ETV Bharat / international

ଆକ୍ରମଣ ପରେ ପଣବନ୍ଦୀ ମୁକ୍ତି ପ୍ରକ୍ରିୟା ବନ୍ଦ: କତାରରୁ ପ୍ରତିନିଧି ଫେରାଇ ଆଣିଲା ଇସ୍ରାଏଲ

author img

By ETV Bharat Odisha Team

Published : Dec 3, 2023, 6:52 AM IST

କତାରରୁ ମଧ୍ୟସ୍ଥତା ପ୍ରତିନିଧି ଫେରାଇ ନେଲା ଇସ୍ରାଏଲ । ଅସ୍ତ୍ରବିରତି ଅବଧି ମଧ୍ୟରେ ଇସ୍ରାଏଲର ଆକ୍ରମଣରେ 240 ଲୋକଙ୍କ ମୃତ୍ୟୁ ହୋଇଥିବା ଗାଜାର ଦାବି । ଅଧିକ ପଢନ୍ତୁ

ହିଂସା ପରେ ପଣବନ୍ଦୀ ମୁକ୍ତି ପ୍ରକ୍ରିୟା ବନ୍ଦ: କତାରରୁ ମଧ୍ୟସ୍ଥି ଫେରାଇ ନେଲା ଇସ୍ରାଏଲ

ହାଇଦ୍ରାବାଦ: ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧବିରତି ପ୍ରକ୍ରିୟା ଶେଷ ହୋଇଛି । ଉଭୟ ପରସ୍ପରକୁ ଏହି ଅସ୍ତ୍ରବିରତି ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ କରିଛନ୍ତି । ଏଥିପାଇଁ ପରସ୍ପରକୁ ଦାୟୀ ମଧ୍ୟ କରିଛନ୍ତି । ଅସ୍ତ୍ରବିରତି ଅବଧି ମଧ୍ୟରେ ଇସ୍ରାଏଲ୍ ଗାଜାରେ ଏୟାର ଷ୍ଟ୍ରାଇକ୍ କରିଛି ଓ ପାଲେଷ୍ଟାଇନ ଗୋଷ୍ଠୀ ମଧ୍ୟ ଜବାବରେ ପାଲଟା ଆକ୍ରମଣ କରିଛନ୍ତି । ଗାଜା ଷ୍ଟ୍ରିପର ହମାସ ନିୟନ୍ତ୍ରଣାଧୀନ ସଂସ୍ଥା କହିଛି, ଅସ୍ତ୍ରବିରତି ନେଇ ହୋଇଥିବା ଚୁକ୍ତିକୁ ଇସ୍ରାଏଲ ଉଲ୍ଲଙ୍ଘନ କରିଛି । ଗାଜାରେ ଏୟାରଷ୍ଟ୍ରାଇକ କରିଛି । ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଇସ୍ରାଏଲ କରିଥିବା ଆକ୍ରମଣରେ ପ୍ରାୟ 240 ଜଣଙ୍କ ମୃତ୍ୟୁ ହୋଇଛି ।

