ETV Bharat / international

ୟୁ୍କ୍ରେନର ୭୨ଟି ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଆକ୍ରମଣ କରିଛି ଋଷ: WHO

author img

By

Published : Mar 26, 2022, 11:44 AM IST

Updated : Mar 26, 2022, 12:40 PM IST

ଋଷ ବିରୋଧରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆଣିଛି ଗୁରୁତର ଅଭିଯୋଗ । ଫେବୃଆରୀ ୨୪ରୁ ଯୁଦ୍ଧ ଆରମ୍ଭରୁ ୟୁ୍କ୍ରେନର ୭୨ଟି ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଋଷ ଆକ୍ରମଣ କରିଛି ବୋଲି ଡବ୍ଲୁଏଚଓ ଅଭିଯୋଗ କରିଛି । ଅଧିକ ପଢନ୍ତୁ

Russia Ukraine War: ୭୨ଟି ୟୁ୍କ୍ରେନ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଋଷର ଆକ୍ରମଣ: WHO
Russia Ukraine War: ୭୨ଟି ୟୁ୍କ୍ରେନ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଋଷର ଆକ୍ରମଣ: WHO

ନୂଆଦିଲ୍ଲୀ: ଦିନକୁ ଦିନ ୟୁକ୍ରେନ ସ୍ଥିତି ଜଟିଳ ହେବାରେ ଲାଗିଛି । ଋଷ ଆକ୍ରମଣରେ ସାଧରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଧନ ଜୀବନ ନଷ୍ଟ ହେବାରେ ଲାଗିଛି । ଏପଟେ ଋଷ ଓ ୟୁ୍କ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୩୨ ଦିନ ପୂରିଛି ।

ସେହିପରି ଋଷ ବିରୋଧରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଆଣିଛି ଗୁରୁତର ଅଭିଯୋଗ । ଫେବୃଆରୀ ୨୪ରୁ ଯୁଦ୍ଧ ଆରମ୍ଭରୁ ୟୁ୍କ୍ରେନର ୭୨ଟି ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଋଷ ଆକ୍ରମଣ କରିଛି ବୋଲି ଡବ୍ଲୁଏଚଓ ଅଭିଯୋଗ କରିଛି । ୟୁ୍କ୍ରେନର ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଋଷ ଆକ୍ରମଣ କରିବା ଦ୍ବାରା ବହୁ ସଂଖ୍ୟାରେ ମେଡିକାଲ ସହ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଉପକରଣ ନଷ୍ଟ ହୋଇଛି ବୋଲି WHO ପକ୍ଷରୁ କୁହାଯାଇଛି ।

ସେହିଭଳି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିବା ଅନୁସାରେ, ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଋଷ କରିଥିବା ୭୨ଟି ଆକ୍ରମଣ ମଧ୍ୟରୁ ୫୮ଟି ମେଡିକାଲରେ ପରିବହନ ସେବା ପ୍ରଦାନ କରୁଥିବା ୧୧ଟି ଗାଡି ନଷ୍ଟ ହୋଇଛି । ଏଥିସହ ୧୬ ଜଣ ସ୍ବାସ୍ଥ୍ୟ ସେବା ପ୍ରଦାନ କରୁଥିବା କର୍ମଚାରୀ, ୧୦ ଜଣ ରୋଗୀ ଆହତ ହୋଇଛନ୍ତି । ଏହା ସହିତ ୮ଟି ଯୋଗାଣ ସେବା ସହ ଗୋଟିଏ ମେଡିକାଲ ସାମଗ୍ରୀ ଗୋଦାମ ଘର କ୍ଷତିଗ୍ରସ୍ତ ହୋଇଛି ।

ଏତତ ବ୍ୟତିତ୍‌ ମେଡିକାଲ ଉପରେ ଋଷ ଆକ୍ରମଣରେ ୭୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୭ ଜଣ ଆହତ ହୋଇଛନ୍ତି । ଏଥିସହ ଏହି ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଆମେ ଚିନ୍ତିତ ବୋଲି ୟୁ୍କ୍ରେନରେ ଡବ୍ଲୁଏଚଓର ଥିବା ପ୍ରତିନିଧି ଜାର୍ନୋ ହାବିଚଟ କହିଛନ୍ତି । ଏପଟେ ସ୍ବାସ୍ଥ୍ୟ ଭିତ୍ତିଭୂମି ସହ ଡାକ୍ତର ଓ ନର୍ସ ମଧ୍ୟ ଠିକ୍‌ ରହିଥିବା ବେଳେ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବା ଲାଗି ସ୍ଥାନ ପରିବର୍ତ୍ତନ ହେବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି ।

ଅନ୍ୟପଟେ ମାର୍ଚ୍ଚ 8 ତାରିଖରେ ଋଷ ସେନାର ମେଡିକାଲ ଉପରେ ଶେଷ ଆକ୍ରମଣ ଥିଲା । ଏପଟେ ଯୁଦ୍ଧ କାରଣରୁ ବହୁତ ସଂଖ୍ୟାରେ ୟୁକ୍ରେନ ନାଗରିକ ଦେଶ ଛାଡି ପଳାଇ ଯାଇଥିବା ବେଳେ ଅନେକ ଲୋକ ଏବେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ସୂଚନା ଅନୁସାରେ ଗତ ସପ୍ତାହରେ ମାରିଓପୋଲର ଏକ ଥିଏଟରରେ ୧୩ ଶହରୁ ଉର୍ଦ୍ଧ୍ବ ଲୋକ ଆଶ୍ରୟ ନେଇଥିବା ବଳେ ଋଷ ଏଠାରେ ମିସାଇଲ ମାଡ କରିଥିଲା ।

ଫଳରେ ଏହି ଆକ୍ରମଣରେ ୩ ଶହରୁ ଉର୍ଦ୍ଧ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ବହୁତ ସଂଖ୍ୟାରେ ଲୋକ ଚାପି ହୋଇ ରହିଛନ୍ତି । ଏଥିସହ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ସାଧାରଣ ନାଗରିକଙ୍କ ଉପରେ ଋଷର ଏହି ଆକ୍ରମଣ ୟୁକ୍ରେନ ନିନ୍ଦା କରିବା ସହ ଅନ୍ୟ ରାଷ୍ଟ୍ର ମଧ୍ୟ ଏହାକୁ ବିରୋଧ କରିଛନ୍ତି ।

@IANS

Last Updated : Mar 26, 2022, 12:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.