ETV Bharat / opinion

ଷୋଡ଼ଶ ଅର୍ଥ ଆୟୋଗ ସମ୍ମୁଖରେ ଚ୍ୟାଲେଞ୍ଜ, ରାଜ୍ୟକୁ ଟ୍ୟାକ୍ସରେ ମିଳିବ କି ଅଧିକ ଭାଗିଦାରି ?

author img

By ETV Bharat Odisha Team

Published : Nov 27, 2023, 10:30 PM IST

ଖୁବଶୀଘ୍ର ଗଠନ ହେବାକୁ ଯାଉଛି ୧୬ତମ ଅର୍ଥ ଆୟୋଗ । ଏବେ ୧୫ତମ ଅର୍ଥ ଆୟୋଗର କାର୍ଯ୍ୟକାଳ ଚାଲୁଥିବା ବେଳେ ଏହା ୨୦୨୬ରେ ଶେଷ ହେବ । ଏହାପରେ ୧୬ତମ ଅର୍ଥ ଆୟୋଗର କାର୍ଯ୍ୟକାଳ ଆସନ୍ତା ୫ବର୍ଷ ମଧ୍ୟ ରହିଛି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରାଜସ୍ବ ବଣ୍ଟନ ଉପରେ ଅର୍ଥ ଆୟୋଗ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥାନ୍ତି । ତେବେ ଅର୍ଥ ଆୟୋଗ ସମ୍ମୁଖରେ କଣ କଣ ଚ୍ୟାଲେଞ୍ଜ ରହିଛି ? ଏହା ଉପରେ ପଢନ୍ତୁ ଅର୍ଥ ବିଶେଷଜ୍ଞ ହରି ନାଇଡୁଙ୍କ ଆଲେଖ୍ୟ

16th finance commission
16th finance commission

ଲେଖକ- ଏ ଶ୍ରୀ ହରି ନାଇଡୁ (ଅର୍ଥନୈତିଜ୍ଞ, ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ଫାଇନାନ୍ସ ଆଣ୍ଡ ପଲିସି)

ହାଇଦ୍ରାବାଦ: ୧୬ତମ ଫାଇନାନ୍ସ କମିଶନ ବା ଅର୍ଥ ଆୟୋଗ ଚଳିତ ସପ୍ତାହରେ ଗଠନ ହୋଇପାରେ । ୧୫ତମ ଅର୍ଥ ଆୟୋଗର କାର୍ଯ୍ୟକାଳ ୨୦୨୫-୨୬ ପର୍ଯ୍ୟନ୍ତ ରହିଛି । ଆଗାମୀ ୫ ବର୍ଷ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରୁ ଟିକସ କେଉଁ ସୂତ୍ରରେ ବଣ୍ଟନ କରାଯିବ ତାହା ୧୬ତମ ଅର୍ଥ ଆୟୋଗ ନିଷ୍ପତ୍ତି ନିଆଯିବ । ଅର୍ଥ ଆୟୋଗ ହେଉଛି ଏକ ସାମ୍ବିଧାନିକ ସଂସ୍ଥା । ଧାରା ୨୮୦ ଅନୁଯାୟୀ ରାଷ୍ଟ୍ରପତି ଏହି ଆୟୋଗର ଗଠନ କରନ୍ତି । କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଟିକସ ରାଜସ୍ବ କିପରି ବଣ୍ଟନ କରାଯିବ ସେନେଇ ଆୟୋଗ କେନ୍ଦ୍ର ସରକାରଙ୍କୁ ସୁପାରିଶ କରେ । କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ କେଉଁ ଅନୁପାତରେ ଟିକସ ବଣ୍ଟନ କରାଯିବ ଏବଂ ତା’ପରେ ଅର୍ଥ କିପରି ରାଜ୍ୟ ମଧ୍ୟରେ ବଣ୍ଟନ କରାଯିବ ତାହା ସ୍ଥିର ହୋଇଥାଏ ।