ତେବେ ଏହାରି ମଧ୍ୟରେ ଅସ୍ତ୍ରବିରତି ପ୍ରକ୍ରିୟାରୁ ବାହାରି ଯାଇଛି ଇସ୍ରାଏଲ । ଉଭୟ ପକ୍ଷ ମଧ୍ୟରେ ଜାରି ରହିଥିବା ଅସ୍ତ୍ରବିରତି ଓ ବନ୍ଧକଙ୍କୁ ମୁକ୍ତ କରିବା ଆଲୋଚନା ପାଇଁ ଇସ୍ରାଏଲର ଏକ ପ୍ରତିନିଧି ଟିମ କତାର ରାଜଧାନୀ ଦୋହା ଗସ୍ତ କରିଥିଲେ । ଏହି ଟିମ ଇସ୍ରାଏଲର ପ୍ରତିନିଧି ଭାବେ ମଧ୍ୟସ୍ଥତା କରିଥିଲେ । ତେବେ ଏହି ଟିମକୁ ଆଲୋଚନା ବନ୍ଦ କରି ସ୍ବଦେଶ ଫେରିବା ପାଇଁ ଇସ୍ରାଏଲ ନିର୍ଦ୍ଦେଶ ଦେଇଛି । ତେବେ ଏହା ସ୍ପଷ୍ଟ ଯେ, ଇସ୍ରାଏଲ ଏହି ଆଲୋଚନାରେ ଆଉ ନାହିଁ । ତେଣୁ ଇସ୍ରାଏଲ ପୂର୍ବ ପରି ଗାଜାରେ ଗ୍ରାଉଣ୍ଡ ଅପରେସନକୁ ଜୋରଦାର କରିବା ନେଇ ଆଶା କରାଯାଉଛି । ତେବେ ଇସ୍ରାଏଲର ଅଭିଯୋଗ ଅନୁସାରେ, ଏହି ଅସ୍ତ୍ରବିରତି ଅବଧି ମଧ୍ୟରେ ଗାଜାରୁ ହମାସ ଆତଙ୍କୀ ଇସ୍ରାଏଲର କିଛି ସୀମାନ୍ତ ଏରିଆରେ ରକେଡ ମାଡ କରିଛନ୍ତି । ଏହାକୁ ହମାସ ପକ୍ଷରୁ ଖଣ୍ଡନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- ସରିଲା ଅସ୍ତ୍ରବିରତି: ଇସ୍ରାଏଲ-ହମାସରେ ଶୁଭିଲା ସାଇରନ, 24 ଘଣ୍ଟାରେ ଗାଜାରେ 178 ମୃତ

ପ୍ରାୟ ଦେଢମାସ ଧରି ଇସ୍ରାଏଲର ସାମରିକ ଅପରେସନ ପରେ କତାରର ମଧ୍ୟସ୍ଥତାରେ ଅସ୍ତ୍ରବିରତି ଚୁକ୍ତି ଅନୁସାରେ ବନ୍ଦୀଙ୍କୁ ମୁକ୍ତ ବଦଳରେ ଯୁଦ୍ଧ ବନ୍ଦ ନୀତି ଆପଣାଇଥିଲେ 2 ଦେଶ । ଏହିକ୍ରମରେ ନଭେମ୍ବର 24ରୁ 7 ଦିନ ଧରି ଇସ୍ରାଏଲ-ହମାସ ମଧ୍ୟରେ ବନ୍ଦୀମାନଙ୍କୁ ମୁକ୍ତ ଅଭିଯାନ ଜାରି ରହିଥିଲା । ଗୁରୁବାର ରାତିରେ 6 ଜଣ ଇସ୍ରାଏଲ ନାଗରିକଙ୍କୁ ହମାସ ଆତଙ୍କୀ ସଂଗଠନ ପକ୍ଷରୁ ମୁକୁଳା ଯାଇଥିଲା । ଏହି ଅସ୍ତ୍ରବିରତି ସମୟ ମଧ୍ୟରେ ହମାସ ପକ୍ଷରୁ 100 ପଣବନ୍ଦୀଙ୍କୁ ମୁକ୍ତ କରାଯାଇଥିବା ବେଳେ ଇସ୍ରାଏଲ 300 ପାଲେଷ୍ଟାଇନ ବନ୍ଦୀଙ୍କୁ ଛାଡିଥିଲା । ତେବେ ସମସ୍ତ ଅଟକମାନେ ରେଡକ୍ରସ ସ୍ବେଚ୍ଛାସେବୀଙ୍କ ମାଧ୍ୟମରେ ଇଜିପ୍ଟର ରାଫା ସୀମା ଦେଇ ନିଜ ଦେଶରେ ପହଞ୍ଚିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.