ETV Bharat / international

ସରିଲା ଅସ୍ତ୍ରବିରତି: ଇସ୍ରାଏଲ-ହମାସରେ ଶୁଭିଲା ସାଇରନ, 24 ଘଣ୍ଟାରେ ଗାଜାରେ 178 ମୃତ

author img

By ETV Bharat Odisha Team

Published : Dec 2, 2023, 7:15 AM IST

Israel Hamas ceasefire ends: ସରିଲା ଅସ୍ତ୍ରବିରତି । ପୁଣି ଗାଜା ଓ ଇସ୍ରାଏଲ ଆକାଶରେ ଉଡିଲା ରକେଟ । ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ । 178 ମୃତ, 589ରୁ ଊର୍ଦ୍ଧ୍ବ ଆହତ । ଅଧିକ ପଢନ୍ତୁ

ସରିଲା ଅସ୍ତ୍ରବିରତି
ସରିଲା ଅସ୍ତ୍ରବିରତି

ତେଲ ଅଭିଭ: ଅସ୍ତ୍ର ବିରତି ଚୁକ୍ତିର ସମାପ୍ତ ନ ହେଉଣୁ ପୁଣି ଗାଜା ଓ ଇସ୍ରାଏଲ ଆକାଶରେ ଶୁଭିଲା ସାଇରନ ସ୍ବର । ଶୁକ୍ରବାର ଦିନ ଗାଜା-ଇସ୍ରାଏଲ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିର ଶେଷ ହୋଇଛି । ଏଥିସହ 2 ଦେଶ ମଧ୍ୟରେ ଆରମ୍ଭ ହୋଇଯାଇଛି ବୋମାବର୍ଷଣ । ଶୁକ୍ରବାର ସକାଳ ସମୟରେ ଅସ୍ତ୍ରବିରତିର କିଛି ଘଣ୍ଟା ପୂର୍ବରୁ ଗାଜାରେ ଆକ୍ରମଣ ହୋଇଥିଲା । ଯେଉଁଥିରେ 178ରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।

ସରିଲା ଅସ୍ତ୍ରବିରତି । ପୁଣି ଗାଜା ଓ ଇସ୍ରାଏଲ ଆକାଶରେ ଉଡିଲା ରକେଟ । ଶୁଭିଲା ବିସ୍ଫୋରଣର ଶବ୍ଦ । ପୁଣି ଆରମ୍ଭ ହେଲା ହାହାକାର ସ୍ଥିତି । ଶୁକ୍ରବାର 2 ଦେଶ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ଶେଷ ନ ହେଉଣୁ ଆରମ୍ଭ ହୋଇଯାଇଛି ରକେଟ ମାଡ । ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ପକ୍ଷରୁ ପ୍ରଥମେ ଗାଜାର ସଡେର୍ଟ ଅଞ୍ଚଳରେ ରକେଟ ମାଡ କରାଯାଇଥିଲା । ଏହାପରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଥିଲା ଘନଘନ ରକେଟ ମାଡ । ଅସ୍ତ୍ରବିରତିର 24 ଘଣ୍ଟା ନପୁରୁଣୁ 178ରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ନେଇ ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ଏଥିସହ ପାଖାପାଖି 589 ଆହତ ହୋଇଛନ୍ତି ।

ଅନ୍ୟପଟେ ଏହି ଆକ୍ରମଣ ପାଇଁ ଲୋକମାନଙ୍କ ନିକଟରେ ମାନବିକ ସହାୟତା ପହଞ୍ଚାଯାଇପାରୁନାହିଁ । ସାଧାରଣ ଲୋକଙ୍କ ପାଇଁ ଅତ୍ୟାବଶକୀୟ ସାମଗ୍ରୀ ନେଇ ଗାଜା ଯାଉଥିବା ହଜାରେ ହଜାରେ ଟ୍ରକ ଅଧା ରାସ୍ତାରେ ଅଟକି ରହିଛି । ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ.. ଆଉ ଗୋଟିଏ ଦିନ ବଢିଲା ହମାସ୍-ଇସ୍ରାଏଲ ଅସ୍ତ୍ରବିରତି

