ETV Bharat / international

ସମ୍ମାନଜନକ ବୁକର ପ୍ରାଇଜ ଜିତିଲେ ଆଇରିସ ଲେଖକ ପଲ ଲିଞ୍ଚ

author img

By ETV Bharat Odisha Team

Published : Nov 27, 2023, 9:06 PM IST

Irish Author Paul Lynchs wins Booker Prize: 2023 ମସିହା ପାଇଁ ବୁକର ପୁରସ୍କାର ପାଇଛନ୍ତି ଆଇରିସ ଲେଖକ ପଲ ଲିଞ୍ଚ । ନିଜ ଉପନ୍ୟାସ 'ପ୍ରଫେଟ ସଙ୍ଗ' ପାଇଁ ସେ ବୁକର ପୁରସ୍କାର ପାଇଛନ୍ତି । ଅଧିକ ପଢନ୍ତୁ

ସମ୍ମାନଜନକ ବୁକର ପ୍ରାଇଜ ଜିତିଲେ ଆଇରିସ ଲେଖକ ପଲ ଲିଂଚ

ଲଣ୍ଡନ: ସାହିତ୍ୟ କ୍ଷେତ୍ରରେ ଦିଆଯାଉଥିବା ସମ୍ମାନ ଜନକ ବୁକର ପୁରସ୍କାରର 2023 ମସିହା ପାଇଁ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଲଣ୍ଡନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏ ବର୍ଷ ପାଇଁ ଆୟାର୍ଲାଣ୍ଡର ଲେଖକ ପଲ ଲିଞ୍ଚ ନିଜ ଉପନ୍ୟାସ 'ପ୍ରଫେଟ ସଙ୍ଗ' ପାଇଁ ବୁକର ପୁରସ୍କାର ପାଇଛନ୍ତି । ଏହି ଦୌଡରେ ଭାରତୀୟ ବଂଶୋଦ୍ଭବ ଲେଖିକା ଚେତନା ମାରୁଙ୍କ ପ୍ରଥମ ଉପନ୍ୟାସ 'ୱେଷ୍ଟର୍ନ ଲେନ'କୁ ପଛରେ ପକାଇ ଲିଞ୍ଚ ବିଜୟୀ ହୋଇଛନ୍ତି । ଲିଞ୍ଚଙ୍କ ଏହି ଉପନ୍ୟାସରେ ଏକ ଏଭଳି ପରିବାରର କାହାଣୀ ବର୍ଣ୍ଣିତ ଯାହାକି ଏକ ନୂତନ ଭୟାନକ ଦୁନିଆରେ ବସବାସ କରୁଛି ଏବଂ ଯେଉଁଠି ସ୍ଥିର ଲୋକତନ୍ତ୍ର ନାହିଁ । ଲିଞ୍ଚଙ୍କ କହିବା ମୁତାବକ ମୁଁ ଆଧୁନିକ ସମାଜରେ ଦେଖାଯାଉଥିବା ଅରାଜକତାକୁ ଦେଖିବାକୁ ପ୍ରୟାସ କରୁଥିଲି । ମୁଁ ପାଶ୍ଚାତ୍ୟର ଲୋକତନ୍ତ୍ରରେ ଅରାଜକତା ଏବଂ ଅଶାନ୍ତିକୁ ଦେଖିବାକୁ ଚେଷ୍ଟା କରିଛି । ସିରିଆ ସମସ୍ୟା, ଶରଣାର୍ଥୀଙ୍କ ବ୍ୟାପକତା ଏବଂ ଏହାକୁ ନେଇ ପଶ୍ଚିମ ରାଷ୍ଟ୍ର ଗୁଡିକର ଉଦାସୀନତାକୁ ନେଇ କାଳ୍ପନିକ କାହାଣୀରେ ପ୍ରତିଫଳିତ କରିଛି ।

ଏହା ମଧ୍ୟ ପଢନ୍ତୁ... Nobel Prize In Literature 2023: ନରୱେ ସାହିତ୍ୟିକ ଜନ ଫୋସେ ପାଇବେ ନୋବେଲ

ଏହି ମର୍ଯ୍ୟାଦା ସମ୍ପନ୍ନ ପୁରସ୍କାର ଜିତିବାରେ ଲିଞ୍ଚ ଆୟାର୍ଲ୍ୟାଣ୍ଡର ପଞ୍ଚମ ଲେଖକ ହୋଇଛନ୍ତି । ଏହା ପୂର୍ବରୁ ଆୟରିସ ମର୍ଡୋକ , ଜନ ବେନବିଲେ, ରଡି ଡାଏଲ ଏବଂ ଏନି ଏନରାଇଟ ବୁକର ପୁରସ୍କାର ଜିତିଥିଲେ । ଏହି ପୁରସ୍କାର ସମାରୋହରେ ପୂର୍ବ ଥରର ବିଜେତା ଶ୍ରୀଲଙ୍କାର ଲେଖକ ଶେହାନ କରୁଣାତିଲକା ତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏ ବର୍ଷ ଏହି ପୁରସ୍କାର ପାଇଁ 6 ଜଣ ଲେଖକ ଦାବିଦାର ଥିଲେ । ଯେଉଁ ଥିରେ କେନିଆରେ ଜନ୍ମିତ ଭାରତୀୟ ବଂଶୋଦ୍ଭବ ଚେତନା ମାରୁ ମଧ୍ୟ ସାମିଲ ଥିଲେ । ମାରୁଙ୍କ ଉପନ୍ୟାସ 'ୱେଷ୍ଟର୍ନ ଲେନ'ର କାହାଣୀ ଏକ ଗୁଜୁରାଟୀ ପରିବାର ଉପରେ ଆଧାରିତ । ସ୍କ୍ବାସ ଖେଳ ସହ ଜଟିଳ ମାନବୀୟ ଭାବନାକୁ ଯୋଡିକରି ବର୍ଣ୍ଣନା କରାଯାଇଥିବାରୁ ଏହାକୁ ଜୁରୀ ମଣ୍ଡଳୀ ବେଶ ପ୍ରଶଂସା କରିଥିଲେ । ବିଜେତା ପଲ ଲିଞ୍ଚଙ୍କୁ 50000 ପାଉଣ୍ଡର ପୁରସ୍କାର ରାଶି ମିଳି ଥିବା ବେଳେ ପୁରସ୍କାରର ଅନ୍ତିମ ସୂଚୀରେ ସ୍ଥାନ ପାଇଥିବା ପ୍ରତ୍ୟେକ ଦାବିଦାରଙ୍କୁ ମଧ୍ୟ 2500 ପାଉଣ୍ଡ ଅର୍ଥରାଶି ଦିଆଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.