ETV Bharat / international

ବିଶ୍ବରେ ପ୍ରଥମ, କୋର୍ଟରେ କେସ ଲଢିବ ରୋବୋର୍ଟ

author img

By

Published : Jan 8, 2023, 12:29 PM IST

ଟେକ୍ନୋଲୋଜି ଦୁନିଆରେ କ୍ରମଶଃ ରୋବୋର୍ଟର ବ୍ୟବହାର ବୃଦ୍ଧି ପାଇଛି । ଅନେକ ସମୟରେ ବିଭିନ୍ନ କାର୍ଯ୍ୟରେ ରୋବୋର୍ଟ ନିୟୋଜିତ ହେଉଥିବା ଆପଣ ଦେଖିବାକୁ ପାଇଥିବେ । ହେଲେ ରୋବୋର୍ଟ କୋର୍ଟରେ କେସ ଲଢିବା ଘଟଣା କେବେ ଶୁଣିଛନ୍ତି କି ? ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଆସନ୍ତା ମାସରୁ କୋର୍ଟରେ ନ୍ୟାୟ ପାଇଁ କେସ ଲଢିବ ରୋବୋ ଓକିଲ । ଅଧିକ ପଢ଼ନ୍ତୁ

robot lawyer
ଓକିଲ ରୋବୋ

ୱାଶିଂଟନ: ନ୍ୟାୟ ପାଇଁ କୋର୍ଟରେ ଲଢିବ ରୋବୋର୍ଟ (Robot Lawyer) । କୋର୍ଟ କଚେରୀ ମାମଲାରେ ଓକିଲଙ୍କୁ ଧରିବା ଅନେକ ଲୋକଙ୍କ ପାଇଁ ବ୍ୟୟବହୁଳ ହୋଇଥାଏ । ଏଣିକି ଓକିଲଙ୍କ ସ୍ଥାନ ନେବ ରୋବୋର୍ଟ । ରୋବୋ ଓକିଲ କୋର୍ଟରେ ମାମଲା ଉପସ୍ଥାପନ କରିବେ ( Robot Lawyer to Defend a Human in Court ) । କଥାଟା ବିଶ୍ବାସ ନହେଲେ ବି ସତ । ଆମେରିକାରେ ଆଗାମୀ ମାସ ଠାରୁ ଏହା ବାସ୍ତବରେ ପରିଣତ ହେବାକୁ ଯାଉଛି । ଆସନ୍ତା ଫେବୃୟାରୀରେ କୋର୍ଟରେ ଏକ ମାମଲାର ଶୁଣାଣିରେ ଡୁନଟ୍‌ପେ ( DoNotPay ) କମ୍ପାନୀ ଦ୍ବାରା ପ୍ରସ୍ତୁତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (Artificial Intelligence) ଠାରୁ ଜଣେ ଅଭିଯୁକ୍ତ ଉପଦେଶ ଗ୍ରହଣ କରିବେ ।

ଏହା ମଧ୍ୟ ପଢ଼ନ୍ତୁ: Sqn Leaders Bhavna Kanth: ବିଦେଶ ମାଟିରେ ଫାଇଟର ଜେଟ ଉଡାଇବେ ଭାରତୀୟ ଝିଅ

ପ୍ରଥମ ଥର ପାଇଁ କୋର୍ଟର ଏକ ପକ୍ଷକୁ କୃତ୍ରିମ ବୁଦ୍ଧିମତା ପ୍ରତିନିଧିତ୍ବ କରିବ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ, କୃତ୍ରିମ ବୁଦ୍ଧିମତା ସମ୍ପନ୍ନ ରୋବୋର୍ଟ ଏକ ସ୍ମାର୍ଟଫୋନରେ ଚାଲିବ । କୋର୍ଟ ଶୁଣାଣି ପରେ ଇୟରସିପ ମାଧ୍ୟମରେ ଦୋଷୀକୁ କଣ କହିବାକୁ ହେବ, ତାହା ନିର୍ଦ୍ଦେଶ ଦେବ । ତେବେ ରୋବୋର୍ଟ ବିକଶିତ କରିଥିବା ଡୁନଟ୍‌ପେ କମ୍ପାନୀ କୋର୍ଟ ଏବଂ ଦୋଷୀ ସମ୍ପର୍କରେ କୌଣସି ଖୁଲାସା ହୋଇନାହିଁ । 2015ରେ କାଲିଫର୍ଣ୍ଣିଆ ଠାରେ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ବୈଜ୍ଞାନିକ ଜୋଶୁଆ ବ୍ରାଉଡର ( Computer Scientist Joshua Browder) ଡୁନଟ୍‌ପେ କମ୍ପାନୀ ପ୍ରତିଷ୍ଠା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ପୁଣି ୟୁକ୍ରେନକୁ ସହାୟତାର ହାତ ବଢାଇଲା ଆମେରିକା, ଦେବ ୩ ବିଲିୟନ ଡଲାର

ନ୍ୟାୟ ଲଢୁଥିବା ବ୍ୟକ୍ତିଙ୍କୁ ଖର୍ଚ୍ଚାନ୍ତରୁ ମୁକ୍ତ କରିବା ଉଦ୍ଦେଶ୍ୟରେ ସେ ଆପ ବିକଶିତ କରିଛନ୍ତି । ଯାହା ଓକିଲଙ୍କ ସ୍ଥାନ ନେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । କମ୍ପାନୀ ଦାବି କରିଛି ଯେ, ଡୁନଟ୍‌ପେ ଆପ ହେଉଛି ବିଶ୍ବର ପ୍ରଥମ ରୋବୋ ଓକିଲ ସଂସ୍ଥା । କର୍ପୋରେସନ ସହ ଝଗଡ଼ା, ଉପଯୁକ୍ତ ଦୋଷୀକି ଦୋଷୀ ଭାବେ ପ୍ରମାଣିତ କରିପାରିବ । ଏଥିସବୁ ପାଇଁ ଗୋଟିଏ ବଟନ ଦବାଇବାକୁ ପଡ଼ିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.