ETV Bharat / opinion

Cybercrime Menace: ବଢୁଛି ସାଇବର ଅପରାଧ, ବୈଶ୍ବିକ ମଞ୍ଚରେ ନଷ୍ଟ ହୋଇପାରେ ଭାରତର ପ୍ରତିଷ୍ଠା

author img

By ETV Bharat Odisha Team

Published : Oct 24, 2023, 2:13 PM IST

ଦେଶରେ ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଉଛି । ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଗୋଟିଏ ବର୍ଷରେ ବିଶ୍ବରେ ହୋଇଥିବା 35 କୋଟି ସାଇବର କ୍ରାଇମରୁ 13 କୋଟି ଭାରତୀୟ ପୀଡିତ ରହିଛନ୍ତି । ଏହି ଅପରାଧ ଯେ ଦିନେ ବୈଶ୍ବିକ ମଞ୍ଚରେ ଭାରତର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବ ତାହା ଆକଳନ କରାଯାଉଛି । ଏହାକୁ ନେଇ ପଢନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ଖବର

Cybercrime Menace
Cybercrime Menace

ଇନାଡୁ ସମ୍ପାଦକୀୟ

ହାଇଦ୍ରାବାଦ: ଦେଶରେ ଦିନକୁ ଦିନ ସାଇବର କ୍ରାଇମ ବଢ଼ିବାରେ ଲାଗିଛି । ଏହା ଏବେ ଏକ ଗୁରୁତ୍ୱର ବିଷୟ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶରେ ବଢ଼ୁଥିବା ସାଇବର ଅପରାଧକୁ ନେଇ ଏକ ଚେତାବନୀ ଜାରି କରିଥିଲେ । ଏହା ସହିତ ଏହି ବିପଦର ମୁକାବିଲା କରିବାକୁ ସିବିଆଇ ବିଶେଷ କରି ସାଇବର ଅପରାଧୀଙ୍କୁ ଟାର୍ଗେଟ କରିବାକୁ ଗତ ବର୍ଷ ଏକ ରାଷ୍ଟ୍ରବ୍ୟାପୀ ଅପରେସନ ଆରମ୍ଭ କରିଥିଲା ଯାହାର ନାମ 'ଅପରେସନ ଚକ୍ର' । ଏହି ଅପରେସନରେ ଦେଶରେ 115ଟି ସ୍ଥାନରେ ସର୍ଚ୍ଚ ଅପରେସନ କରିଥିଲା ସିବିଆଇ । କେବଳ ରାଜସ୍ଥାନରେ 1.5 କୋଟି ନଗଦ ଟଙ୍କା, ଅଧ କିଲୋ ସୁନା ମିଳିଥିଲା । ଏକ ସର୍ବେକ୍ଷଣରୁ ଜଣାପ଼ଡ଼ିଛି ଯେ ଗୋଟିଏ ବର୍ଷରେ ବିଶ୍ବରେ ହୋଇଥିବା 35 କୋଟି ସାଇବର କ୍ରାଇମରୁ 13 କୋଟି ଭାରତୀୟ ପୀଡିତ ରହିଛନ୍ତି । ଏହି ଅପରାଧ ଯେ ଦିନେ ବୈଶ୍ବିକ ମଞ୍ଚରେ ଭାରତର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବ ତାହା ଆକଳନ କରାଯାଉଛି ।

ଦେଶରେ ସାଇବର ଅପରାଧ ବୃଦ୍ଧି ଏହା ପ୍ରମାଣ କରୁଛି କି ଏହି ସଙ୍କଟ କେବଳ ଭବିଷ୍ୟ ପାଇଁ ଚିନ୍ତାଜନକ ନୁହେଁ ବରଂ ଏକ ଗୁରୁତ୍ୱର ମୁଦ୍ଦା ଭାବେ ଉଭା ହୋଇଛି । ଏହା ଉପରେ ଅଧିକ ଗୁରୁତ୍ବ ଦେଇ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ନିକଟରେ ଏକ ଖବର ମିଳିଥିଲା ପ୍ରାୟ 100 କୋଟି କ୍ରିପ୍ଟୋକରେନ୍ସି ନାମରେ ଲୁଟ୍‌ କରିଥିବା ନେଇ ଏକ ଗ୍ୟାଙ୍ଗ୍‌ ନାମରେ ମାମଲା ରୁଜ୍ଜୁ ହୋଇଥିଲା । ଏହା ସହିତ ଗ୍ଲୋବାଲ୍‌ ଟେକ୍‌ ଜାଏଣ୍ଟ, ଆମାଜନ ଓ ମାଇକ୍ରୋସଫ୍ଟ ଭଳି କମ୍ପାନୀ ଏକ ନକରାତ୍ମତ ସତ୍ୟତା ଉପରେ ଫୋକସ କରିଛନ୍ତି । କେତେକ ଭାରତୀୟ ବ୍ୟକ୍ତି ଏଭଳି ଡିଜିଟାଲ ସ୍କିମ୍‌ ନାମରେ ବିଦେଶୀଙ୍କୁ ଟାର୍ଗେଟ କରି ଠକିଛନ୍ତି ।

