ETV Bharat / international

ଦୀପାବଳି ଟି' ପାର୍ଟିରେ ଆତିଥ୍ୟ ଗ୍ରହଣ କଲେ ଜୟଶଙ୍କର, ସୁନକ ଓ ଅକ୍ଷତାଙ୍କୁ ଜଣାଇଲେ ଧନ୍ୟବାଦ

author img

By ETV Bharat Odisha Team

Published : Nov 13, 2023, 9:42 AM IST

ଦୀପାବଳିରେ ଡାଉନିଂ ଷ୍ଟ୍ରିଟ୍‌ରେ ଟି ପାର୍ଟି । ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ଆତିଥ୍ୟ ଗ୍ରହଣ କଲେ ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ ଜୟଶଙ୍କର । ଅଧିକ ପଢ଼ନ୍ତୁ

Diwali tea
Diwali tea

ଲଣ୍ଡନ: ଦୀପାବଳି ଅବସରରେ ଡାଉନିଂ ଷ୍ଟ୍ରିଟ୍‌ରେ ଟି' ପାର୍ଟିକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ନିମନ୍ତ୍ରଣ କରିଥିଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ । ନିମନ୍ତ୍ରଣ ରକ୍ଷା କରି ଆତିଥ୍ୟ ଗ୍ରହଣ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ନିମନ୍ତ୍ରଣ କ୍ରମେ ରବିବାର ଟି' ପାର୍ଟିରେ ଆତିଥ୍ୟ ଗ୍ରହଣ କରିଥିଲେ ଜୟଶଙ୍କର । ଏପରି ଆୟୋଜନକୁ ନିମନ୍ତ୍ରଣ କରିଥିବାରୁ ସୁନକ ଓ ତାଙ୍କ ପତ୍ନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବୈଦେଶିକ ବ୍ୟାପର ମନ୍ତ୍ରୀ ।

  • Delighted to call on Prime Minister @RishiSunak on #Diwali Day. Conveyed the best wishes of PM @narendramodi.

    India and UK are actively engaged in reframing the relationship for contemporary times.

    Thank Mr. and Mrs. Sunak for their warm reception and gracious hospitality. pic.twitter.com/p37OLqC40N

    — Dr. S. Jaishankar (@DrSJaishankar) November 12, 2023 " class="align-text-top noRightClick twitterSection" data=" ">

ଏସ୍‌ ଜୟଶଙ୍କର ଟ୍ୱିଟ୍‌ କରି କହିଛନ୍ତି ଯେ, ଆତିଥ୍ୟ ପାଇଁ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କୁ ହୃଦୟରୁ ଧନ୍ୟବାଦ । ମୋତେ ଦିପାବଳୀ ଅବସରରେ ଡାଉନିଂ ଷ୍ଟ୍ରିଟ୍‌କୁ ଡାକିଥିବାକୁ ମୁଁ ବହୁତ ଖୁସି । ଭାରତ ଓ ବ୍ରିଟେନ ମଧ୍ୟରେ ମଜଭୁତ ଦ୍ୱିପାକ୍ଷିକ ସମ୍ପର୍କ ରହି ଆସିଛି । ତେବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନ ପ୍ରଧାନ ମନ୍ତ୍ରୀ ପଦ ଦାୟିତ୍ୱ ସମ୍ଭାଳିବା ପରେ ଏହି ସମ୍ପର୍କ ଏକ ନୂଆ ସ୍ତରରେ ପହଞ୍ଚିବା ନେଇ ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-Diwali 2023: ବ୍ରିଟେନରେ ଦୀପାବଳି ପାଳିଲେ ସୁନକ, ସାମିଲ ହେଲେ ହିନ୍ଦୁ ସମ୍ପ୍ରଦାୟ

ବର୍ତ୍ତମାନ 5 ଦିନିଆ ଲଣ୍ଡନ ଗସ୍ତରେ ରହିଛନ୍ତି ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ ଜୟଶଙ୍କର । ଆଜି ବ୍ରିଟେନରେ ଲର୍ଡସ୍‌ କ୍ରିକେଟ୍ ଗ୍ରାଉଣ୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତର ହାଇ କମିଶନଙ୍କ ଦ୍ବାରା ଆୟୋଜିତ ଏକ ଦାପାବଳୀ କାର୍ଯ୍ୟକ୍ରକୁ ସମ୍ବୋଧିତ କରିବେ ଜୟଶଙ୍କର ।

ଏହା ମଧ୍ୟ ପଢନ୍ତୁ-Diwali 2023: ବାଇଡେନଙ୍କ ଶୁଭେଚ୍ଛା ‘ଏକତା ଓ ପ୍ରକାଶର ସନ୍ଦେଶ ଦିଏ ଦୀପାବଳି ’

ଗତ ନଭେମ୍ବର 9 ତାରିଖରେ ବ୍ରିଟେନ ଡାଉନିଂ ଷ୍ଟ୍ରିଟ୍‌ରେ ଦୀପାବଳି ଉତ୍ସବର ଆୟୋଜନ କରିଥିଲେ ପ୍ରଧାନମନ୍ତ୍ରୀ ଋଷି ସୁନକ । ଏଥିରେ ହିନ୍ଦୁ ସମ୍ପ୍ରଦାୟର ଲୋକେ ସାମିଲ ହୋଇଥିଲେ । ଏଥିସହ ଭାରତର ବହୁ ପ୍ରସିଦ୍ଧ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ । ଯାହାର ଫଟୋ ପ୍ରଧାମନ୍ତ୍ରୀଙ୍କ ଟ୍ବିଟରରେ ସେୟାର କରାଯାଇଥିଲା । ସୁନକ ଓ ତାଙ୍କ ପତ୍ନୀ ଦୀପ ପ୍ରଜ୍ବଳନ କରିବା ସହ ଇଂଲଣ୍ଡ ଓ ପୁରା ବିଶ୍ବକୁ ଦୀପାବଳିର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ଦୀପାବଳି ଅବସରରେ ବ୍ରିଟେନର ଟେନ୍‌ ଡାଉନିଂ ଷ୍ଟ୍ରିଟ୍‌କୁ ଫୁଲ ଓ କ୍ୟାଣ୍ଡେଲରେ ସଜା ଯାଇଥିଲା ।

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ । ରାଷ୍ଟ୍ରପତି ଜୋ ବାଇଡେନ ଆମେରିକା ଓ ସମଗ୍ର ବିଶ୍ୱରେ ଦୀପାବଳି ପାଳନ କରୁଥିବା ସମସ୍ତ ଧର୍ମାବଲମ୍ବୀଙ୍କୁ ଦୀପାବଳିର ଶୁଭକମନା ଜଣାଇଥିଲେ । ଅଜ୍ଞତା, ଘୃଣା ଓ ବିଭାଜନର ଅନ୍ଧକାର ଉପରେ ଜ୍ଞାନ, ପ୍ରେମ ଓ ଏକତାର ଆଲୋକ ଅନୁସନ୍ଧାନ ବାର୍ତ୍ତାର ପ୍ରତୀକ ଦୀପାବଳି ବୋଲି ବାଇଡେନ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.