ETV Bharat / international

China Foreign Minister Missing: କୁଆଡେ ଗଲେ କିନ୍‌ ଗ୍ୟାଙ୍ଗ ? ମାସେ ଧରି ଆସିନାହାନ୍ତି ମନ୍ତ୍ରଣାଳୟ

author img

By

Published : Jul 23, 2023, 8:05 PM IST

ଗତ 3 ମାସ ଧରି ଗାଏବ ଚୀନ ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗ । ପ୍ରେମ ସମ୍ପର୍କକୁ ନେଇ ଉଠିଲା ଗୁଜବ। ଅଧିକ ପଢନ୍ତୁ

China Foreign Minister Missing
China Foreign Minister Missing

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି' ଜିନପିଙ୍ଗ୍‌ଙ୍କ ସବୁଠୁ ବିଶ୍ବସ୍ତ ସହଯୋଗୀ ହେଉଛନ୍ତି ବୈଦେଶିକ ମନ୍ତ୍ରୀ କିନ୍‌ ଗ୍ୟାଙ୍ଗ । ହେଲେ ଗତ ମାସେରୁ ଅଧିକ ସମୟ ଧରି ତାଙ୍କ ଦେଖା ଦର୍ଶନ ମିଳିନି । ନା ମନ୍ତ୍ରଣାଳୟରେ ତାଙ୍କୁ କିଏ ଦେଖିଛି ନା କୌଣସି ବୈଠକରେ । ଏଣୁ କିନ୍‌ ନିଖୋଜ ହୋଇଯାଇଛନ୍ତି ବୋଲି ଅନେକ ସନ୍ଦେହ ମଧ୍ୟ କରୁଛନ୍ତି । ଶେଷ ଥର ଲାଗି ସେ ଜୁନ୍‌ 25 ତାରିଖରେ ଋଷ୍‌, ଶ୍ରୀଲଙ୍କା ଓ ଭିଏତନାମ ଅଧିକାରୀଙ୍କ ସହିତ ଏକ ବୈଠକରେ ଯୋଗ ଦେଇଥିଲେ । ଏହା ପରଠାରୁ ତାଙ୍କୁ ସାର୍ବଜନିକ ସ୍ଥାନରେ ଦେଖିବାକୁ ମିଳିନାହିଁ ।

ରାଷ୍ଟ୍ରପତି ସି' ଜିନପିଙ୍ଗଙ୍କ ପୂର୍ବ ସହଯୋଗୀ ମଧ୍ୟ ରହିଛନ୍ତି 57 ବର୍ଷୀୟ କିନ୍‌ ଗ୍ୟାଙ୍ଗ । ତାଙ୍କୁ ପ୍ରଥମେ ଆମେରିକାରେ ଚୀନ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଥିଲା । ସେଠାରେ ସେ 2ବର୍ଷ କାମ କରିବା ପରେ ଗତ ଡିସେମ୍ବରରେ ତାଙ୍କୁ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିଥିଲା । ଇଣ୍ଡୋନେସିଆରେ ହୋଇଥିବା ASEAN ଶିଖର ସମ୍ମିଳନୀରେ କିନ୍‌ ଗ୍ୟାଙ୍ଗ ବେଜିଂର ପ୍ରତିନିଧି ଦଳର ନେତୃତ୍ବ ନେବାର ଥିଲା । ହେଲେ କିନ୍‌ ସେଠାରେ ଉପସ୍ଥିତ ନଥିଲେ । ତେବେ ବୈଦେଶିକ ମନ୍ତ୍ରୀ କିନ୍‌ଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନଥିବା ବେଳେ ବେଜିଂ ମଧ୍ୟ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହିଁ ।

ଏହା ବି ପଢନ୍ତୁ- ସୀମାରେ ଶାନ୍ତି ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ: ଚୀନ ବୈଦେଶିକ ମନ୍ତ୍ରୀ

ଅନ୍ୟପଟେ ବୈଦେଶିକ ମନ୍ତ୍ରୀ କିନ୍‌ଙ୍କ ସ୍ଥାନରେ ଏବେ ଚୀନର ଶୀର୍ଷ କୂଟନୀତିଜ୍ଞ ୱାଙ୍ଗ୍‌ ୱି'ଙ୍କୁ ଦେଖିବାକୁ ମିଳୁଛି । ଇଣ୍ଡୋନେସିଆରେ ଆୟୋଜିତ ଏସିଆନ୍‌ ପ୍ରେସମିଟରେ ୱାଙ୍ଗ କିନ୍‌ଙ୍କ ସ୍ଥାନରେ ଯୋଗ ଦେଇଥିଲେ । ଏହା ପ୍ରଥମ ଘଟଣା ଯେ, ଚୀନର ଜଣେ ପ୍ରମୁଖ ଅଧିକାରୀ ଏପରି ଭାବେ ସାର୍ବଜନୀନ ସ୍ଥାନରୁ ଗାଏବ ହୋଇଛନ୍ତି ।

ଅନୁପସ୍ଥିତିକୁ ନେଇ ଉଠିଲାଣି ଗୁଜବ:- କିନ୍‌ଙ୍କ ଅନୁପସ୍ଥିତିକୁ ନେଇ ଅନେକ ଗୁଜବ ସାମ୍ନାକୁ ଆସିଛି । କିନ୍‌ ଗ୍ୟାଙ୍ଗ୍‌ଙ୍କ ଜଣେ ଟିଭି ଆଙ୍କର ଫୁ' ସିଓସିଆନ (Fu Xiaotian)ଙ୍କ ସହିତ ପ୍ରେମ ସମ୍ପର୍କ ଥିବା କୁହାଯାଉଛି । ଫୁଙ୍କୁ ବୃତ୍ତିରେ ଜଣେ ସାମ୍ବାଦିକା । ସେ ଟିଭି ହୋଷ୍ଟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ତେବେ ଫୁଙ୍କଠାରୁ କିନ୍‌ଙ୍କୁ ଏକ ସନ୍ତାନ ପ୍ରାପ୍ତ ହୋଇଥିବା ମଧ୍ୟ କୁହାଯାଉଛି । ଯାହା ନିକଟରେ ଆମେରିକାର ନାଗରିକତ୍ବ ରହିଛି । ହେଲେ ଏଯାବତ ବେଜିଂ ଏନେଇ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ଏହାକୁ ଅସ୍ବୀକାର ମଧ୍ୟ କରିନାହିଁ । କିନ୍‌ ଅସୁସ୍ଥ ଅଛନ୍ତି ଏଣୁ ସାର୍ବଜନିକ ସ୍ଥାନ କିମ୍ବା କୌଣସି ବୈଠକରେ ତାଙ୍କୁ ଦେଖିବାକୁ ମିଳୁନାହିଁ ବୋଲି କହିଥିଲା ବେଜିଂ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.