ETV Bharat / international

Russia-Ukraine War: ରେଳ ଷ୍ଟେସନରେ ଋଷର ମିସାଇଲ ମାଡ, ୩୦ରୁ ଅଧିକ ମୃତ

author img

By

Published : Apr 8, 2022, 4:27 PM IST

ୟୁକ୍ରେନର ଏକ ରେଳ ଷ୍ଟେସନ ଉପରେ ଋଷୀୟ ସେନାର ମିସାଇଲା ଆକ୍ରମଣ । ମିସାଇଲା ମାଡରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Russia Ukraine War: ରେଳ ଷ୍ଟେସନରେ ଋଷର ମିସାଇଲ ମାଡ, ୩୦ରୁ ଅଧିକ ମୃତ
Russia Ukraine War: ରେଳ ଷ୍ଟେସନରେ ଋଷର ମିସାଇଲ ମାଡ, ୩୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ । ଏପଟେ 44 ଦିନରେ ପହଞ୍ଚି ଥିବା ଏହି ଯୁଦ୍ଧ ଥମିବାର ନାଁ ଧରୁନି । ଯୁଦ୍ଧ ଯେତିକ ଦିନ ବଢୁଛି ୟୁକ୍ରେନର ସାଧାରଣ ନାଗରିକଙ୍କ ଦୁର୍ଦ୍ଦଶା ମଧ୍ୟ ସେତିକି ବଢିବାରେ ଲାଗିଛି ।

ସେହିପରି ଋଷୀୟ ସେନା ଆକ୍ରମଣରେ ୟୁକ୍ରେନର ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଆଜି ପୁଣି ଋଷୀୟ ସେନା ୟୁକ୍ରେନର ଏକ ରେଳ ଷ୍ଟେସନ ଉପରେ ମିସାଇଲ ମାଡ କରିଛି । ଫଳରେ ଏହି ଆକ୍ରମଣରେ ୩୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ୟୁକ୍ରେନ କହିଛି ।

ସେହିଭଳି ୧୦୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଆଜି ୟୁକ୍ରେନର କ୍ରାମାଟର୍ସ ରେଳ ଷ୍ଟେସନ ଉପରେ ଏହି ଆକ୍ରମଣ ହୋଇଛି । ତେବେ ଏଠାରୁ ଲୋକଙ୍କୁ ଉଦ୍ଧାର କରଯାଉଥିବା ବେଳେ ଋଷ ସେନା ମିସାଇଲ ମାଡ କରିଥିଲା । ଫଳରେ ୩୦ ଜଣ ଲୋକଙ୍କ ମୃତ୍ୟୁ ହେବା ସହ ଶତାଧିକ ଲୋକେ ଆହତ ହୋଇଛନ୍ତି ।

ଅନ୍ୟପଟେ ଏହି ଷ୍ଟେସନ ଉପରେ ୨ଟି ରକେଟ ମାଡ ହୋଇଥିବା ୟୁକ୍ରେନ ରେଳ ବିଭାଗର ମୁଖ୍ୟ କହିଛନ୍ତି । ଏପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୁଇ ଝିଅଙ୍କ ଉପରେ ଆର୍ଥିକ ପ୍ରତିବନ୍ଧକ ଲାଗାଇଛି ବ୍ରିଟେନ । ଏଥିସହ ଋଷ ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି ବ୍ରିଟେନ ସରକାର । ତେବେ ପୂର୍ବରୁ ଏହି ପ୍ରତବନ୍ଧକ ଆମେରିକା ଲଗାଇଥିବା ବେଳେ ଏବେ ବିଟ୍ରେନ ଲଗାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.