ETV Bharat / international

ପାରାଗୁଏରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କଲେ ବୈଦେଶିକ ମନ୍ତ୍ରୀ

author img

By

Published : Aug 22, 2022, 3:59 PM IST

ଦକ୍ଷିଣ ଆଫ୍ରିକାର ପାରାଗୁଏରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଅଧିକ ପଢନ୍ତୁ

ପାରାଗୁଏରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କଲେ ବୈଦେଶିକ ମନ୍ତ୍ରୀ
ପାରାଗୁଏରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କଲେ ବୈଦେଶିକ ମନ୍ତ୍ରୀ

ପାରାଗୁଏ: ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିଛନ୍ତି । ଦକ୍ଷିଣ ଆଫ୍ରିକାର ପାରାଗୁଏରେ ରବିବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ବୈଦେଶିକ ମନ୍ତ୍ରୀ । ସହରର ପ୍ରମୁଖ ତଟରେ ବାପୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିବାରୁ ଅସୁନସିୟନ ନଗରପାଳିକାଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ବୈଦେଶିକ ମନ୍ତ୍ରୀ । ଏହା ଏକାତର ପ୍ରମାଣ ବୋଲି ଟ୍ବିଟ କରି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ।

  • Honoured to unveil a bust of Mahatma Gandhi ji in Asuncion, Paraguay.

    Appreciate the Asuncion Municipality’s decision to locate it at the prominent waterfront of the city.

    This is a statement of solidarity that was so strongly expressed during the Covid pandemic. pic.twitter.com/LiK4h3F4Xx

    — Dr. S. Jaishankar (@DrSJaishankar) August 21, 2022 " class="align-text-top noRightClick twitterSection" data=" ">

ଅଗଷ୍ଟ 22 ରୁ 27 ତାରିଖ ଯାଏ ବ୍ରାଜିଲ, ଆର୍ଜେଣ୍ଟିନା ଓ ପାରଗୁଏ ଗସ୍ତରେ ଅଛନ୍ତି ବୌଦେଶିକ ମନ୍ତ୍ରୀ । ଏହି ଗସ୍ତରେ ପ୍ରତିପକ୍ଷଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ଜୟଶଙ୍କର । 3 ଦେଶର ବିରଷ୍ଠ ନେତାଙ୍କୁ ଭେଟିବେ ବୈଦେଶିକ ମନ୍ତ୍ରୀ । ପାରାଗୁଏରେ ଜୟଶଙ୍କର ଜାନୁଆରୀ 2022 କାର୍ଯ୍ୟକାରୀ ହୋଇଥିବା ନୂତର ଭାରତୀୟ ଦୂତବାସ କମ୍ପ୍ଲେକ୍ସର ଉଦଘାଟନ କରିବେ । ଗସ୍ତର ପ୍ରଥମ ଦିନରେ ବ୍ରାଜିଲର ସାଓ ପାଉଲୋରେ ଭାରତୀୟ ସମ୍ପ୍ରଦାୟକୁ ଭେଟିଥିଲେ । ପରେ ସେ ପାରାଗୁଏ ଅଭିମୁଖେ ବାହାରିଥିଲେ । ଏହାପରେ ସେ ଆର୍ଜେଣ୍ଟିନା ଗସ୍ତ କରିବେ । ପ୍ରତିପକ୍ଷଙ୍କ ସହ ମିଳିତ ଆୟୋଗ ବୈଠକରେ ଦ୍ବିପାକ୍ଷିକ ଆଲୋଚନା ଓ ବିଶ୍ବସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୈଦେଶିକ ମନ୍ତ୍ରୀ ।

ଏହି ଗସ୍ତ ପୂର୍ବରୁ ଜୟଶଙ୍କର ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଲାଟିନ୍ ଆମେରିକାନ ଏବଂ କାରିବିଆନ୍ ଦେଶଗୁଡିକର ରାଷ୍ଟ୍ରଦୂତମାନଙ୍କ ସହ ସାକ୍ଷାତ କରିଥିଲେ । ଭାରତ, ଦକ୍ଷିଣ ଆମେରିକୀୟ ଏବଂ କାରିବିଆନ୍ ଦେଶ ମଧ୍ୟରେ ସହଯୋଗର ବୃଦ୍ଧି ହେବାର ସମ୍ଭାବନା ଉପରେ ସକାରାତ୍ମକ ମନୋଭାବ ପୋଷଣ କରି ପାରସ୍ପରିକ ସମ୍ପର୍କ ଏବଂ ସହଯୋଗକୁ ଦୃଢ କରିବାଥିବାରୁ ରାଷ୍ଟ୍ରଦୂତମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଜୟଶଙ୍କର ।

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.