ETV Bharat / science-and-technology

Meta Layoffs: ପୁଣି ଛଟେଇ କରିବ ମେଟା, ପ୍ରଭାବିତ ହେବେ 10 ହଜାର କର୍ମଚାରୀ

author img

By

Published : May 25, 2023, 10:57 AM IST

ଘୋଷଣା ହେଲା ମେଟାର ଦ୍ବିତୀୟ ପର୍ଯ୍ୟାୟ ଛଟେଇ ତାଲିକା । ପୁଣି ପ୍ରଭାବିତ ହେବେ 10ହଜାର କର୍ମଚାରୀ । ଅଧିକ ପଢନ୍ତୁ

Meta Layoffs
Meta Layoffs

ହାଇଦ୍ରାବାଦ: ମେଟାରେ ଛଟେଇ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ଏବେ ପୁଣି ଛଟେଇ କରିବା ନେଇ ନିଷ୍ପତ୍ତି ନେଇଛି ଫେସବୁକ୍‌, ହ୍ବାଟ୍ସଆପ୍‌ର ପ୍ୟାରେଣ୍ଟ କମ୍ପାନି ମେଟା । ମେଟା ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ, ହ୍ବାଟସଆପ ଏବଂ ଇନଷ୍ଟାଗ୍ରାମରୁ ପ୍ରାୟ 10 ହଜାର କର୍ମଚାରୀଙ୍କୁ ବିଦା କରିବା ନେଇ ନିଷ୍ପତ୍ତି ନେଇଛି । ଏହା ପୂର୍ବରୁ 2022 ନଭେମ୍ବରରେ ମଧ୍ୟ 11 ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା । ଅର୍ଥାତ୍ ସେହି ସମୟରେ 13% କର୍ମଜୀବୀ ପ୍ରଭାବିତ ହୋଇଥିଲେ ।

ମେଟା ପ୍ଲାଟଫର୍ମର ଏହି 10ହଜାର କର୍ମଚାରୀଙ୍କୁ ଛଟେଇ କରିବା ପରେ କର୍ମଚାରୀଙ୍କ ସଂଖ୍ୟା 2021 ମସିହାରେ ରହିଥିବା କର୍ମଚାରୀଙ୍କ ସଂଖ୍ୟା ସହ ସମାନ ହୋଇଯିବ । ସୂଚନାଅନୁସାରେ କୋରୋନା (କୋଭିଡ୍ -19) ସମୟ 2020 ମସିହା ଠାରୁ କମ୍ପାନୀ ଅଧିକ ମାତ୍ରାରେ ନିଯୁକ୍ତି କରିଆସୁଥିଲା । ଫଳରେ କମ୍ପାନୀରେ କର୍ମଚାରୀଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଥିଲା । ଏହାପର ଠାରୁ ଡିସେମ୍ବର ମାସରେ ଛଟେଇ କରିଥିବା ବେଳେ ଏବେ ପୁଣି ଛଟେଇ କରିବା ନେଇ ନିଷ୍ପତ୍ତି ନେଇଛି । ଛଟେଇ ନେଇ ଲିଙ୍କଡଇନ ମାଧ୍ୟମରେ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଛଟେଇରେ ଆଡ ସେଲ୍ସ ଟିମ, ମାର୍କେଟିଙ୍ଗ ଏବଂ ପାର୍ଟନରସିପ ଟିମ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: LinkedIn Layoffs: ଛଟେଇ କଲା ଲିଙ୍କଡଇନ୍, 700ରୁ ଅଧିକ କର୍ମଚାରୀ ପ୍ରଭାବିତ

ତେବେ ପ୍ରକାଶଥାଉକି, ମାର୍ଚ୍ଚ ମାସରେ ମେଟା ମୁଖ୍ୟ କାର୍ଯ୍ୟନିର୍ବାହୀ ମାର୍କ ଜୁକରବର୍ଗ କହିଥିଲେ, "ଅଭିବୃଦ୍ଧି କ୍ଷେତ୍ରରେ ଅଳ୍ପ ସଂଖ୍ୟକ ପୁଞ୍ଜି ବିନିଯୋଗ ଉପରେ କମ୍ପାନୀ ଧ୍ୟାନ ଦେବ । 2023 ଶେଷ ସୁଦ୍ଧା ଆମ ସଂଗଠନର ଆକାର ବର୍ତ୍ତମାନ ତୁଳନାରେ ସମାନ କିମ୍ବା ଟିକିଏ ଛୋଟ ହେବ । ତିନି ମାସ ମଧ୍ୟରେ ତିନିଟି ପର୍ଯ୍ୟାୟରେ କମ୍ପାନୀ ପକ୍ଷରୁ ଦ୍ବିତୀୟ ରାଉଣ୍ଡ ଛଟେଇ କରାଯିବ । ଇଞ୍ଜିନିୟରିଂ ପଦବୀରେ ରହିଥିବା କର୍ମଚାରୀଙ୍କ ସଂଖ୍ୟା ଅଧିକ ରହିବ । ଏପ୍ରିଲ ମାସରେ 4000 କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା ।"

ଗତ କିଛି ମାସ ମଧ୍ୟରେ ରାଜସ୍ୱ ହ୍ରାସ, ମୁଦ୍ରାସ୍ଫୀତି ଏବଂ ଡିଜିଟାଲ ବିଜ୍ଞାପନରେ ହ୍ରାସ ହେବା ଫଳରେ ମେଟା ତରଫରୁ ଛଟେଇ କରିବା ନେଇ ନିଷ୍ପତ୍ତି ନିଆଯାଇଛି । କୋରୋନା କଳାରୁ ଏହି ସବୁଥିରେ କମ୍ପାନୀ କ୍ଷତି ସହିଆସୁଛି । ମେଟା ମେଟାଭର୍ସର ରିଭଲିଟି ଲ୍ୟାବ ବିଭାଗରେ କୋଟି କୋଟି ଡଲାର ବିନିଯୋଗ କରିଛି । ଯଦିଓ ଏହି ୟୁନିଟ୍ 13.7 ବିଲିୟନ ଡ଼ଲାର କ୍ଷତି ସହିଛି । ଏହାପୂର୍ବରୁ ନଭେମ୍ବର 2022ରେ, ମେଟା ଏହାର 11,000 କର୍ମଚାରୀଙ୍କୁ ବିଦା କରିଥିଲା । ତେବେ ଲିଙ୍କଡଇନ କର୍ମଚାରୀଙ୍କୁ ଛଟେଇ କରିବା ନେଇ ଗତ ମେ 10 ତାରିଖରେ ଘୋଷଣା କରିଥିଲା । ଲିଙ୍କଡଇନ୍ ବ୍ୟବସାୟ ପ୍ରଫେସନାଲମାନଙ୍କ ପାଇଁ ସୋସିଆଲ୍ ମିଡିଆ ସାଇଟ୍, 716 ଜଣ କର୍ମଚାରୀଙ୍କ ଛଟେଇ ଘୋଷଣା କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.