ETV Bharat / science-and-technology

ଏଣିକି ଫୁଲ ହେବନି ଷ୍ଟୋରେଜ, ଜିମେଲରେ ଆସିଲା ଅନସବସ୍କ୍ରାଇବ ଅପ୍ସନ

author img

By ETV Bharat Odisha Team

Published : Dec 26, 2023, 5:34 PM IST

Unsubscribe Emails on Gmail App: ଏଣିକି ଜିମେଲ ଫୁଲ ହେବା ନେଇ ସମସ୍ୟା ଭୋଗିବେନି ୟୁଜର୍ସ। ଜିମେଲରେ ଆସିଲା ଅନସବସ୍କ୍ରାଇବ ଅପ୍ସନ। ଅଧିକ ପଢନ୍ତୁ

Unsubscribe Emails on Gmail App
Unsubscribe Emails on Gmail App

ହାଇଦ୍ରାବାଦ: ପ୍ରାୟ ସମସ୍ତଙ୍କ ଜିମେଲ ଆପକୁ ପ୍ରମୋସନାଲ ମେଲ ଆସୁଥିବ। ଏହା ଦ୍ବାରା ଷ୍ଟୋରେଜ ଶୀଘ୍ର ଭର୍ତ୍ତି ହୋଇଯାଇଥାଏ। ଯଦି ଏହାକୁ ମଝିରେ ମଝିରେ ଡିଲିଟ କରାନଯାଏ, ତେବେ ଆକାଉଣ୍ଟ ଷ୍ଟୋରେଜ କମ୍ ହୋଇଯାଇଥାଏ। ଏହାସହ ଷ୍ଟୋରେଜ ଫୁଲ ହେବା ପରେ ନୂଆ ଇମେଲ ଖୋଜିବା ମଧ୍ୟ କଷ୍ଟକର ହୋଇଥାଏ। ତେବେ ଏଣିକି ହେବନି ଏହି ସମସ୍ୟା। ଗୁଗଲ ଜିମେଲରେ ଆସିଲା Unsubscribe ଅପ୍ସନ। ତେବେ ଏହି ଅପ୍ସନ ଜିମେଲରେ ସର୍ବନିମ୍ନ କିମ୍ବା ତିନୋଟି ବଟନ ଅପ୍ସନରେ ରହିଛ୍। ଏହି ନୂଆ ଅପଡେଟରେ କମ୍ପାନୀ iOSରେ Unsubscribe ଅପ୍ସନ ଦେଇଛି। ଏହା ଦ୍ବାରା ୟୁଜର୍ସ ଅତି ସହଜରେ ମେଲରୁ ମୁକ୍ତି ପାଇପାରିବେ। କିନ୍ତୁ ବର୍ତ୍ତମାନ ଏହି ଅପଡେଟ iOS ପାଇଁ ଉପଲବ୍ଧ ହୋଇଥିବା ବେଳେ ଖୁବଶୀଘ୍ର ଆଣ୍ଡ୍ରୋଏଡ ୟୁଜର୍ସଙ୍କୁ ମଧ୍ୟ ମିଳିବ ଏହି ସୁବିଧା।

