ETV Bharat / science-and-technology

X New Feature: Xରେ ହେଲା ଆଉ ଏକ ପରିବର୍ତ୍ତନ, ଏହି ୟୁଜର୍ସଙ୍କୁ ମିଳିବ ସ୍ବତନ୍ତ୍ର ସୁବିଧା

author img

By

Published : Aug 17, 2023, 1:10 PM IST

ଏଣିକି ପୋଷ୍ଟକୁ ହାଇଲାଇଟ କରିପାରିବେ ଏକ୍ସ ୟୁଜର୍ସ । ପେଡ ୟୁଜର୍ସମାନେ ଏହି ସୁବିଧା ପାଇବେ ବୋଲି କୁହାଯାଇଛି । ଅଧିକ ପଢନ୍ତୁ

X New Feature
X New Feature

ହାଇଦ୍ରାବାଦ: ଏଲନ ମସ୍କଙ୍କ ଏକ୍ସକୁ ନେଇ ଆସିଲା ଆଉ ଏକ ଅପଡେଟ । ଏଣିକି ନିଜ ପୋଷ୍ଟକୁ ହାଇଲାଇଟ କରିପାରିବେ ୟୁଜର୍ସ । ପେଡ ୟୁଜର୍ସମାନେ ହାଇଲାଇଟ୍ ଟ୍ୟାବ୍ ମାଧ୍ୟମରେ ସେମାନଙ୍କର କିଛି ପୋଷ୍ଟକୁ ହାଇଲାଇଟ୍ କରିବାର ସୁବିଧା ପାଇବେ । ଏନେଇ ଏକ ରିପୋର୍ଟରେ କୁହାଯାଇଛି । ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ହାଇଲାଟ ଫିଚର ବିଷୟରେ 'ଆବାଉଟ ଏକ୍ସ ପ୍ରିମିୟମ' ପେଜରେ ଅପଡେଟ କରିଥିବା ସୂଚନା ମିଳିଛି । ଫିଚର ଡେସକ୍ରିପ୍ସନରେ କୁହାଯାଇଛି ଯେ, "ନିଜର ବେଷ୍ଟ ଫଟୋକୁ ହାଇଲାଇଟ କରିପାରିବେ । ଏହା ଦ୍ବାରା ଆକାଉଣ୍ଟ ମଧ୍ୟ ଉନ୍ନତ ଭଳି ଦେଖାଯିବ ।"

  • I just added a highlights tab!

    Gonna start putting all my blacksmithing work in there for everyone to see. pic.twitter.com/icVxMxfqb7

    — Femboy Blacksmithing (@TheFemboyForge) August 6, 2023 " class="align-text-top noRightClick twitterSection" data=" ">

ଗତ କିଛି ଦିନ ହେବ X କିଛି ସ୍ବତନ୍ତ୍ର ୟୁଜର୍ସଙ୍କ ପାଇଁ ଏକ ନୂତନ 'ହାଇଲାଇଟ୍' ଟ୍ୟାବ୍ ରୋଲଆଉଟ କରୁଥିଲା । ତେବେ ଏହି ଫିଚର ବର୍ତ୍ତମାନ ସମସ୍ତ ପେଡ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହୋଇଛି । କହିରଖୁଛୁ କି, ଏକ୍ସ ସମସ୍ତ ୟୁଜର୍ସଙ୍କୁ ଏକ ଲାଟେଷ୍ଟ ପୋଷ୍ଟକୁ ହାଇଲାଇଟ କରିବାର ସୁବିଧା ପ୍ରଦାନ କରିଛି । ଏହା ଦ୍ବାରା ୟୁଜର୍ସ ଏକ ପୋଷ୍ଟକୁ ପିନ କରି ହାଇଲାଇଟ କରିପାରୁଥିଲେ । କିନ୍ତୁ ପିନ କରିବା ପାଇଁ ଗୋଟିଏ ପୋଷ୍ଟକୁ ହିଁ ସୁବିଧା ମିଳିପାରୁଥିଲା । କିନ୍ତୁ ଏଥିରେ ଏବେ ପରିବର୍ତ୍ତନ କରିଛି ଏକ୍ସ । ନିଜ ପେଡ ୟୁଜର୍ସଙ୍କ ପାଇଁ ହାଇଲାଇଟ ଟ୍ୟାବ ଫିଚର ପ୍ରଦାନ କରିଛି । ଏହି ଟ୍ୟାବରେ ନିଜ ଅନୁସାରୋ ପୋଷ୍ଟକୁ ହାଇଲାଇଟ କରିପାରିବେ ୟୁଜର୍ସ । ରିପୋର୍ଟରେ ଦର୍ଶାଯାଇଛି ଯେ ହାଇଲାଇଟ୍ ଟ୍ୟାବ୍ ଜଣେ କଳାକାରଙ୍କ କାର୍ଯ୍ୟକୁ ହାଇଲାଇଟ୍ କରିବା ପାଇଁ କିମ୍ବା ଜଣେ ଲେଖକଙ୍କ ପାଇଁ ସେମାନଙ୍କର ବହୁ ଲୋକପ୍ରିୟ ପ୍ରବନ୍ଧକୁ ହାଇଲାଇଟ୍ କରିବା ପାଇଁ ଉପଯୋଗୀ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ: X Ads Revenue Program: Xରୁ ଟଙ୍କା ରୋଜଗାର ଆହୁରି ହେଲା ସହଜ, ପରିବର୍ତ୍ତନ ହେଲା ମନିଟାଇଜେସନ ପଲିସି

