ETV Bharat / international

ଶାନ୍ତ ରହିଛି ଯୁଦ୍ଧଭୂମି: ଚାଲିଛି ମୁକ୍ତ ପ୍ରକ୍ରିୟା, ଚତୁର୍ଥ ଦିନରେ 11 ପଣବନ୍ଦୀଙ୍କୁ ଛାଡିଲା ହମାସ

author img

By ETV Bharat Odisha Team

Published : Nov 28, 2023, 12:39 PM IST

Israel-Hamas War: ପଞ୍ଚମ ଦିନରେ ଇସ୍ରାଏଲ-ଗାଜା ଅସ୍ତ୍ରବିରତି ଚୁକ୍ତି । ଚୁକ୍ତିର ଚତୁର୍ଥ ଦିନ 11ଜଣ ବନ୍ଧକଙ୍କୁ ହମାସ ମୁକ୍ତ କରିଥିବା ବେଳେ ମଙ୍ଗଳବାର 33 ଜଣ ପାଲେଷ୍ଟାଇନ ନାଗରିକଙ୍କୁ ମୁକ୍ତ କରିଛି ଇସ୍ରାଏଲ । ଅଧିକ ପଢନ୍ତୁ

ଚତୁର୍ଥ ଦିନରେ 11ଜଣ ପଣବନ୍ଦୀଙ୍କୁ ଛାଡିଲା ହମାସ

ହାଇଦ୍ରାବାଦ: ପଞ୍ଚମ ଦିନରେ ପହଞ୍ଚିଲା ଇସ୍ରାଏଲ-ଗାଜା ଅସ୍ତ୍ରବିରତି । ଅସ୍ତ୍ରବିରତି ଚୁକ୍ତିର ଚତୁର୍ଥ ଦିନ ଅର୍ଥାତ ସୋମବାର ବିଳମ୍ବିତ ରାତିରେ 11 ଜଣ ବନ୍ଧକ ନାଗରିକଙ୍କୁ ମୁକ୍ତ କରିଛି ହମାସ । ଏନେଇ କତାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ଚତୁର୍ଥ ଦିନରେ ଇସ୍ରାଏଲ 33 ଜଣ ପାଲେଷ୍ଟାଇନ ବନ୍ଦୀଙ୍କୁ ଛାଡିଥିବା ବେଳେ 11 ଜଣଙ୍କୁ ଛାଡିଛି ହମାସ । ଅନ୍ୟପଟେ ପଣବନ୍ଦୀଙ୍କୁ ମୁକ୍ତି ଓ ପରସ୍ପରକୁ ପ୍ରତ୍ୟାର୍ପଣ ପାଇଁ ଅସ୍ତ୍ରବିରତିକୁ ଆଉ ଦୁଇ ଦିନ ବୃଦ୍ଧି କରାଯାଇଛି ।

ସୋମବାର ମଧ୍ୟରାତ୍ରରେ ହମାସ ଏହି 11 ଜଣ ବନ୍ଧକକୁ ମୁକ୍ତ କରିଥିବା ବେଳେ ଆଜି ସକାଳେ ଇସ୍ରାଏଲ ସର୍ତ୍ତ ମୁତାବକ 33 ଜଣ ପାଲେଷ୍ଟାଇନ ବନ୍ଦୀକୁ ମୁକ୍ତ କରିଥିଲା । କତାର ବିଦେଶ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ମଜିଦ ଅଲ ଅନସାରୀ ଏନେଇ ସୂଚନା ଜାରି କରିଛନ୍ତି । ବନ୍ଧକମାନେ ନିଜ ନିଜ ଦେଶରେ ପ୍ରବେଶ କରୁଥିବା ନେଇ ରେଡକ୍ରସ ପକ୍ଷରୁ ସୂଚନା ଦିଆଯାଇଛି ।

  • They are finally FREE.

    11 Israeli hostages were released today, 9 of them children.

    Eitan Yahalomi (12)
    Karina Engel-Bart (51)
    Mika Engel (18)
    Yuval Engel (12)
    Sharon Aloni-Cunio (34)
    Yuli Cunio (3)
    Emma Cunio (3)
    Sahar Calderon (16)
    Erez Calderon (12)
    Or Yaakov (16)
    Yagil… pic.twitter.com/PyoIiafc86

    — Oli London (@OliLondonTV) November 28, 2023 " class="align-text-top noRightClick twitterSection" data=" ">

ଗତକାଲି ଇସ୍ରାଏଲ ଓ ହମାସ ମଧ୍ୟରେ ହୋଇଥିବା ଗାଜା ଅସ୍ତ୍ରବିରତି ଆଉ ଦୁଇ ଦିନ ବୃଦ୍ଧି କରାଯାଇଥିଲା । ଶୁକ୍ରବାର ଠାରୁ ଆରମ୍ଭ ହୋଇ 4 ଦିନିଆ ଅସ୍ତ୍ରବିରତି ସୋମବାର ଶେଷ ହେଉଥିଲା ବେଳେ ତାକୁ ବୁଧବାର ଯାଏ ବଢାଇ ଦିଆଯାଇଛି । ଏହି 2 ଦିନ ମଧ୍ୟରେ ଆଉ 50 ପାଲେଷ୍ଟାଇନ ମହିଳା ଓ ନାବାଳକ ବନ୍ଦୀମାନଙ୍କୁ ମୁକ୍ତ କରିବା ନେଇ ସୂଚନା ଜାରି କରିଛି ଇସ୍ରାଏଲ ।

ଏହା ମଧ୍ୟ ପଢନ୍ତୁ... ଆଉ 2 ଦିନ ବଢିଲା ଇସ୍ରାଏଲ୍-ହମାସ ଅସ୍ତ୍ରବିରତି

ଏହି ଅସ୍ତ୍ରବିରତିର ପ୍ରଥମ ତିନି ଦିନ ମଧ୍ୟରେ, ଦୁଇ ପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତିନାମାର ଏକ ଅଂଶ ଭାବେ ଇସ୍ରାଏଲ୍ କାରାଗାରରେ ଥିବା 117 ପାଲେଷ୍ଟାଇନ କଏଦୀଙ୍କ ବଦଳରେ 69 ଜଣ ଇସ୍ରାଏଲ ନାଗରିକଙ୍କୁ ମୁକ୍ତ କରାଯାଇଥିବା ସୂଚନା ମିଳିଛି । ଏହି ହସ୍ତାନ୍ତରଣ ପ୍ରକ୍ରିୟା ରେଡକ୍ରସ ଦ୍ବାରା ହେଉଛି । ଉଭୟ ପକ୍ଷ ରେଡକ୍ରସକୁ ପରସ୍ପରର ନାଗରିକ ହସ୍ତାନ୍ତର କରୁଛନ୍ତି । ଏହି ପ୍ରକ୍ରିୟା ମଧ୍ୟରେ କତାର ସହ ଇଜିପ୍ଟ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏବେସୁଦ୍ଧା ଏହି ଅବଧି ମଧ୍ୟରେ କୌଣସି ପ୍ରକାର ହିଂସା ମଧ୍ୟ ଦେଖିବାକୁ ମିଳିନି ।

ତେବେ ଅକ୍ଟୋବର 7ତାରିଖରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ 13 ହଜାର 300 ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି 1200 ଇସ୍ରାଏଲ ନାଗରିକ ପ୍ରାଣ ହରାଇଥିଲେ । ହମାସ 240 ଇସ୍ରାଏଲକୁ ପଣବନ୍ଦୀ କରି ରଖିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.