ଏହାବାଦ ଧାରା ୨୭୦ ଏବଂ ୨୭୫ରେ ଅର୍ଥ ଆୟୋଗ ସମ୍ବନ୍ଧରେ ଅନ୍ୟ କିଛି ତଥ୍ୟ ମଧ୍ୟ ଉଲ୍ଲେଖ ରହିଛି । ଆୟୋଗର ନୀତି ହେଉଛି ସମାନତା । ଯାହାକି ପ୍ରତି ମୁଣ୍ଡପିଛା ଉପଲବ୍ଧତା ଏବଂ ଜନସେବାରେ ପହଞ୍ଚକୁ ନିଶ୍ଚିତ କରେ । ରାଷ୍ଟ୍ରପତି ଆୟୋଗର ରେଫରେନ୍ସ ସର୍ତ୍ତାବଳୀ ସ୍ଥିର କରନ୍ତି । ରାଷ୍ଟ୍ରପତି ବିଭିନ୍ନ ଆୟୋଗ ପାଇଁ ଭିନ୍ନ ଭିନ୍ନ ରେଫରେନ୍ସ ସ୍ଥିର କରନ୍ତି । ଯେପରିକି ୧୩ତମ ଅର୍ଥ ଆୟୋଗକୁ ୟୁନିଅନ୍ ଏବଂ ରାଜ୍ୟଗୁଡିକର ଆର୍ଥିକ ସ୍ଥିତିକୁ ବିଶ୍ଳେଷଣ ଓ ସମୀକ୍ଷା କରିବାର ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା । ଯାହାଦ୍ବାରା ସେମାନେ ବିବେଚନା କରିପାରିବେ ଯେ ଋଣ ସଂଯୋଜନା ଏବଂ ରିଲିଫ ସୁବିଧା (୨୦୦୫-୧୦)ର କାର୍ଯ୍ୟକାରିତା ଉପରେ କେତେ କାର୍ଯ୍ୟ କରାଯାଇଛି । ଏହା ପରେ ଆୟୋଗକୁ ୨୦୧୦-୧୫ ପାଇଁ ଏକ ରୋଡମ୍ୟାପ ପ୍ରସ୍ତାବ ଦେବାକୁ କୁହାଯାଇଥିଲା । ଯାହାଫଳରେ ଆର୍ଥିକ ସଂଶୋଧନ କରାଯାଇପାରିବ ।

ଏହାପରେ ୧୫ତମ ଅର୍ଥ ଆୟୋଗର କିଛି ରେଫରେନ୍ସ ବିବାଦକୁ ଆସିଥିଲା । ୧୯୭୧ ଜନଗଣନା ବଦଳରେ ୨୦୧୧ ଜନଗଣନା କାହିଁକି ବ୍ୟବହୃତ ହେଲା ? ରାଜସ୍ବ ନିଅଣ୍ଟ ବଦଳରେ କ୍ଷତିପୂରଣ ଦିଆଯିବା ଉଚିତ କି ନୁହେଁ ? ପ୍ରତିରକ୍ଷା ଏବଂ ଆଭ୍ୟନ୍ତରୀଣ ସୁରକ୍ଷାକୁ ଦିଆଯାଇଥିବା ଅନାବଶ୍ୟକ ପାଣ୍ଠି ପାଇଁ କୌଣସି ଅଲଗା ବ୍ୟବସ୍ଥା ରହିବା ଉଚିତ କି ? ୧୯୬୯ ମସିହାରେ ପ୍ରଶାସନିକ ସଂସ୍କାର ଆୟୋଗ (ARC) ଯୋଜନା ଆୟୋଗ ଏବଂ ଅର୍ଥ ଆୟୋଗର କାର୍ଯ୍ୟକଳାପରେ ଥିବା ପ୍ରତିବାଦ ଉପରେ ମନ୍ତବ୍ୟ ଦେଇଥିଲା ।