ପେଡ ୟୁଜର୍ସମାନେ ପୋଷ୍ଟର 3 ନମ୍ବର ମେନୁରେ ଏହି ଫିଚର ପାଇପାରିବେ । ହାଇଲାଇଟ ଟ୍ୟାକକୁ ଚୟନ କରି ଯେକୌଣସି ପୋଷ୍ଟକୁ ହାଇଲାଇଟ କରିପାରିବେ । ତେବେ ଏକ୍ସର ଏହି ଫିଚରକୁ ନେଇ ଅନେକ ୟୁଜର୍ସ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କିଛି ଜଣ ଏହି ଫିଚର ଦ୍ବାରା ଉପକୃତ ହେବେ ବୋଲି କହିଥିବା ବେଳେ ଆଉ କିଛି ୟୁଜର୍ସ ଏହାକୁ ଏକ ଚାଲ୍ ବୋଲି କହିଛନ୍ତି । ୟୁଜର୍ସଙ୍କୁ ପ୍ରିମିୟମ ମେମ୍ବରସିପ କରିବା ପାଇଁ ଏହା ଏକ ଲୋଭନୀୟ ଅଫର ବୋଲି କହିଛନ୍ତି ।

ନିକଟରେ ମନିଟାଇଜିଂ ପଲିସିରେ ପରିବର୍ତ୍ତନ କରିଥିଲା ଏକ୍ସ । ମନିଟାଇଜେସନ ପଲିସିରେ ଇମ୍ପ୍ରେସନ ଏବଂ ଫୋଲର୍ସ ସଂଖ୍ୟାରେ ପରିବର୍ତ୍ତନ କରିଛି । ବର୍ତ୍ତମାନ ପ୍ଲାଟ୍‌ଫର୍ମରୁ ଟଙ୍କା ରୋଜଗାର କରିବାକୁ ହେଲେ ୟୁଜର୍ସଙ୍କୁ ଆକାଉଣ୍ଟରେ 500 ଫଲୋର୍ସ, 3 ମାସ ମଧ୍ୟରେ 5 ମିଲିୟନ ଟ୍ବିଟ୍‌ ଇମ୍ପ୍ରେସନ ଏବଂ ବ୍ଲୁ ଟିକ୍‌ ରହିବା ଆବଶ୍ୟକ । ଏହା ପୂର୍ବରୁ ମନିଟାଇଜେସନ ପାଇଁ 15 ମିଲିୟନ ଟ୍ବିଟ୍‌ ଇମ୍ପ୍ରେସନର ଆବଶ୍ୟକତା ରହିଥିଲା । ଏହା ବ୍ୟତୀତ ଓ୍ବିଥଡ୍ର ପଲିସିରେ ମଧ୍ୟ ପରିବର୍ତ୍ତନ କରିଛି । ଓ୍ବିଥ୍‌ଡ୍ରଲ ଲିମିଟକୁ 50 ଡଲାରରୁ କମ କରି 10 ଡଲାର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.