ETV Bharat / international

୧୦ ଭାରତୀୟ ଧୀବର ଗିରଫ କଲା ଶ୍ରୀଲଙ୍କା

author img

By ETV Bharat Odisha Team

Published : Jan 16, 2024, 7:01 PM IST

Sri Lanka arrests 10 Indian fishermen: ଶ୍ରୀଲଙ୍କାର ସମୁଦ୍ର କ୍ଷେତ୍ରରେ ଅବୈଧ ଭାବେ ମାଛ ମାରିବା ଅଭିଯୋଗରେ ୧୦ ଜଣ ଭାରତୀୟ ମତ୍ସ୍ୟଜୀବୀ ଗିରଫ । ପୂର୍ବରୁ ୧୨ ଜଣ ଭାରତୀୟ ଙ୍କୁ ଗିରଫ କରିବା ସହ ଡଙ୍ଗା ଜବତ କରିଛି ଶ୍ରାଲଙ୍କାର ନୌସେନା । ଅଧିକ ପଢନ୍ତୁ

୧୦ ଭାରତୀୟ ଧୀବର ଗିରଫ, ଶ୍ରୀଲଙ୍କା ନୌସେନାର ଅବୈଧ ପ୍ରବେଶ ଅଭିଯୋଗ

କଲମ୍ବୋ : ପୁଣି ମନମାନି କରିଛି ଶ୍ରୀଲଙ୍କାର ନୌସେନା । ଭାରତୀୟ ମତ୍ସ୍ୟଜୀବୀଙ୍କୁ କରିଛି ଗିରଫ । ଶ୍ରୀଲଙ୍କାର ସମୁଦ୍ର କ୍ଷେତ୍ରରୁ ଅବୈଧ ଭାବେ ମାଛ ମାରିବା ଅଭିଯୋଗରେ ୧୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ଶ୍ରୀଲଙ୍କାର ନୌସେନା । ଏହା ସହିତ ସେମାନଙ୍କ ମାଛଧରା ଡଙ୍ଗାଗୁଡିକୁ ମଧ୍ୟ ଜବତ କରିଛି । ଗତକାଲି (ସୋମବାର) ନୌସେନା ପକ୍ଷରୁ ଆଧିକାରିକ ବିଜ୍ଞପ୍ତି ଜରିଆରେ ଏହାର ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ... ପୁଟିନଙ୍କ ସହ ଫୋନରେ କଥାହେଲେ ମୋଦି: ଋଷିଆ-ୟୁକ୍ରେନ ବିବାଦ ଓ ମସ୍କୋର ବ୍ରିକ୍ସ ପ୍ରେସିଡେନ୍ସି ନେଇ ଆଲୋଚନା

ଏହା ପୂର୍ବରୁ ଗତ ଶନିବାର ଦିନ ଶ୍ରୀଲଙ୍କା ୧୨ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରିଥିଲା ଏବଂ ଏହା ସହ ସେମାନଙ୍କ ୩ ଟି ନୌକାକୁ ମଧ୍ୟ ଜବତ କରିଥିଲା । ଏ ସମ୍ପର୍କରେ ଶ୍ରୀଲଙ୍କାର ନୌସେନା ଏକ ବିଜ୍ଞପ୍ତି ଜରିଆରେ ଜଣାଇଥିଲା ଯେ ଭାରତୀୟ ଧୀବର ମାନଙ୍କୁ ଜାଫନାର ଉତ୍ତର ପଏଣ୍ଟ ପେଡ୍ରୋରୁ ରବିବାର ଦିନ ଗିରଫ କରାଯିବା ସହ ସେମାନଙ୍କ ଡଙ୍ଗା ଗୁଡିକ ଜବତ କରାଯାଇଥିଲା । ସେହିପରି ଗତକାଲି ଗିରଫ ହୋଇଥିବା ୧୦ ଜଣ ଭାରତୀୟ ମତ୍ସ୍ୟଜୀବୀ ମାନଙ୍କୁ କଣକେଶାନ୍ତୁରାଇ ବନ୍ଦରକୁ ପଠାଯାଇଛି ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନଙ୍କୁ ମେଲାଡି ମତ୍ସ୍ୟ ନିରୀକ୍ଷକଙ୍କୁ ସମର୍ପଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ... ଆମେରିକା ରାଷ୍ଟ୍ରପତି ରେସରୁ ଓହରିଲେ ରାମାସ୍ବାମୀ, ଟ୍ରମ୍ପକୁ କରିବେ ସମର୍ଥନ

ଲଗାତାର ସମୁଦ୍ରରୁ ମତ୍ସ୍ୟଜୀବୀ ମାନଙ୍କୁ ଗିରଫ ଘଟଣା ଫଳରେ ଭାରତ ଓ ଶ୍ରାଲଙ୍କା ମଧ୍ୟରେ ଥିବା ସମ୍ପର୍କରେ ତିକ୍ତତା ଆସିବାରେ ଲାଗିଛି । ପୂର୍ବରୁ ଶ୍ରୀଲଙ୍କାର ନୌସେନା ପାକ ଜଳ ସନ୍ଧି ବା ପାକ ଜଳଡମରୁମଧ୍ୟ ଅଞ୍ଚଳରେ ଭାରତୀୟ ମତ୍ସ୍ୟଜୀବୀ ମାନଙ୍କ ଉପରେ ଗୁଳି ଚାଳନା କରିଥାନ୍ତି ଏବଂ ଶ୍ରୀଲଙ୍କାର ଜଳ କ୍ଷେତ୍ରରେ ଅବୈଧ ଭାବେ ପ୍ରବେଶର ଅଭିଯୋଗ ଆଣି ସେମାନଙ୍କୁ ଗିରଫ କରାଯାଇଥାଏ । ପାକ ଜଳଡମରୁମଧ୍ୟ ଅଞ୍ଚଳ ତାମିଲନାଡୁ ଓ ଶ୍ରୀଲଙ୍କା ମଧ୍ୟରେ ଏକ ଜଳ ସଂଯୋଗୀ କ୍ଷେତ୍ର ଅଟେ ଏବଂ ଏହି କ୍ଷେତ୍ରରେ ପ୍ରବଳ ମାଛ ମିଳୁଥିବାରୁ, ମାଛ ଧରିବା ପାଇଁ ଭାରତୀୟ ଧୀବର ମାନେ ଆସିଥାନ୍ତି । ସୂଚନାଯୋଗ୍ୟ ଯେ ଗତ ବର୍ଷ ଶ୍ରୀଲଙ୍କାର ନୌସେନା ୨୪୦ ଜଣ ଭାରତୀୟ ଧୀବର ମାନଙ୍କୁ ଗିରଫ କରିବା ସହ ସେମାନଙ୍କ ୩୫ ଟି ମାଛଧରା ନୌକାକୁ ମଧ୍ୟ ଜବତ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.