ETV Bharat / science-and-technology

Meta Threads: ପୁଣି କମିଲା ଥ୍ରେଡ୍ସ ଟ୍ରାଫିକ୍‌, 79 ପ୍ରତିଶତ ଡାଉନ୍‌

author img

By

Published : Aug 14, 2023, 5:49 PM IST

ମେଟାର ଥ୍ରେଡ୍ସ ଆପର ଷ୍ଟ୍ରାଇକ୍‌ ଲଗାତାର କମ ହେବାରେ ଲାଗିଛି । 3 ମିନିଟରୁ ଅଧିକ ସମୟ ବ୍ୟବହାର କରୁନାହାନ୍ତି ୟୁଜର୍ସ । ଅଧିକ ପଢନ୍ତୁ

Meta Threads
Meta Threads

ହାଇଦ୍ରାବାଦ: ଟ୍ରାଫିକ୍‌ ବଜାୟ ରଖିପାରୁନି ଥ୍ରେଡ୍ସ ଆପ୍‌ । ପ୍ରାରମ୍ଭରେ ଭଲ ପ୍ରଦର୍ଶନ କରିବା ପରେ, ମେଟାର ଥ୍ରେଡ୍ସ ଆପର ଟ୍ରାଫିକ୍ କ୍ରମାଗତ ଭାବେ ହ୍ରାସ ପାଉଛି । ସିମିଲାର ୱେବ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, "ଥ୍ରେଡ୍ସ ଆପ୍‌ରେ ଏକ ମାସ ମଧ୍ୟରେ ଟ୍ରାଫିକରେ 79 ପ୍ରତିଶତ ହ୍ରାସ ଘଟିଛି । ଲୋକମାନେ ଆଉ ଥ୍ରେଡ୍ସ ବ୍ୟବହାର କରିବାକୁ ପସନ୍ଦ କରୁନାହାନ୍ତି ।"

ରିପୋର୍ଟ ଅନୁଯାୟୀ, ଜୁଲାଇ 7ରେ ଥ୍ରେଡ୍ସ ଆଣ୍ଡ୍ରଏଡ ଆପ୍‌ରେ 49.3 ମିଲିୟନ ଟ୍ରାଫିକ୍‌ ରହିଥିଲା । ହେଲେ ବର୍ତ୍ତମାନ ଏହା 10.3 ମିଲିୟନକୁ ଖସି ଆସିଛି । ଅନ୍ୟପଟେ ଥ୍ରେଡ୍ସ ଆପ୍‌ରେ ୟୁଜର୍ସ ବିତାଉଥିବା ସମୟରେ ମଧ୍ୟ କମ ହୋଇଥିବା ଦେଖାଯାଇଛି । ବିଶ୍ବରେ ବ୍ୟକ୍ତିମାନେ ଥ୍ରେଡ୍ସ ଆପରେ ପ୍ରାୟ ହାରାହାରି 14 ମିନିଟ ସମୟ ବିତାଉଥିଲେ । ଏହାରି ଭିତରେ 7 ଜୁଲାଇରେ ଆମେରିଆରେ ହାରାହାରି 21 ମିନିଟ ସମୟ ବିତାଉଥିଲେ ୟୁଜର୍ସ । ହେଲେ ମାସେ ଭିତରେ ପ୍ରାୟ 70 ପ୍ରତିଶତ ତଳକୁ ଖସିଛି ଟ୍ରାଫିକ । ବର୍ତ୍ତମାନ ଥ୍ରେଡ୍ସ ଆପ୍‌ରେ 3 ମିନିଟ ସମୟ ବିତାଉଛନ୍ତି ୟୁଜର୍ସ ।

ଏକ୍ସରେ କେତେ ସମୟ ବିତାଉଛନ୍ତି ୟୁଜର୍ସ: ଥ୍ରେଡ୍ସର ପ୍ରତିଯୋଗୀ ଟ୍ୱିଟର ଆପ୍ ବିଷୟରେ କହିବାକୁ ଗଲେ, ଏଥିରେ ବର୍ତ୍ତମାନ ୟୁଜର୍ସ ସଂଖ୍ୟା 100 ମିଲିୟନରୁ ଅଧିକ ରହିଛି । ଏହି ଆପ୍‌ରେ ଲୋକେ ପ୍ରତିଦିନ ହାରାହାରି 25 ମିନିଟ ସମୟ ବିତାଉଛନ୍ତି । ତେବେ ଏଥରୁ ସ୍ପଷ୍ଟ ହେଉଛି ଯେ, ଲେକମାନେ ଏଲନ୍‌ ମସ୍କଙ୍କ ଏକ୍ସକୁ ପସନ୍ଦ କରୁଛନ୍ତି । ଆଗାମୀ ଦିନରେ ମଧ୍ୟ ଏହି ସମୟ ଆହୁରି ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: Threads New Feature: ପୁଣି ବଢିବ ଷ୍ଟ୍ରାଇକ, ମେଟା CEO ଘୋଷଣା କଲେ ନୂଆ ଫିଚର

ଟ୍ରାଫିକକୁ ବଜାୟ ରଖିବାରେ ଫେଲ ମାରିଲା ଥ୍ରେଡ୍ସ:

ମେଟା ଜୁଲାଇରେ ଥ୍ରେଡ୍ସ ଆପ୍ ଲଞ୍ଚ କରିଥିଲା । ଏହି ଆପ୍ ମାତ୍ର 5 ଦିନରେ 100 ମିଲିୟନ୍ ୟୁଜର୍ ବେସ୍ ହାସଲ କରିଥିଲା । ଏତେ କମ୍ ସମୟ ମଧ୍ୟରେ 100 ମିଲିୟନ୍ ହାସଲ କରିବାକୁ ଏହା ହେଉଛି ଏକମାତ୍ର ଆପ୍‌ । ତେବେ ଏକ ମାସ ମଧ୍ୟରେ ଟ୍ରାଫିକ୍‌ ବର୍ତ୍ତମାନ75 ପ୍ରତିଶତରୁ 80 ପ୍ରତିଶତକୁ ହ୍ରାସ ପାଇଛି । ତେବେ କିଛି ୟୁଜର୍ସଙ୍କ କହିବା ଅନୁସାରେ, ଥ୍ରେଡ୍ସ ଆପ୍‌ରେ ଟ୍ବିଟର ଭଳି ସୁବିଧା ନାହିଁ । ତେବେ ଥ୍ରେଡ୍ସ ପ୍ରତି ୟୁଜର୍ସଙ୍କୁ ଆକୃଷ୍ଟ କରିବା ପାଇଁ ଜୁକରବର୍ଗ ଆପରେ ଏକ ପ୍ରକାର ନୂଆ ଫିଚର ଆଣିଥିଲେ ହେଁ କୌଣସି ସୁଫଳ ମିଳିପାରି ନାହିଁ । ୟୁଜର୍ସ ଥ୍ରେଡ୍ସକୁ ଛାଡ଼ି ଏକ୍ସ ପ୍ରତି ଆକୃଷ୍ଟ ହେଉଥିବା କୁହାଯାଇଛି । ମସ୍କ ଏବଂ ଜୁକରବର୍ଗଙ୍କ ମଧ୍ୟରେ ଫାଇଟରେ ମସ୍କ ବାଜି ମାରିନେଇଥିବା ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.