ETV Bharat / science-and-technology

Twitter Like App: ଟ୍ବିଟରକୁ ଟକ୍କର ଦେବ ମେଟା, ଜୁନ ଭିତରେ ଆଣିବ ବିକଳ୍ପ

author img

By

Published : May 21, 2023, 1:31 PM IST

ଟ୍ବିଟରକୁ ଟକ୍କର ଦେବ ମେଟା ଦ୍ବାରା ପରିଚାଳିତ ଇନଷ୍ଟାଗ୍ରାମ । ଜୁନ ଭିତରେ ଇନଷ୍ଟାଗ୍ରାମ ଏକ ନୂଆ ଆପ ଲଞ୍ଚ କରିବା ପାଇଁ ଯାଉଛି, ଯେଉଁଥିରେ ଟ୍ବିଟର ଭଳି ସମସ୍ତ ସୁବିଧା ପାଇପାରିବେ ୟୁଜର୍ସ । ଅଧିକ ପଢନ୍ତୁ

Twitter Like App
Twitter Like App

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି । ଆଜିକା ସମୟରେ ଅନେକ ଲୋକ ସୋସିଆଲ ମିଡିଆରେ ପ୍ରତ୍ୟେକ କଥା ସେୟାର କରିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ସହ 330 ମିଲିୟନ ସକ୍ରିୟ ଉପଭୋକ୍ତା ଯୋଡି ହୋଇ ରହିଛନ୍ତି । ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଟ୍ବିଟରକୁ ଟକ୍କର ଦେବ ଇନଷ୍ଟାଗ୍ରାମ । ମେଟା ଅଧିନରେ ପରିଚାଳିତ ହେଉଥିବା ଇନଷ୍ଟାଗ୍ରାମ ଏଲନ ମସ୍କଙ୍କ ଦ୍ବାରା ପରିଚାଳିତ ଟ୍ବିଟରକୁ ଟକ୍କର ଦେବା ପାଇଁ ସ୍ଥିର କରିଛି ।

ଇନଷ୍ଟାଗ୍ରାମ ଏକ ନୂଆ ଆପ ବିକଶିତ କରୁଛି ଯାହା ଜୁନ ମାସ ସୁଦ୍ଧା ଲଞ୍ଚ କରିବା ନେଇ ସମ୍ଭାବନା ରହିଛି । ପ୍ରକାଶ ହୋଇଥିବା ଏକ ରିପୋର୍ଟ ଅନୁସାରେ, ଲୋକଙ୍କ ସହ ଯୋଡି ହୋଇ ରହିବା ପାଇଁ ଜୁନ ସୁଦ୍ଧା ଏକ ଟ୍ବିଟର ଭଳି ଏକ ଆପ ଲଞ୍ଚ ହେବାକୁ ଯାଉଛି । ଏହି ପ୍ରକଳ୍ପର ନାମ ଏବେ ପି92 ଏବଂ ବାର୍ସିଲୋନା ରଖାଯାଇଛି । ନୂତନ ଆପର ବର୍ଣ୍ଣନା କରି କୁହାଯାଇଛି," ଇନଷ୍ଟାଗ୍ରାମ ଭଳି ଏହି ଆପରେ ମଧ୍ୟ ପ୍ରଶଂସକଙ୍କ ସହ ଯୋଡି ହୋଇ କଥାବାର୍ତ୍ତା ହୋଇପାରିବେ । ଏହା ବ୍ୟତିତ ଲିଙ୍କ ଫଟୋ ଏବଂ ଭିଡିଓ ମଧ୍ୟ ଅପଲୋଡ କରିପାରିବେ । ଏହି ଆପ ଟ୍ବିଟର ଏବଂ ଇନଷ୍ଟାଗ୍ରାମର ମିଶ୍ରଣ ଭଳି ମନେ ହେବ । ଇନଷ୍ଟାଗ୍ରାମ ଏବଂ ଟ୍ବିଟର କିଛି ଫିଚର ଏହି ପି 92ରେ ରହିବ । ଆପଣ ଫଟୋ, ଭିଡିଓ, ଲିଙ୍କ ପୋଷ୍ଟ କରିବା ସହ ଲାଇକ ଏବଂ କମେଣ୍ଟ ମଧ୍ୟ ଦେଇପାରିବେ।"

ଏହା ମଧ୍ୟ ପଢନ୍ତୁ: Gaming Laptops: ଖେଳପ୍ରେମୀ ପାଇଁ ଡେଲ ଆଣିଲା ନୂଆ ଲାପଟପ, ରହିଛି ଏସବୁ ସୁବିଧା

ଆହୁରି ମଧ୍ୟ କୁହାଯାଇଛି, ଇନଷ୍ଟାଗ୍ରାମ ପକ୍ଷରୁ ଲଞ୍ଚ କରାଯାଉଥିବା ଏହି ଆପରେ ଆପଣ ଟ୍ବିଟର ଭଳି ପୋଷ୍ଟ କରିପାରିବେ । ଯେଉଁ ଆକାଉଣ୍ଟକୁ ଆପଣ ବ୍ଲକ କରୁଛନ୍ତି, ସେହି ଆକାଉଣ୍ଟକୁ ଇନଷ୍ଟାଗ୍ରାମରୁ ହଟାଇ ଦିଆଯାଉଛି । ଉକ୍ତ ଉପଭୋକ୍ତା ଚାହିଁଲେ ମଧ୍ୟ ଆପଣଙ୍କ ସହ ଯୋଡି ହୋଇପାରିବନାହିଁ । ଏହାସହ ସମସ୍ତଙ୍କୁ ସୁରକ୍ଷିତ ରଖିବା ପାଇଁ ସମାନ ଗାଇଡଲାଇନ ତିଆରି କରିବୁ । ଯଦି ଆପଣଙ୍କର ଏକ ସାର୍ବଜନୀନ କିମ୍ବା ବ୍ୟକ୍ତିଗତ ପ୍ରୋଫାଇଲ୍ ଅଛି ତେବେ ଆପଣ ନିଜ ଇଚ୍ଛା ଅନୁସାରେ ଫଲୋର୍ସଙ୍କ ନିବେଦନକୁ ଗ୍ରହଣ କରିପାରିବେ ବା ଫଲୋ ରିକ୍ୟୁଷ୍ଟକୁ ଆସେପ୍ଟ କରିପାରିବେ । ଏହାପରେ ୟୁଜର୍ସ ଆପଣଙ୍କ କଣ୍ଟେଣ୍ଟକୁ ସର୍ଚ୍ଚ କରିପାରିବେ କିମ୍ବା ଦେଖିପାରିବେ । ଏହାସହ ଆପଣଙ୍କ ପୋଷ୍ଟକୁ ସେୟାର ମଧ୍ୟ କରିପାରିବେ । ଇନଷ୍ଟାଗ୍ରାମର ଏହି ଟ୍ବିଟର ବେସ ଆପ ଟାଇମଲାଇନରେ ଟ୍ବିଟର ଭଳି ପୋଷ୍ଟ କରିବା ପାଇଁ ସୁବିଧା ଯୋଗାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.