ETV Bharat / international

Sri Lankan crisis: ମାଳଦ୍ବୀପରୁ ସିଙ୍ଗାପୁର ପଳାଇଲେ ରାଜପାକସେ

author img

By

Published : Jul 14, 2022, 1:42 PM IST

ମାଳଦ୍ବୀପରୁ ସିଙ୍ଗାପୁର ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି ରାଜପାକସେ । ଏକ ଘରୋଇ ବିମାନରେ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିଥିବା ସୂଚନା । ଅଧିକ ପଢନ୍ତୁ

Sri Lankan crisis: ମାଳଦ୍ବୀପରୁ ସିଙ୍ଗାପୁର ପଳାଇଲେ ରାଜପାକସେ
Sri Lankan crisis: ମାଳଦ୍ବୀପରୁ ସିଙ୍ଗାପୁର ପଳାଇଲେ ରାଜପାକସେ

କଲୋମ୍ବୋ: ଶ୍ରୀଲଙ୍କାରେ ତୀବ୍ର ବିରୋଧ ପରେ ମାଲଦ୍ୱୀପରେ ପହଞ୍ଚିଥିବା ରାଷ୍ଟ୍ରପତି ଗୋଟାବାୟା ରାଜପାକସା ଆଜି ସେଠାରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିଛନ୍ତି । ଗତକାଲି ଠାରୁ ସେ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିବା ପାଇଁ ପ୍ରସ୍ତୁତି କରି ସାରିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ତାହା ବିଳମ୍ବ ହୋଇଥିଲା । ତେବେ ଆଜି ପୂର୍ବାହ୍ନରେ ସେ ଏକ ଘରୋଇ ବିମାନରେ ସିଙ୍ଗାପୁର ଯାଇଥିବା ସ୍ପଷ୍ଟ ହୋଇଛି । ଶ୍ରୀଲଙ୍କାରୁ ପଳାୟନ ପରେ ସେ ମାଳଦ୍ବୀପରେ ଥିବା ସ୍ପଷ୍ଟ ହେବା ପରେ ସେଠାରେ ମଧ୍ୟ ତାଙ୍କୁ ବିରୋଧ କରାଯାଇଥିଲା ।

ଶ୍ରୀଲଙ୍କାରେ ପ୍ରବଳ ଚାପ ପରେ ରାଷ୍ଟ୍ରପତି ଗୋଟାବାୟା ଓ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ କିଛି ଅନୁଗତ ପ୍ରଥମେ ଶ୍ରୀଲଙ୍କା ସେନାର ଏକ ବିମାନରେ ସେ ମାଳଦ୍ବୀପ ପଳାଇଥିଲେ । ତେବେ ସେଠାରେ ମଧ୍ୟ ବେଶି ଦିନ ତିଷ୍ଠିବା ରାଜପାକସେଙ୍କ ପାଇଁ ସମ୍ଭବପର ହୋଇନାହିଁ । ଶ୍ରୀଲଙ୍କାରେ ବର୍ତ୍ତମାନ ରନିଲ ବିକ୍ରମସିଙ୍ଘେ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ବ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.