ପୂର୍ବରୁ ମିଳିଥିଲା ଏହି ଅପ୍ସନ: କିଛି ଦିନ ପୂର୍ବରୁ ଆଣ୍ଡ୍ରୋଏଡ ଏବଂ ଆଇଓଏସରେ ସିଲେକ୍ଟ ଅଲ ଅପ୍ସନ ପ୍ରଦାନ କରିଥିଲା। ଏହା ସାହାଯ୍ୟରେ ୟୁଜର୍ସ ସହଜରେ ଗୋଟିଏ ଥରକେ 50 ମେସେଜ ଡିଲିଟ କରିବାର ସୁବିଧା ପାଉଥିଲେ। ପୂର୍ବରୁ ଆପରେ ଗୋଟିଏ ଗୋଟିଏ କରି ମେଲକୁ ଡିଲିଟ କରିବାକୁ ପଡୁଥିଲା। ଯାହା ଫଳରେ ମେଲ ଡିଲିଟ କରିବା କଷ୍ଟକର ହେଉଥିଲା। ଗୋଟିଏ ସାଙ୍ଗରେ ମେଲ୍ ଡିଲିଟ କରିବାର ଅପ୍ସନ ନଥିଲା। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୁଗଲ ୟୁଜର୍ସଙ୍କୁ ଏକ ନୂଆ ଅପ୍ସନ ପ୍ରଦାନ କରିଛି। ଏହାସହ ପରବର୍ତ୍ତି ସମୟରେ କମ୍ପାନୀ ଆପରେ ଏଆଇ ସପୋର୍ଟ ମଧ୍ୟ ପ୍ରଦାନ କରିବ । ଯାହା ଦ୍ବାରା ପୂର୍ବ ତୁଳନାରେ କାମ ଆହୁରି ମଧ୍ୟ ସହଜ ହେବ।

ଏହା ମଧ୍ୟ ପଢନ୍ତୁ: ଆଉ ରହିବନି ସ୍ପାମ ମେସେଜ ଚିନ୍ତା, ଜିମେଲରେ ଆସିବାକୁ ଯାଉଛି AI ପାଓ୍ବାର ସ୍ପାମ୍‌ ଡିଟେକ୍ସନ

ଓ୍ବେବ ଭର୍ସନରେ କରିହେବ Add On: ଜିମେଲର ଓ୍ବେବ ଭର୍ସନରେ ଆଡ ଅନ ଫିଚରର ବ୍ୟବହାର କରିପାରିବେ। ଏହା ଦ୍ବାରା ଜିମେଲ ଆକଉଣ୍ଟରେ ଏଆଇର ଉପଯୋଗ କରିବା ସମ୍ଭବ ହେବ। ତବେ ଅନେକ ଆପ ଡାଉନଲୋଡ କରି ଉପଯୋଗ କରିବା ପାଇଁ ସୁଯୋଗ ଦେଇଥାଏ ଜିମେଲ। ଜିପିଟି ଫର ଜିମେଲ, ଏଆଇ ଇମେଲ ରାଇଟର, ରିପୋଷ୍ଟ ଫର ଜିମେଲ ଭଳି ଆପକୁ ଇନଷ୍ଟଲ କରି ଫାଇଦା ଉଠାଇ ପାରିବେ ୟୁଜର୍ସ।

ପ୍ରକାଶଥାଉକି, ଜିମେଲ୍‌ରେ ଜେନେରେଟ୍‌ ହେବାକୁ ଯାଉଛି AI ପାଓ୍ବାର ସ୍ପାମ୍‌ ଡିଟେକ୍ସନ ସିଷ୍ଟମ୍‌ । ଏହା ଦ୍ବାରା ଜିମେଲ୍‌ରେ ଆସୁଥିବା ସ୍ପାମ୍‌ ମେଲ୍‌ ସମସ୍ତ ଜିମେଲ ଠାରୁ ଅଲଗା ହୋଇଯିବ । ପୂର୍ବରୁ ଜିମେଲ୍‌ରେ ସ୍ପେସାଲ କ୍ୟାରେକ୍ଟର, ଇମୋଜି, ଟାଇପୋ ଏବଂ ଅନ୍ୟାନ୍ୟ ଟୁଲ୍‌ର ବ୍ୟବହାର କରାଯାଇ ସିକ୍ୟୁରିଟି ଫିଲ୍ଟରକୁ ବାଇପାସ କରିବାକୁ ଚେଷ୍ଟା କରାଯାଉଥିଲା। କିନ୍ତୁ ବର୍ତ୍ତମାନ ସ୍ପାମ ମେଲକୁ ରୋକିବାକୁ AI ପାଓ୍ବାର ସ୍ପାମ ଡିଟେକ୍ସନ ସିଷ୍ଟମ ଜେନେରେଟ କରାଯିବା ନେଇ ସୂଚନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.