ETV Bharat / jagte-raho

ଦୁର୍ଦ୍ଦାନ୍ତ ଅପରାଧୀ ଠେସା କାଳିଆ ଗିରଫ

author img

By

Published : Sep 17, 2020, 6:56 AM IST

ବ୍ରହ୍ମପୁର ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ଠେସା କାଳିଆ ଗିରଫ । ଅପରାଧୀକୁ ଗିରଫ କରିବାରେ ସଫଳ ହୋଇଛି କେ.ନୂଆଗାଁ ପୋଲିସ ।

ଦୁର୍ଦ୍ଦାନ୍ତ ଅପରାଧୀ ଠେସା କାଳିଆ ଗିରଫ
ଦୁର୍ଦ୍ଦାନ୍ତ ଅପରାଧୀ ଠେସା କାଳିଆ ଗିରଫ

ବ୍ରହ୍ମପୁର: କେ.ନୂଆଗାଁ ପୋଲିସକୁ ବଡ ସଫଳତା । ଦୁର୍ଦ୍ଦାନ୍ତ ଅପରାଧୀ ଠେସା କାଳିଆ ଓରଫ କେଶବ କୁଣ୍ଡକୁ ଗିରଫ କରିଛି କେ.ନୂଆଗାଁ ଥାନା ପୋଲିସ । ଗତ ଅଗଷ୍ଟ 17 ତାରିଖରେ ହୋଇଥିବା ଏକ ମାମଲାକୁ ନେଇ ପୋଲିସ ଠେସାକୁ ଗିରଫ କରିଛି ।

ଦୁର୍ଦ୍ଦାନ୍ତ ଅପରାଧୀ ଠେସା କାଳିଆ ଗିରଫ
ଦୁର୍ଦ୍ଦାନ୍ତ ଅପରାଧୀ ଠେସା କାଳିଆ ଗିରଫ

ଆର୍ମସ ଆକ୍ଟ ଭଳି ଦଫାରେ ତାକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଗିରଫ କେଶବ କୁଣ୍ଡ ନାମରେ ପୂର୍ବରୁ 12ଟି ମାମଲା ରହିଥିବା ବ୍ରହ୍ମପୁର ପୋଲିସ ମୁଖ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦିଆଯାଇଛି ।

ତେବେ ପୂର୍ବରୁ ଏକ ହତ୍ୟା ମାମଲାରେ ବ୍ରହ୍ମପୁର ପୋଲିସ ଠେସା କାଳିଆକୁ ଧରିବା ପାଇଁ କ୍ଲିନ୍ କ୍ରାଇମ୍ ଅଭିଯାନ ସମୟରେ ଏନକାଉଣ୍ଟର କରିଥିବାର ନଜର ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.