ଇଣ୍ଟର ପୋଲ, ଏଫବିଆଇ, ରୟାଲ କାନାଡିୟ ପୋଲିସ ଏବଂ ଅଷ୍ଟ୍ରେଲିଆନ ପୋଲିସ ସହିତ ଅନ୍ତରାଷ୍ଟ୍ରୀୟ ସଂଗଠନ ଦ୍ବାରା ଇଣ୍ଟେଲିଜେନ୍ସ ଦେଇଥିବା ଏକ ରିପୋର୍ଟରୁ ଜଣାପଡିଛି ଯେ ସାଇବର ଅପରାଧୀଙ୍କ ଦ୍ବାରା ଆର୍ଥିକ ଘୋଟାଲା ଅଧିକ ହୋଇଛି । ଏହି କ୍ରାଇମର ନେଟୱାର୍କ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ତାମିଲନାଡୁ ସମେତ 11ଟି ରାଜ୍ୟରେ ବ୍ୟାପକ ବିସ୍ତାର ହୋଇଛି । ଅପରେସନ ଚକ୍ର-2ର ସର୍ଚ୍ଚ୍‌ ଅପରେସନରେ ଏହା ସାମ୍ନାକୁ ଆସିଥିଲା । ବିଶେଷ ଭାବରେ ପୁନେ ଏବଂ ଅହମ୍ମଦାବାଦରେ ସଦ୍ୟ ଘଟଣାରୁ ଏହା ଜଣା ପଡିଛି କି ସାଇବର ଠକ ଆମେରିକା ଏବଂ ବ୍ରିଟିଶ ନାଗରିକଙ୍କୁ ପ୍ରାଥମିକ ଶିକାର କରୁଛନ୍ତି ଯାହା ଚିନ୍ତାଜନକ ।

ଭାରତୀୟ ଆଇନ ପ୍ରବନ୍ଧନ ଏଜେନ୍ସିଂ ଏବଂ ଅନ୍ତରାଷ୍ଟ୍ରୀୟ ସମକକ୍ଷଙ୍କ ମିଳିତ ଉଦ୍ୟମରେ ସିଙ୍ଗାପୁର, ଜର୍ମାନୀ, କାନାଡା ଏବଂ ଅଷ୍ଟ୍ରେଲିଆ ପୋଲିସ ବିଭାଗ ସହଯୋଗରେ ସାଇବର ଅନେକ ସାଇବର ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି । ଏହି ଅପରାଧ ରାଷ୍ଟ୍ରୀୟ ସୀମା ଯାଏଁ ବିସ୍ତାର ହୋଇଛି ଯାହା ବୈଶ୍ବିକ ମଞ୍ଚରେ ଭାରତର ପ୍ରତିଷ୍ଠା ଉପରେ ଭାରି ପଡିପାରେ । ଦେଶରେ ହୋଇଥିବା ସାଇବର ଅପରାଧକୁ ନେଇ କାନପୁର ଆଇଆଇଟିର ଏକ ସର୍ଭେରୁ ଜଣାପଡିଛି ଯେ, ଜୁନ 2023 ସୁଦ୍ଧା 75 ପ୍ରତିଶତ ସାଇବର କ୍ରାଇମ ଭାରତରେ ହେଉଛି । ସେଥିରୁ ଅଧା ଅପରାଧ ଅନଲାଇନ ଲେଣଦେଣରୁ ହୋଇଛି । ବିଶେଷ କରି ଆଜମଗଡ଼, ଅହମ୍ମଦାବାଦ, ସୁରଟ ଏବଂ ଚିତ୍ତୋରକୁ ମିଶାଇ 9ଟି ରାଜ୍ୟର 36ଟି ସହରରେ ସାଇବର କ୍ରାଇମ ହୋଇଥିବା ରିପୋର୍ଟରେ ରହିଛି । ନୁହ ବି ଏହି ତାଲିକାରେ ଏବେ ଯୋଡି ହୋଇଛି । 6 ମାସ ପୂର୍ବରୁ ଏକ ଅପରେସନରେ ହରିୟାଣର ବିଭିନ୍ନ ଜିଲ୍ଲାରେ ପାଖାପାଖି 5 ହଜାର ଆଇନ ପ୍ରବର୍ତ୍ତନ କର୍ମୀ ସାମିଲ ଥିଲେ । ଯେଉଁଥିରେ 125 ଜଣଙ୍କୁ ଅଟକ ରଖାଯାଇଥିଲା ସେଥିରୁ 65 ଜଣଙ୍କୁ ଅପରାଧି ଭାବରେ ଗିରଫ ହୋଇଥିଲେ ।

