ETV Bharat / international

ଆଉ 2 ଦିନ ବଢିଲା ଇସ୍ରାଏଲ୍-ହମାସ ଅସ୍ତ୍ରବିରତି

author img

By ETV Bharat Odisha Team

Published : Nov 27, 2023, 11:06 PM IST

ଆଉ 2 ଦିନ ବଢିଲା ଗାଜାରେ ଇସ୍ରାଏଲ୍-ହମାସ ଅସ୍ତ୍ରବିରତି । ସୂଚନା ଦେଲା କତାର । ଶୁକ୍ରବାରଠାରୁ ଜାରି ରହିଛି ପଣବନ୍ଦୀ ମୁକ୍ତି ପ୍ରକ୍ରିୟା । ଅଧିକ ପଢନ୍ତୁ

ଆଉ 2 ଦିନ ବଢିଲା ଗାଜାରେ ଇସ୍ରାଏଲ୍-ହାମାସ ଅସ୍ତ୍ରବିରତି

ହାଇଦ୍ରାବାଦ: ପଣବନ୍ଦୀଙ୍କୁ ମୁକ୍ତି ଓ ପରସ୍ପରକୁ ପ୍ରତ୍ୟାର୍ପଣ ପାଇଁ ଇସ୍ରାଏଲ ଓ ହମାସ ମଧ୍ୟରେ ହୋଇଥିବା ଗାଜା ଅସ୍ତ୍ରବିରତି ଆଉ ଦୁଇ ଦିନ ବୃଦ୍ଧି କରାଯାଇଛି । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି 4 ଦିନିଆ ଅସ୍ତ୍ରବିରତି ଆଜି ଶେଷ ହେଉଥିଲା । ଏହାକୁ ଆଉ ଦୁଇଦିନ ବୃଦ୍ଧି କରିବା ପାଇଁ ଉଭୟ ଇସ୍ରାଏଲ ଓ ହମାସ ପକ୍ଷରୁ ସହମତି ପ୍ରକାଶ ପାଇଥିବା ସୂଚନା ଦେଇଛି ଏହି ପ୍ରକ୍ରିୟାରେ ମଧ୍ୟସ୍ଥତା କରୁଥିବା କତାର । ଏହି ଅବଧି ମଧ୍ୟରେ ଆଉ କିଛି ପମବନ୍ଦୀଙ୍କୁ ମୁକ୍ତ କରାଯିବ । କତାର ରାଜଧାନୀ ଦୋହା ଏସମ୍ପର୍କରେ ସୂଚନା ଦେଇଛି । କତାର ବିଦେଶ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ମଜିଦ ଅଲ ଅନସାରୀ ଏକ୍ସରେ ଟ୍ବିଟ କରି କହିଛନ୍ତି, ଏହି ଯୁଦ୍ଧ ବିରାମ ଅବଧି ଆଉ ଦୁଇ ଦିନ ବୃଦ୍ଧି ପାଇଛି । ମାନବୀୟ ଦୃଷ୍ଟିକୋରଣରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ତେବେ ଆରବ ଦେଶ କତାରର ମଧ୍ୟସ୍ଥତା ମଧ୍ୟରେ ଏହି ଯୁଦ୍ଧବିରାମ ସମ୍ଭବ ହୋଇଥିଲା । 4 ଦିନ କୌଣସି ଆକ୍ରମଣ କିମ୍ବା ଜବାବି ହମଲା ନକରିବା ପାଇଁ ଉଭୟ ପକ୍ଷ ରାଜି ହେବା ସହ ପରସ୍ପର ନିକଟରେ ଥିବା ପଣବନ୍ଦୀଙ୍କୁ ଉଦ୍ଧାର କରାଯିବା ନେଇ ସହମତି ପ୍ରକାଶ ପାଇଥିଲା । ଏବେ ସୁଦ୍ଧା ସୂଚନା ଅନୁସାରେ, ହାମାସ ଦ୍ୱାରା ମହିଳା ଓ ଶିଶୁଙ୍କ ସମେତ ମୋଟ 50 ବନ୍ଧକ ନାଗରିକ ମୁକ୍ତ ହେବେ ବୋଲି ଆଶା କରାଯାଉଥିଲା । ଏହାର ପ୍ରତିବଦଳରେ, ଇସ୍ରାଏଲ ମଧ୍ୟ 150 ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରାଯିବା ନେଇ ସୂଚନା ଥିଲା । ଏହା ସହ ଗାଜାରେ ମାନବୀୟ ସହାୟତା ଯୋଗାଣ ଶୃଙ୍ଖଳାକୁ ଅନୁମତି ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :- ଷୋଡ଼ଶ ଅର୍ଥ ଆୟୋଗ ସମ୍ମୁଖରେ ଚ୍ୟାଲେଞ୍ଜ, ରାଜ୍ୟକୁ ଟ୍ୟାକ୍ସରେ ମିଳିବ କି ଅଧିକ ଭାଗିଦାରି ?

ଏହି ଅସ୍ତ୍ରବିରତିର ପ୍ରଥମ ତିନି ଦିନ ମଧ୍ୟରେ, ଦୁଇପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତିନାମାର ଏକ ଅଂଶ ଭାବେ ଇସ୍ରାଏଲ୍ କାରାଗାରରେ ଥିବା 117 ପାଲେଷ୍ଟାଇନ କଏଦୀଙ୍କ ବଦଳରେ 39 ଜଣ ଇସ୍ରାଏଲ ନାଗରିକଙ୍କୁ ମୁକ୍ତ କରାଯାଇଥିବା ସୂଚନା ମିଳିଛି । ଏହି ହସ୍ତନ୍ତରଣ ପ୍ରକ୍ରିୟା ରେଡକ୍ରସ ଦ୍ବାରା ହେଉଛି । ଉଭୟ ପକ୍ଷ ରେଡକ୍ରସକୁ ପରିସ୍ପରର ନାଗରିକ ହସ୍ତାନ୍ତର କରୁଛନ୍ତି । ଏହି ପ୍ରକ୍ରିୟା ମଧ୍ୟରେ କତାର ସହ ଇଜିପ୍ଟ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏବେ ସୁଦ୍ଧା ଏହି ଅବଧି ମଧ୍ୟରେ କୌଣସି ନୂଆ ହିଂସା ମଧ୍ୟ ଦେଖିବାକୁ ମିଳିନି । ଅନ୍ୟପଟେ ଯୁଦ୍ଧ ବିରତି ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଗାଜା ମଧ୍ୟ ଗସ୍ତ କରିଛନ୍ତି । ସେଠାରେ ସେ ସେନା ସହ ଆଲୋଚନା କରି ଅପରେସନ ସମ୍ପର୍କରେ ସ୍ଥିତି ସମୀକ୍ଷା କରିଥିଲେ । ଆଜି ଆମେରିକୀୟ ବିଲେନିୟର ଶିଳ୍ପପତି ଏଲନ ମସ୍କ ମଧ୍ୟ ଇସ୍ରାଏଲ ଗସ୍ତ କରି ସ୍ଥାନୀୟ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ଆଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.