ETV Bharat / international

Ukraine War: ମାରିଆପୋଲ ଥିଏଟର ଉପରେ ଋଷର ମିସାଇଲ ମାଡ, 300 ମୃତ

author img

By

Published : Mar 25, 2022, 4:33 PM IST

ମାରିଆପୋଲର ଏକ ଡ୍ରାମା ଥିଏଟରରେ ଶତାଧିକ ସାଧରଣ ନାଗରକି ଆଶ୍ରୟ ନେଇଥିବା ବେଳେ ଋଷ ଏହା ଉପରେ ମିସାଇଲ ଆକ୍ରମଣ କରିଥିଲା । ଫଳରେ ଏହି ଆକ୍ରମଣରେ ପ୍ରାୟ ୩ ଶହରୁ ଅଧିକ ସାଧରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Russia Ukraine War:  ମାରିଅପୁଲ ଥିଏଟର ଉପରେ ମିସାଇଲ ମାଡ, ୩ଶହ ୟୁକ୍ରେନ ନାଗରିକ ମୃତ
Russia Ukraine War: ମାରିଅପୁଲ ଥିଏଟର ଉପରେ ମିସାଇଲ ମାଡ, ୩ଶହ ୟୁକ୍ରେନ ନାଗରିକ ମୃତ

ନୂଆଦିଲ୍ଲୀ: ଜାରି ରହିଛି ୟୁକ୍ରେନ ଉପରେ ଋଷର ଆକ୍ରମଣ । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଜି ମାସେ ପୂରିଛି । ତେବେ ମାସେ ପୂରିଥିବା ବେଳେ ଯୁଦ୍ଧ ପ୍ରଶମିତ ହେବାର କୌଣଷି ଆଶା ମଧ୍ୟ ଦେଖା ଯାଉନାହିଁ ।

ଏପଟେ ଋଷ ସେନାର ଆକ୍ରମଣରେ ଦୁର୍ଦ୍ଦଶା ଭୋଗୁଛନ୍ତି ୟୁକ୍ରେନର ସାଧାରଣ ନାଗରିକ । ମାତ୍ର ଗୋଟେ ପଟେ ବଞ୍ଚିବା ପାଇଁ ଲୋକ ସଂର୍ଘଷ କରୁଥିବା ବେଳେ ଋଷର ମିସାଇଲ ମାଡରେ ଶତାଧିକ ଲୋକ ପ୍ରାଣ ହରାଉଥିବା ୟୁକ୍ରେନ ଦାବି କରିଛି । ତେବେ ଗତ ସପ୍ତାହରେ ୟୁକ୍ରେନର ବନ୍ଦର ସହର ମାରିଆପୋଲରେ ଋଷର ମିସାଇଲ ମାଡରେ ୩ଶହ ଜଣଙ୍କର ମୃତ୍ୟୁ ହୋଇଥିବା ୟୁକ୍ରେନ ଦାବି କରିଛି ।

ସେହିପରି ଗତ ସପ୍ତାହରେ ବନ୍ଦର ସହର ମାରିଆପୋଲର ଏକ ଡ୍ରାମା ଥିଏଟରରେ ଶତାଧିକ ସାଧରଣ ନାଗରକି ଆଶ୍ରୟ ନେଇଥିବା ବେଳେ ଋଷ ଏହା ଉପରେ ମିସାଇଲ ଆକ୍ରମଣ କରିଥିଲା । ଫଳରେ ଏହି ଆକ୍ରମଣରେ ପ୍ରାୟ ୩ ଶହରୁ ଅଧିକ ସାଧରଣ ନାଗରିକଙ୍କ ମୃତ୍ୟୁ ହୋଇଛି ବୋଲି ୟୁକ୍ରେନର ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଆଜି କହିଛନ୍ତି ।

ଅନ୍ୟପଟେ ମାର୍ଚ୍ଚ ୧୬ ତାରିଖରେ ହୋଇଥିବା ଏହି ଆକ୍ରମଣ ବିଭିନ୍ନ ରାଷ୍ଟ୍ର ବିରୋଧ କରିବା ସହ ବିଭିନ୍ନ ସ୍ଥାନରେ ଋଷ ବିରୋଧରେ ବିକ୍ଷୋଭ ମଧ୍ୟ କରୁଥିବା ଦେଖାଯାଇଛି । ଏଥିସହ ୟୁରୋପୀୟ ମହାସଂଘ ଆମେରିକ ସହ ବଡ ଗ୍ୟାସ କାରବାର ନେଇ ଏକ ଚୁକ୍ତି ସ୍ବାକ୍ଷରିତ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.