ETV Bharat / international

ବାହାରିନରେ ସ୍ନାନ ପୂର୍ଣ୍ଣିମା, କ୍ଷୀର ଓ ମହୁରେ ସ୍ନାନ କଲେ ଶ୍ରୀଜିଉ

author img

By

Published : Jun 6, 2023, 12:17 PM IST

Updated : Jun 6, 2023, 1:16 PM IST

ବାହାରିନରେ ଓଡିଆ ପାଳିଲେ ସ୍ନାନ ପୂର୍ଣ୍ଣିମା । ବାହାରିନର ଇସ୍କନ ସାଗାୟା ମନ୍ଦିରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ଅଧିକ ପଢନ୍ତୁ

snana yatra rituals celebrated in bahrain
snana yatra rituals celebrated in bahrain

ବାହାରିନରେ ସ୍ନାନ ପୂର୍ଣ୍ଣିମା

ଭୁବନେଶ୍ବର: ଭାବ ବିନୋଦିଆ କାଳିଆ ଠାକୁର, କୋଟି ଓଡିଆଙ୍କ ମଉଡମଣି । ଅଖିଳ ବ୍ରହ୍ମାଣ୍ତ ନାଥ ପ୍ରଭୁ ଜଗନ୍ନାଥ । ଭକ୍ତଙ୍କ ପାଇଁ ସେ ସବୁଠି ବିଦ୍ୟମାନ । ବାହାରିନରେ ରହିଲେ ବି ସଂସ୍କୃତି ଓ ପରମ୍ପରାରୁ ଭୁଲି ନାହାନ୍ତି ଓଡ଼ିଆ । ବାହାରିନର ଇସ୍କନ ସାଗାୟା ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି ଦେବସ୍ନାନ ପୂର୍ଣ୍ଣିମା । ମହାପ୍ରଭୁ ଜଗନ୍ନାଥ, ବାଲାଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ କ୍ଷୀର ଏବଂ ମହୁରେ ସ୍ନାନ କରାଯାଇଛି । ବାହାରିନରେ ବସବାସ କରୁଥିବା ପ୍ରାୟ 500ରୁ ଅଧିକ ଓଡିଆ ସ୍ନାନ ଯାତ୍ରାରେ ସାମିଲ ହୋଇ ଜଗନ୍ନାଥ ନାମ ସଂକୀର୍ତ୍ତନ ଜପ କରିଥିଲେ ।

ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜ ସହ ଇସ୍କନ ସଭାପତି ମଙ୍ଗଲ ଦାସ ପ୍ରଭାସ ମହାପ୍ରଭୁଙ୍କୁ ସ୍ନାନ କରାଇଥିଲେ । ଫଳରେ ଉତ୍ସବ ମୁଖରିତ ହୋଇଥିଲା ବିଦେଶ ମାଟି । ସ୍ନାନ ଯାତ୍ରାର ରୀତିନୀତି ଶେଷ ହେବା ପରେ ଶ୍ରୀଜିଉଙ୍କ ହାତ ବେଶ ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ଏହି ବେଶ ବେଶ ଆକର୍ଷଣୀୟ ରହିଥିଲା । ସମସ୍ତ ରୀତିନୀତି ଶେଷ ହେବା ପରେ ମହାପ୍ରସାଦ ଭକ୍ତଙ୍କୁ ବଣ୍ଟା ଯାଇଥିଲା । ଆସନ୍ତା 20 ତାରିଖରେ ଏଠାରେ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହେବ ।

ଏହା ମଧ୍ୟ ପଢନ୍ତୁ-ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଅଭାବନୀୟ ଘଟଣା, ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଅଣହିନ୍ଦୁ ଭକ୍ତ

ଜୁନ 20ରେ ଅନୁଷ୍ଠିତ ହେବ ଲୀଳାମୟଙ୍କ ରଥଯାତ୍ରା । ମାନାମା ଶ୍ରୀନାଥଜୀ ମନ୍ଦିରରେ ଏକତ୍ରିତ ହୋଇ ଜଗନ୍ନାଥ ପରମ୍ପରା ଅନୁଯାୟୀ ରଥଯାତ୍ରା ଉତ୍ସବ ପାଳନ କରିବାକୁ ଡକ୍ଟର ପ୍ରହାରାଜ ଏବଂ ମଙ୍ଗଲ ଦାସ ଭକ୍ତମାନଙ୍କୁ ନିବେଦନ କରିଛନ୍ତି । ଟେଲିଫୋନ ଯୋଗେ ଗଜପତି ମହାରାଜା ଦିବ୍ୟାସିଂହ ଦେବ ଶ୍ରୀନାଥଜୀ ମନ୍ଦିରରେ ଆଗାମୀ ରଥଯାତ୍ରା ମହୋତ୍ସବ ପାଇଁ ଡ ଅରୁଣ ପ୍ରହରାଜ ଏବଂ ସମସ୍ତ ଭକ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବାହାରିନ ଏକ ଇସଲାମିକ୍‌ ରାଷ୍ଟ୍ର । କିନ୍ତୁ ସ୍ଥାନୀୟ ସରକାର ଏଠାରେ ବସବାସ କରୁଥିବା ଅନ୍ୟ ଧର୍ମର ଲୋକଙ୍କୁ ନିଜର ପର୍ବ ପାର୍ବଣୀ ପାଳନ କରିବାକୁ ଅନୁମତି ଦେଇଛନ୍ତି । ରଥଯାତ୍ରା ପାଳନ କରିବାକୁ ମଧ୍ୟ ଏଠାରେ ରହୁଥିବା ଓଡିଆଙ୍କୁ ଅନୁମତି ଦିଆଯାଇଛି । ବାହାରିନର 200 ବର୍ଷ ପୁରୁଣା ମନାମା ଶ୍ରୀନାଥ୍‌ଜୀ ମନ୍ଦିରରେ ବାହାରିନ ଓଡିଆ ସମାଜ ପବିତ୍ର ରଥଯାତ୍ରା ପାଳନ କରିବାକୁ ଯାଉଛି । ଗତ ବର୍ଷ ମଧ୍ୟ ଏଠାରେ ସ୍ନାନ ଯାତ୍ରା ସହ ରଥ ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା । ବାହାରିନରେ ଥିବା ପ୍ରତିଟି ଓଡ଼ିଆ କାଳିଆର ଏହି ଯାତ୍ରାରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 6, 2023, 1:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.