ETV Bharat / jagte-raho

ଗଣେଶ ମୂର୍ତ୍ତି ବିସର୍ଜନକୁ ନେଇ ହତ୍ୟାକାଣ୍ଡ, ଜଣେ ମୃତ

author img

By

Published : Sep 4, 2020, 11:34 AM IST

ଗଞ୍ଜାମ ଜିଲ୍ଲା ଆସିକା ଥାନା ନଲବଣ୍ଟା ଗ୍ରାମରେ ହତ୍ୟାକାଣ୍ଡ । 20 ବର୍ଷର ଯୁବକ ନାଗା ଗୌଡ ମୃତ ।

ଗଣେଶ ମୂର୍ତ୍ତି ବିସର୍ଜନକୁ ନେଇ ହତ୍ୟାକାଣ୍ଡ, ଜଣେ ମୃତ
ଗଣେଶ ମୂର୍ତ୍ତି ବିସର୍ଜନକୁ ନେଇ ହତ୍ୟାକାଣ୍ଡ, ଜଣେ ମୃତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଆସିକା ଥାନା ନଲବଣ୍ଟା ଗ୍ରାମରେ ହତ୍ୟାକାଣ୍ଡ । ଗଣେଶ ମୂର୍ତ୍ତି ବିସର୍ଜନକୁ ନେଇ ହତ୍ୟାକାଣ୍ଡ ସନ୍ଦେହ । 20 ବର୍ଷର ଯୁବକ ନାଗା ଗୌଡ ମୃତ ।

ଗଣେଶ ମୂର୍ତ୍ତି ବିସର୍ଜନକୁ ନେଇ ହତ୍ୟାକାଣ୍ଡ, ଜଣେ ମୃତ

ସୂଚନା ଅନୁସାରେ, ନଲବଣ୍ଟା ଗାଁର କୋଳି ସାହିରେ ଗତ ମଧ୍ୟରାତ୍ରିରେ ଏହି ହତ୍ୟାକାଣ୍ଡ ଘଟିଛି । ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ତିକ୍ତତା ଥିବାବେଳେ କିଛି ଯୁବକ ମାରଣାସ୍ତ୍ର ଧରି ନାଗାକୁ ମାଡ ମାରିବା ସହ ହତ୍ୟା କରି ଫେରାର ହୋଇଯାଇଛନ୍ତି ।

ଏପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ କିଛି ଯୁବକଙ୍କୁ ଅଟକ ରଖିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.