ETV Bharat / science-and-technology

ଆଉ ରହିବନି ସ୍ପାମ ମେସେଜ ଚିନ୍ତା, ଜିମେଲରେ ଆସିବାକୁ ଯାଉଛି AI ପାଓ୍ବାର ସ୍ପାମ୍‌ ଡିଟେକ୍ସନ

author img

By ETV Bharat Odisha Team

Published : Dec 6, 2023, 11:15 AM IST

ଖୁବଶୀଘ୍ର AI ପାଓ୍ବାର ସ୍ପାମ ଡିଟେକ୍ସନ୍‌ ରୋଲଆଉଟ କରିବାକୁ ଯାଉଛି ଗୁଗଲ। ଆଉ ରହିବନି ସ୍ପାମ ମେସେଜ ଚିନ୍ତା । ଅଧିକ ପଢ଼ନ୍ତୁ

Spam mail will be controlled in Gmail
Spam mail will be controlled in Gmail

ହାଇଦ୍ରାବାଦ: ଦୂର ହେବ ସ୍ପାମ୍‌ ମେଲ୍ ସମସ୍ୟା । ଜିମେଲ୍‌ରେ ଜେନେରେଟ୍‌ ହେବାକୁ ଯାଉଛି AI ପାଓ୍ବାର ସ୍ପାମ୍‌ ଡିଟେକ୍ସନ ସିଷ୍ଟମ୍‌ । ଏହା ଦ୍ବାରା ଜିମେଲ୍‌ରେ ଆସୁଥିବା ସ୍ପାମ୍‌ ମେଲ୍‌ ଅଲଗା ହୋଇଯିବ । ପୂର୍ବରୁ ଜିମେଲ୍‌ରେ ସ୍ପେସାଲ କ୍ୟାରେକ୍ଟର, ଇମୋଜି, ଟାଇପୋ ଏବଂ ଅନ୍ୟାନ୍ୟ ଟୁଲ୍‌ର ବ୍ୟବହାର କରାଯାଇ ସିକ୍ୟୁରିଟି ଫିଲ୍ଟରକୁ ବାଇପାସ କରିବାକୁ ଚେଷ୍ଟା କରାଯାଉଥିଲା। କିନ୍ତୁ ବର୍ତ୍ତମାନ ସ୍ପାମ ମେଲକୁ ରୋକିବାକୁ AI ପାଓ୍ବାର ସ୍ପାମ ଡିଟେକ୍ସନ ସିଷ୍ଟମ ଜେନେରେଟ କରାଯିବା ନେଇ ସୂଚନା ରହିଛି । ଏହା ଦ୍ବାରା ସ୍ପାମ ମେଲ ନେଇ ଆଉ କୌଣସି ସମସ୍ୟା ରହିବ ନାହିଁ । ତେବେ ଜାଣନ୍ତୁ କଣ ଏହି AI ପାଓ୍ବାର ସ୍ପାମ ଡିଟେକ୍ସନ ଫିଚର

RETVec ଫିଲ୍ଟର କଣ ?: ବର୍ତ୍ତମାନ ସୁଦ୍ଧା ସ୍ପାମ୍‌ ମେଲ୍‌ ଏବଂ ଫିସିଙ୍ଗ ଆଟାକକୁ ରୋକିବା ପାଇଁ ଗୁଗଲ Resilient and Efficient Text Vectorizerର ଉପଯୋଗ କରି ଆସୁଥିଲା । ଯାହା ଟେକସ୍ଟ କ୍ଲାସିଫିକେସନ ମାଧ୍ୟମରେ ଅନାବଶ୍ୟକ ମେଲ୍‌କୁ ସିଲେକ୍ଟ କରିବାରେ ସାହାଯ୍ୟ କରୁଥିଲା । RETVec ସିଷ୍ଟମ ସାହାଯ୍ୟରେ ଗୁଗଲ ଜିମେଲ, ୟୁଟ୍ୟୁବ ଏବଂ ଗୁଗଲ ପ୍ଲେରେ ବିପଦଯୁକ୍ତ କଣ୍ଚେଣ୍ଟ ଏବଂ ଫିସିଙ୍ଗ ଆଟାକକୁ ରୋକିବାରେ ସାହାଯ୍ୟ କରୁଥିଲା । ମୋଟାମୋଟି ଭାବେ କହିବାକୁ ଗଲେ RETVec ଏକ ପ୍ରକାର ଫିଲ୍ଚର, ଯାହା ପ୍ରି ପ୍ରୋସେସିଂ ଷ୍ଚେପ୍ସ ବିନା କୌଣସି ଟିଏଫ(TensorFlow) ମେଡଲ ସହ ଯୁକ୍ତ କରାଯାଇପାରିବ ।

