଲଆଉଟ କରୁଛି । ଫଲୋଇଂ ଫିଡରେ ରେପୋଷ୍ଟ ଯୋଡି ହେବାକୁ ଯାଉଛି । ଆମେ ଆପଣଙ୍କର ପ୍ରୋଫାଇଲରେ ଏକ ନୂଆ ରିପୋଷ୍ଟ ଫିଚର ଲଞ୍ଚ ହେବାକୁ ଯାଉଛି । ଏହା ଦ୍ବାରା ଆପଣ ପୋଷ୍ଟକୁ ରିପୋଷ୍ଟ କରିପାରିବେ । ଏହାସହ ଏହି ଫିଚର ଦ୍ବାରା ଆପଣ ରିପୋଷ୍ଟ କରିଥିବା ପୋଷ୍ଟକୁ ଏକ ସ୍ଥାନରେ ଦେଖିପାରିବେ । ଆମେ ଆପଣଙ୍କର ପ୍ରତିକ୍ରିୟା ଆଧାରରେ ଆପରେ ଏହି ରିପୋଷ୍ଟ ଫିଚର ରୋଲଆଉଟ କରୁଛୁ।"

ଏହା ମଧ୍ୟ ପଢନ୍ତୁ: Meta Threads: ପୁଣି କମିଲା ଥ୍ରେଡ୍ସ ଟ୍ରାଫିକ୍‌, 79 ପ୍ରତିଶତ ଡାଉନ୍‌

ଏହା ମଧ୍ୟ ପଢନ୍ତୁ: Threads New Feature: ପୁଣି ବଢିବ ଷ୍ଟ୍ରାଇକ, ମେଟା CEO ଘୋଷଣା କଲେ ନୂଆ ଫିଚର

ଗତ ସପ୍ତାହରେ, ମେଟା ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ ଥ୍ରେଡ୍ସ ପାଇଁ ଏକ ନୂଆ ଫିଚର ଘୋଷଣା କରିଥିଲେ। ଏହି ଫିଚର ଦ୍ବାରା ଆପଣ ଥ୍ରେଡ୍ସ ଆପ୍‌ରେ ପୋଷ୍ଟ କରିଥିବା ପୋଷ୍ଟକୁ ଇନ୍‌ଷ୍ଟାଗ୍ରାମରେ ସେୟାର କରିପାରିବେ । ଏନେଇ ଏକ ଅପ୍ସନ ମିଳିବ । ଇନ୍‌ଷ୍ଟାଗ୍ରାମରେ ଏହି ପୋଷ୍ଟ ସେୟାର ହେବା ଦ୍ବାରା ଲୋକ ପୋଷ୍ଟ ଉପରେ କ୍ଲିକ୍‌ କରିବା ମାତ୍ରେ ଥ୍ରେଡ୍ସ ଆପ ଖୋଲିବ । ଯାହାକି କମ୍ପାନୀର ଟ୍ରାଫିକ ବୃଦ୍ଧି ହେବାରେ ସହାୟକ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.