ETV Bharat / international

ବସ୍‌ରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ: ୮ ମୃତ, ୨୬ ଆହତ

author img

By ETV Bharat Odisha Team

Published : Dec 3, 2023, 10:16 AM IST

PoK passenger bus firing: ଯାତ୍ରୀବାହୀ ବସରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ । ୮ ଯାତ୍ରୀଙ୍କୁ ମୃତ୍ୟୁ ଓ ୨୬ ଆହତ । ଅଧିକ ପଢନ୍ତୁ

ଯାତ୍ରୀବାହୀ ବସ୍ ଉପରେ ଗୁଳିମାଡ
ଯାତ୍ରୀବାହୀ ବସ୍ ଉପରେ ଗୁଳିମାଡ

ଇସଲାମବାଦ: ପାକିସ୍ତାନ ଅଧିକୃତ କାଶ୍ମୀରରେ(PoK) ଆତତାୟୀଙ୍କ ବର୍ବର କାଣ୍ଡ । ଯାତ୍ରୀବାହୀ ବସ୍ ଉପରେ ଆଖିବୁଜା ଗୁଳିମାଡ କଲେ ଆତତାୟୀ । ଏହି ଗୁଳିକାଣ୍ଡ ଘଟଣାରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶନିବାର ସନ୍ଧ୍ୟାରେ ପିଓକେର ଚିଲାସ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି ।

ଡେପୁଟି କମିଶନର ଡାଇମେର କ୍ୟାପ୍ଟେନ(ଅବସରପ୍ରାପ୍ତ) ଆରିଫ୍ ଅହମ୍ମଦ କହିଛନ୍ତି ଯେ, ଶନିବାର ସନ୍ଧ୍ୟାରେ ପାଖାପାଖି ୩୫ ଯାତ୍ରୀଙ୍କୁ ନେଇ ଯାତ୍ରୀବାହୀ ବସ୍ ଘିଜେରରୁ ରାୱଲପିଣ୍ଡି ଅଭିମୁଖେ ଯାତ୍ରା କରୁଥିଲା । ଚିଲାସ ଜିଲ୍ଲାର ହୁଦୁର ଅଞ୍ଚଳରେ କିଛି ଅଜ୍ଞାତ ବନ୍ଧୁକଧାରୀ ମୋଟର ସାଇକେଲରେ ଆସି ଏହି ବସ୍ ଉପରକୁ ଅଚାନକ ଗୁଳି ବର୍ଷା କରିଥିଲେ । ଫଳରେ ବସଟି ଭାରାସାମ୍ୟ ହରାଇ ଏକ ଟ୍ରକ ସହ ଧକ୍କା ହୋଇଥିଲା । ଏହାପରେ ଗାଡି ଏକ ନାଳ ଭିତରକୁ ଖସି ପଡିଥିଲା ।

ଏହା ମଧ୍ୟ ପଢନ୍ତୁ: ସରିଲା ଅସ୍ତ୍ରବିରତି: ଇସ୍ରାଏଲ-ହମାସରେ ଶୁଭିଲା ସାଇରନ, 24 ଘଣ୍ଟାରେ ଗାଜାରେ 178 ମୃତ

ଏହି ଗୁଳିକାଣ୍ଡ ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଖବର ପାଇ ପୋଲିସ ଓ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଆହତଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ନେଇ ଆଶଙ୍କା କରାଯାଉଛି । ତେବେ ଏହି ବର୍ବର କାଣ୍ଡ ପଛରେ ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ କରାଯାଇଛି । କିନ୍ତୁ ଏହି ଆକ୍ରମଣ ପାଇଁ ଏ ପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି କିମ୍ବା ଆକ୍ରମଣ ପଛରେ ପ୍ରକୃତ ଉଦ୍ଦେଶ୍ୟ ମଧ୍ୟ ଜଣାପଡିନି । ପୋଲିସ ସେହି ଅଜ୍ଞାତ ବନ୍ଧୁକଧାରୀଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଚଳାଇଛି ।

ଚିଲାସ ଖୈବର ପଖତୁନଖ୍ବାର ଗିଲଗିଟ୍ ବାଲ୍ଟିସ୍ତାନ ମଧ୍ୟରେ ରହିଛି, ଯେଉଁଠି ଗତ କିଛି ବର୍ଷ ହେଲା ଆତଙ୍କୀ ଆକ୍ରମଣ ମାମଲା ବଢି ଚାଲିଛି । କେତେବେଳେ ଆତଙ୍କୀମାନେ ବୋମା ବିସ୍ଫୋରଣ କରୁଛନ୍ତି ତ ଆଉ କେତେବେଳେ ସାଧାରଣ ଲୋକଙ୍କ ଉପରେ ଗୁଳିମାଡ କରୁଛନ୍ତି । ବିଶେଷକରି ଅନେକ ସମୟରେ ମସଜିଦରେ ବିସ୍ଫୋରଣ ଘଟଣା ସାମ୍ନାକୁ ଆସୁଛି ।

ଏହା ମଧ୍ୟ ପଢନ୍ତୁ: Suicide Blast In Balochistan: ବେଲୋଚିସ୍ତାନ ମସଜିଦ ନିକଟରେ ବିସ୍ଫୋରଣ, ପୋଲିସ ଅଫିସରଙ୍କ ସମେତ 52 ମୃତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.