ଏଆରସି କହିଥିଲା ଯେ ଅର୍ଥ ଆୟୋଗ କେବଳ କେନ୍ଦ୍ରୀୟ ଟିକସ ବଣ୍ଟନ ଏବଂ ଏହା ସମ୍ବନ୍ଧରେ ସୁପାରିଶ କରିବା ଉଚିତ । ଯେତେବେଳେ କି ଯୋଜନା ଆୟୋଗ ଉଭୟ ଯୋଜନା ଏବଂ ଅଣ-ଯୋଜନା ଅନୁଦାନ ଉପରେ ବିଚାର କରିବାର ଅଧିକାର ରହିଛି । ଉତ୍ତମ ସମନ୍ବୟ ପାଇଁ ଯୋଜନା ଆୟୋଗର ଜଣେ ସଦସ୍ୟ ଅର୍ଥ ଆୟୋଗରେ ଉପସ୍ଥିତ ହେବା ଉଚିତ । ଷଷ୍ଠ ଅର୍ଥ ଆୟୋଗରେ ଯୋଜନା ଆୟୋଗର ଜଣେ ସଦସ୍ୟ ମଧ୍ୟ ନିଯୁକ୍ତ ହୋଇଥିଲେ ।

୧୨ତମ ଅର୍ଥ ଆୟୋଗ କେନ୍ଦ୍ର ଟ୍ୟାକ୍ସର ବିଭାଜିତ ପୁଲରେ ରାଜ୍ୟ ଗୁଡିକର ଭାଗିଦାରକୁ ୩୦.୫ ପ୍ରତିଶତକୁ ହ୍ରାସ କରିଛି । ୧୧ତମ ଅର୍ଥ ଆୟୋଗରେ ଏହା ୨୯.୩ ପ୍ରତିଶତ ଥିଲା । ଏହାପରେ ୧୪ତମ ଅର୍ଥ ଆୟୋଗ ଏହାର ସୀମାକୁ ୪୨ ପ୍ରତିଶତକୁ ବୃଦ୍ଧି କରିଛି। ୧୪ ତମ ଅର୍ଥ ଆୟୋଗ ଆନ୍ତଃ ସରକାରୀ ଟ୍ରାନ୍ସଫରରେ ଯେଉଁ ପରିବର୍ତ୍ତନ କରିଥିଲା, ଏହାର କ୍ଷତିପୂରଣ ପାଇଁ ଏହି ସୀମା ବୃଦ୍ଧି କରାଯାଇଥିଲା । ତେଣୁ ୧୫ତମ ଅର୍ଥ ଆୟୋଗ ଏହାକୁ ୪୧ ପ୍ରତିଶତକୁ ହ୍ରାସ କରିଛି । ତେବେ ୧୬ତମ ଅର୍ଥ ଆୟୋଗରେ ଏହି ସୀମା ବୃଦ୍ଧି ହେବାର ସମ୍ଭାବନା ଅଛି, କାରଣ ଜିଏସଟି ଏବଂ ସେସ୍ ବଦଳରେ ରାଜ୍ୟମାନଙ୍କୁ କ୍ଷତିପୂରଣ ଦେବାକୁ ପଡିବ ।