ତେବେ ଏହି ଆକ୍ରମଣ ଚଳିତ ସପ୍ତାହର ପ୍ରଥମ ଆକ୍ରମଣ ଅଟେ । କତାରର ମଧ୍ୟସ୍ଥତାରେ ଅସ୍ତ୍ରବିରତି ଚୁକ୍ତି ଅନୁସାରେ ବନ୍ଦୀଙ୍କୁ ମୁକ୍ତ ବଦଳରେ ଯୁଦ୍ଧ ବନ୍ଦ ନୀତି ଆପଣାଇଥିଲେ 2 ଦେଶ । ଏହିକ୍ରମରେ ନଭେମ୍ବର 24ରୁ 7 ଦିନ ଧରି ଇସ୍ରାଏଲ-ହମାସ ମଧ୍ୟରେ ବନ୍ଦୀମାନଙ୍କୁ ମୁକ୍ତ ଅଭିଯାନ ଜାରି ରହିଥିଲା । ଗୁରୁବାର ରାତିରେ 6 ଜଣ ଇସ୍ରାଏଲ ନାଗରିକଙ୍କୁ ହମାସ ଆତଙ୍କି ସଂଗଠନ ପକ୍ଷରୁ ମୁକୁଳାଯାଇଥିଲା । ଏହି ଅସ୍ତ୍ରବିରତି ସମୟ ମଧ୍ୟରେ ହମାସ ପକ୍ଷରୁ 100 ପଣବନ୍ଦୀଙ୍କୁ ମୁକ୍ତ କରାଯାଇଥିବା ବେଳେ ଇସ୍ରାଏଲ 300 ପାଲେଷ୍ଟାଇନ ବନ୍ଦୀଙ୍କୁ ଛାଡିଥିଲା । ତେବେ ସମସ୍ତ ଅଟକମାନେ ରେଡକ୍ରସ ସଂଗଠନ ଇଜିପ୍ଟର ରାଫା ସୀମା ଦେଇ ନିଜ ଦେଶରେ ପହଞ୍ଚିଥିଲେ । ଅନ୍ୟପଟେ ଏବେସୁଦ୍ଧା ହମାସ ପାଖାପାଖି 130 ଇସ୍ରାଇଲିଙ୍କୁ ଅଟକ ରଖିଛି । ସେମାନଙ୍କ ମଧ୍ୟରେ 115 ବରିଷ୍ଠ ବ୍ୟକ୍ତି, 20 ମହିଳା ଓ 2 ଜଣ ଶିଶୁ ଥିବା ସୂଚନା ରହିଛି ।

ଗୁରୁବାର ଦିନ ୟୁଏସ ସେକ୍ରେଟାରୀ ଆଣ୍ଟୋନି ବ୍ଲିଙ୍କେନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଭେଟି ଯୁଦ୍ଧରେ ସାଧାରଣ ନାଗରିକଙ୍କୁ ମୃତ୍ୟୁ ସଂଖ୍ୟା ଏଡାଇବାକୁ ପରାମର୍ଶ ଦେଇଥିଲେ । ତେବେ ଅକ୍ଟୋବର 7 ତାରିଖରୁ ଏହି ଯୁଦ୍ଧ ଜାରି ରହିଥିବା ବେଳେ ଏଥିରେ ବର୍ତ୍ତମାନ ସୁଦ୍ଧା 13 ହଜାର 300ରୁ ଊର୍ଦ୍ଧ୍ବ ପାଲେଷ୍ଟିନିଆନ ଓ 1200ରୁ ଊର୍ଦ୍ଧ୍ବ ଇସ୍ରାଇଲିଙ୍କ ଜୀବନ ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.