ETV Bharat / international

ଗାଜା ଯୁଦ୍ଧରେ ପ୍ରାଣ ହରାଇଲେଣି 100ରୁ ଅଧିକ ଇସ୍ରାଏଲୀ ସୈନିକ: IDF

author img

By ETV Bharat Odisha Team

Published : Dec 11, 2023, 9:52 PM IST

(Over 100 Israeli soldiers killed in Gaza) ଗାଜା ଯୁଦ୍ଧରେ ପ୍ରାଣ ହରାଇଲେଣି 100 ରୁ ଅଧିକ ଇସ୍ରାଏଲୀ ସୈନିକ । ପ୍ରାୟ 6 ଶହ ଆହତ ନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସର ସୂଚନା । ଅଧିକ ପଢନ୍ତୁ

ଗାଜା ଯୁଦ୍ଧରେ ପ୍ରାଣ ହରାଇଲେଣି 100 ରୁ ଅଧିକ ଇସ୍ରାଏଲୀ ସୈନିକ: IDF
ଗାଜା ଯୁଦ୍ଧରେ ପ୍ରାଣ ହରାଇଲେଣି 100 ରୁ ଅଧିକ ଇସ୍ରାଏଲୀ ସୈନିକ: IDF

ହାଇଦ୍ରାବାଦ: ଅକ୍ଟୋବର 7 ତାରିଖରୁ ଗାଜାରେ ଜାରି ରହିଥିବା ସାମରିକ ଅପରେସନରେ ଏପର୍ଯ୍ୟନ୍ତ 100ରୁ ଅଧିକ ଇସ୍ରାଏଲୀ ସୈନିକଙ୍କ ମୃତ୍ୟୁ ଘଟିଛି । ଆଜି ଉତ୍ତର-ଗାଜାରେ ଏକ ଆକ୍ରମଣରେ ତିନି ଇସ୍ରାଏଲୀ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା 104ରେ ପହଞ୍ଚିଛି ବୋଲି କହିଛି ଇସ୍ରାଏଲ ସେନା ଆଜି ଘୋଷଣା କରିିଛି । ଇସ୍ରାଏଲ ଉପରେ ଆକ୍ରମଣ ହେବା ପରେ ବାୟୁସେନା ଗାଜାରେ ଏୟାର ଷ୍ଟ୍ରାଇକ କରୁଥିଲା । ଏହା ପରେ ଅକ୍ଟୋବର 27 ତାରିଖରେ ଗାଜାରେ ଇସ୍ରାଏଲ ସ୍ଥଳସେନା ପ୍ରବେଶ କରି ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଥିଲା । ଏବେ ସୁଦ୍ଧା ଗ୍ରାଉଣ୍ଡ ଅପରେସନରେ 600 ରୁ ଅଧିକ ଇସ୍ରେଏଲୀ ସୈନିକ ଆହତ ମଧ୍ୟ ହୋଇଛନ୍ତି ବୋଲି ସେନା କହିଛି । ଏବେ ମଧ୍ୟ ଗାଜାରେ ଗ୍ରାଉଣ୍ଡ ଅପରେସନ ଜାରି ରଖିଛି ଇସ୍ରାଏଲ ।


ଅନ୍ୟପଟେ ହମାସ ନିୟନ୍ତ୍ରଣାଧୀନ ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଗାଜାରେ ଇସ୍ରାଏଲ ସେନାର କାର୍ଯ୍ୟାନୁଷ୍ଠାନରେ ହଜାର ହଜାର ସଂଖ୍ୟାରେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ଡିସେମ୍ବର 9 ତାରିଖ ସୁଦ୍ଧା ମୋଟ 17 ହଜାର 8 ଶହ ଲୋକେ ପ୍ରାଣ ହରାଇଛନ୍ତି । ଏଥିମଧ୍ୟରୁ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି । ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ଅଧିଂକାଂଶ ଲୋକଙ୍କ ପ୍ରାଣ ଯାଇଛି । ଏପରିକି ଗାଜାରେ ଥିବା ହସ୍ପିଟାଲ, ଶରଣାର୍ଥୀ ଶିବିର ଓ ଅନ୍ୟ ସାଧାରଣ ଜନବସତି ଏରିଆକୁ ମଧ୍ୟ ଟାର୍ଗେଟ କରାଯାଉଥିବା ଅଭିଯୋଗ କରିଛି ଗାଜା । ଏବେ ମଧ୍ୟ ଗ୍ରାଉଣ୍ଡ ଅପରେସନରେ ସାଧାରଣ ଗାଜାବାସୀଙ୍କୁ ଟାର୍ଗେଟ କରାଯାଉଥିବା ହମାସ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି ।


ଅନ୍ୟପଟେ ଏହି ଅଭିଯୋଗକୁ ତୁର୍କୀ ଓ କିଛି ଆରବ ଦେଶ ଇସ୍ରାଏଲର ଯୁଦ୍ଧ ଅପରାଧ କହୁଥିବା ବେଳେ ଏହାକୁ ଟେଲ-ଆଭିଭ ପକ୍ଷରୁ ଖଣ୍ଡନ କରାଯାଇଛି । ଏବେ ବି ଗାଜାର ଏକାଧିକ ସୁଡଙ୍ଗରେ ଆତଙ୍କବାଦୀମାନେ ସକ୍ରିୟ ଅଛନ୍ତି ଓ ସେମାନେ ଯାତାୟତ କରିବା ପାଇଁ ଆମ୍ବୁଲାନ୍ସ ବ୍ୟବହାର କରୁଥିବା ଇସ୍ରାଏଲ କହିଛି । ସେହିପରି ସେମାନେ ଇସ୍ରାଏଲ ସେନା କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ହସ୍ପିଟାଲ ଓ ରିଲିଫ କ୍ୟାମ୍ପ ଆଦି ସ୍ଥାନରୁ ଆକ୍ରମଣ କରୁଥିବା ମଧ୍ୟ ଇସ୍ରାଏଲ କହୁଛି ।

ଏହା ମଧ୍ୟ ପଢନ୍ତୁ :- ଶିକ୍ଷାବିତରୁ ରାଜନେତା: ଉଜ୍ଜୈନରୁ ହ୍ୟାଟ୍ରିକ୍ ବିଜୟୀ ମୋହନ ଯାଦବ ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

ଉଭୟ ପକ୍ଷ ମଧ୍ୟରେ ହୋଇଥିବା ସାମୟିକ ଯୁଦ୍ଧ ବିରତି ପରେ ପରସ୍ପର ନିଜ ନିୟନ୍ତ୍ରଣରେ ଥିବା କିଛି ପଣବନ୍ଦୀଙ୍କୁ ମୁକ୍ତ କରିଛନ୍ତି । ମାତ୍ର ପରବର୍ତ୍ତୀ ସମୟରେ ପୁଣି ଉଭୟ ପକ୍ଷରୁ ହିଂସା ହେବା ପରେ ଏହି ଶାନ୍ତିଚୁକ୍ତି ଅକାମି ହୋଇପଡିଛି । ଏବେ ମଧ୍ୟ ସମସ୍ତ ନାଗରିକ ମୁକ୍ତ ହୋଇନଥିବା ଇସ୍ରାଏଲ କହୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.