ସେହିଭଳି ରାଜ୍ୟ ଗୁଡିକ ମଧ୍ୟରେ ଟିକସ କିପରି ବଣ୍ଟନ କରାଯିବା ପାଇଁ ମଧ୍ୟ କେତେକ ନିୟମ ସ୍ଥିର ହୋଇଛି । ପ୍ରତ୍ୟେକ ଅର୍ଥ ଆୟୋଗରେ ଆୟ ଅସମାନତା, ଜନସଂଖ୍ୟା ଏବଂ ଅଞ୍ଚଳକୁ ପ୍ରାଥମିକତା ଦିଆଯାଇଛି । ଏହା ବ୍ୟତୀତ ଜଙ୍ଗଲ କ୍ଷେତ୍ର ଏବଂ ଜନସଂଖ୍ୟା ପରିବର୍ତ୍ତନକୁ ମଧ୍ୟ ବିଚାରକୁ ନିଆଯାଏ । ୧୩ତମ ଅର୍ଥ ଆୟୋଗ ଗରିବ ରାଜ୍ୟ ସପକ୍ଷରେ କିଛି ନିଷ୍ପତ୍ତି ନେଇଥିଲା । ଏହା ୧୭.୫ ପ୍ରତିଶତ ପର୍ଯ୍ୟନ୍ତ ୱେଟେଜ ଦେଇଥିଲା । ଆୟକର ଅସମାନତାକୁ କମ ୱେଟେଜ ଦିଆଯାଉ ବୋଲି ଧନୀ ରାଜ୍ୟମାନେ ଦାବି କରୁଛନ୍ତି । ୧୫ତମ ଅର୍ଥ ଆୟୋଗ ୧୯୭୧ ବଦଳରେ ହଠାତ୍‌ ୨୦୧୧ ଜନଗଣନା ତଥ୍ୟ ବ୍ୟବହାର କଲା, ତେଣୁ ଅଧିକ ଜନବହୁଳ ରାଜ୍ୟ ଏହାର ଲାଭ ପାଇଥିଲେ ।

ପ୍ରତ୍ୟେକ ଅର୍ଥ ଆୟୋଗ ସବୁ ବିଭାଗ ପ୍ରତି ସ୍ବତନ୍ତ୍ର ଅନୁଦାନ ରହିଥାଏ । ବିଶେଷକରି ଶିକ୍ଷା, ସ୍ବାସ୍ଥ୍ୟରେ ଯେପରି ସମାନତା ସ୍ଥାପନ ହେବ, ସେଥିଲାଗି ଅଧିକ ଗୁରୁତ୍ବ ଦିଆଯାଏ । ୧୪ତମ ଅର୍ଥ ଆୟୋଗ ସ୍ଥାନୀୟ ପ୍ରଶାସନ ଓ ବିପର୍ଯ୍ୟୟ ପରିଚାଳନା ପାଇଁ ବିଶେଷ ଅନୁଦାନ ଦେଇଥାଏ । ଏଥିଲାଗି ୧୫ତମ ଅର୍ଥ ଆୟୋଗ ପୁଣି ପୁରୁଣା ଫର୍ମୁଲାକୁ ଲାଗୁ କରିଥିଲା । ୧୬ତମ ଅର୍ଥ ଆୟୋଗରେ ମଧ୍ୟ ଏହି ନିୟମକୁ ଲାଗୁ କରାଯାଇପାରେ ।

ଡ ସି ରଙ୍ଗରାଜନ୍ ଓ ଡି. କେ ଶ୍ରୀବାସ୍ତବ କହିଛନ୍ତି ଯେ ଋଣ ପରାମର୍ଶଦାତା ଗଠନ କରାଯାଇପାରିବ । ଦ୍ବାଦଶ ଅର୍ଥ ଆୟୋଗ ଏହାକୁ ସୁପାରିଶ କରିଥିଲେ । ଏହା ଏକ ସ୍ବାୟତ ଶାସନ ହେବ । କେତେ ଋଣ ଦିଆଯିବ ଏହା ନିଜେ ନିଷ୍ପତ୍ତି ନେଇଥାଏ । ଏହାଦ୍ବାରା ପକ୍ଷପାତିତା ଅଭିଯୋଗ ଉପରେ ବିରାମ ଲାଗିପାରେ । ଏହାସହ ଖର୍ଚ୍ଚ ଏବଂ ସବସିଡି ମଧ୍ୟରେ ସନ୍ତୁଳନ ବଜାୟ ରଖିବାର ଆବଶ୍ୟକତା ରହିଛି ।

(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.