ଏହା ମଧ୍ୟ ପଢନ୍ତୁ: ଆଉ ରହିବନି ମେଲ ଡିଲିଟ ଟେନସନ, Gmail ଆପରେ ଆସିଲା Select All ଅପ୍ସନ

ଫୋନ୍‌ ଏବଂ ଓ୍ବେବ୍‌ରେ କିଭଳି ବ୍ୟବହାର କରିବେ: ଜିମେଲ୍‌ର ଏହି AI ପାଓ୍ବାର ସ୍ପାମ୍‌ ଡିଟେକ୍ସନର ବ୍ୟବହାର ଉଭୟ ଆଣ୍ଡ୍ରଏଡ, ଆଇଓଏସ ଏବଂ ଓ୍ବେବ୍‌ ଭର୍ସନରେ କରିହେବ । ଏହି ସ୍ପାମ୍‌ ଡିଟେକ୍ସନ ଦ୍ବାରା ଆଉ ସ୍ପାମ୍‌ ମେଲ କିମ୍ବା ଫିସିଂ ମେଲ୍ ଆସିବ ନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ଜିମେଲର ସୁରକ୍ଷା ପାଇଁ ଅନ୍ୟ ଲେୟର୍ସ ବ୍ୟବହାର ହେଉଥିଲା । ଯାହା ମାଧ୍ୟମରେ ଏହି ସ୍ପାମ୍‌ ମେଲଗୁଡ଼ିକର ବାଇପାସ ସମ୍ଭବ ହୋଇପାରୁଥିଲା । ବର୍ତ୍ତମାନ ଏହା ଡେଭଲପିଂ ଷ୍ଟେଜ୍‌ରେ ରହିଛି । ଏହାର ଅର୍ଥ ଏହା ଉପରେ କାର୍ଯ୍ୟ ଜାରି ରହିଥିବା ବେଳେ ଏହା ୟୁଜର୍ସଙ୍କ ପାଇଁ ରୋଲଆଉଟ୍‌ ହେବ ବୋଲି କୁହାଯାଇଛି ।

କହିରଖୁଛି କି, ଗୁଗୁଲ ମୋବାଇଲ ଆପ୍‌ରେ କିଛି ଦିନ ପୂର୍ବରୁ ସିଲେକ୍ଟ ଅଲ ଫିଚର ରୋଲଆଉଟ କରିଥିଲା । ଯାହା ସାହାଯ୍ୟରେ ୟୁଜର୍ସ ଏକରୁ ଅଧିକ ମେଲ୍‌କୁ ଏକାଥରେ ଡିଲିଟ୍‌ କରିପାରିବେ । ସୂଚନା ଅନୁସାରେ ଜଣେ ୟୁଜର୍ସ ଚାହିଁଲେ 50ରୁ ଅଧିକ ମେଲ୍‌କୁ ସିଲେକ୍ଟ ଅଲ କରି ଡିଲିଟ କରିପାରିବେ । କହିରଖୁଛୁ କି, ପୂର୍ବରୁ ଓ୍ବେବ୍‌ରେ ଏହି ସୁବିଧା ରହିଥିବା ବେଳେ ବର୍ତ୍ତମାନ ମୋବାଇଲ ଆପରେ ମଧ୍ୟ ଏହି ଉପଲବ୍ଧ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.