ଏହି ସଂଗଠିତ ଗୋଷ୍ଠୀ ଦେଶବ୍ୟାପୀ 28ହଜାରରୁ ଅଧିକ ସାଇବର ଅପରାଧରେ ଜଡ଼ିତ ରହି ଲୋକଙ୍କୁ ଫସାଇଛନ୍ତି । ଯାହା ପରିଣାଣ ସ୍ୱରୂପ 100 କୋଟି ଟଙ୍କା ହଡ଼ପ ହୋଇଥିଲା । ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଗୋଟିଏ ବର୍ଷରେ ବିଶ୍ବରେ 35କୋଟି ଲୋକେ ସାଇବର ଅପରାଧର ଶିକାର ହୋଇଛନ୍ତି ଯେଉଁଥିରେ 13 କୋଟି ଭାରତୀୟ ରହିଛନ୍ତି ଯାହା ଚିନ୍ତାଜନକ ।

ଏହା ବି ପଢନ୍ତୁ...Jai Kisan: ଦାନ ମାଗୁନାହାନ୍ତି ଚାଷୀ, କେବଳ ଆଶା କରିଛନ୍ତି ଉଚିତ କ୍ଷତିପୂରଣ

ସାଇବର କ୍ରାଇମ ରୋକିବାକୁ ପଦକ୍ଷେପ: ଦେଶରେ ଦିନକୁ ଦିନ ବଢୁଥିବା ଏହି ସାଇବର ଅପରାଧ ସଙ୍କଟକୁ ଦୂର କରିବାକୁ କେନ୍ଦ୍ର ସରକାର 3 ବର୍ଷ ପୂର୍ବେ ନ୍ୟାସନାଲ ସାଇବର ରିପୋର୍ଟିଂ ପୋର୍ଟାଲ (National Cyber Crime Reporting Portal) ଲଞ୍ଚ କରିଥିଲେ । ଏହି ପୋର୍ଟାଲ ଜରିଆରେ ଘରେ ବସି ସାଇବର ଅପରାଧ ନେଇ ରିପୋର୍ଟ କରିପାରିବେ । 27 ରାଜ୍ୟରେ ଗୋଟିଏ ପ୍ରତିଶତରୁ କମ ରିପୋର୍ଟ ଦାୟର ହୋଇଛି ଯାହା ପୋଲିସ ବ୍ୟବସ୍ଥିତ ତ୍ରୁଟିକୁ ଦର୍ଶାଉଛି । ଦେଶରେ ବଢୁଥିବା ଏହି ସଂଙ୍କଟ ପୀଡିତଙ୍କୁ କ୍ଷତି ପହଞ୍ଚାଇଛି । ଏହା ଛଡା ବୈଶ୍ବିକ ସ୍ତରରେ ଭାରତର ପ୍ରତିଷ୍ଠା ଉପରେ କୁପ୍ରଭାବ ପକାଇଛି । ଏହାର ବିପଦକୁ କମ କରିବାକୁ କେନ୍ଦ୍ର ଏବଂ ରାଜ୍ୟ ସରକାର ମଧ୍ୟରେ ଅତୁଟ ସହଯୋଗର ଆବଶ୍ୟକତା ରହିଛି ଯାହା ସାଇବର କ୍ରାଇମରୁ ମୁକ୍ତି ପାଇବାରେ ସହାୟକ ହେବ । କେବଳ ଏହିପରି ବ୍ୟାପକ ସହଯୋଗ ଦ୍ବାରା ଭାରତ ତାର ସୀମା ଭିତରେ ସାଇବର ଅପରାଧର ବୃଦ୍ଧି ସମସ୍ୟାକୁ ନିୟନ୍ତ୍ରଣ କରିପାରେ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.