ETV Bharat / international

ଇସ୍ରାଏଲରେ ପହଞ୍ଚିଲେ ଏଲନ ମସ୍କ: ହମାସ ଆକ୍ରମଣରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ, ନେତାନ୍ୟାହୁଙ୍କ ସହ କଲେ ଆଲୋଚନା

author img

By ETV Bharat Odisha Team

Published : Nov 27, 2023, 10:11 PM IST

ଇସ୍ରାଏଲରେ ପହଞ୍ଚିଲେ ଆମେରିକୀୟ ବିଲେନିୟର ଏଲନ ମସ୍କ । ହମାସ ଆକ୍ରମଣରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା କିବବୁତ ଅଞ୍ଚଳ ପରିଦର୍ଶନ କଲେ । ସାଙ୍ଗରେ ଥିଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ । ଅଧିକ ପଢନ୍ତୁ

ଇସ୍ରାଏଲରେ ପହଞ୍ଚିଲେ ଏଲନ ମସ୍କ, ନେଇସ୍ରାଏଲରେ ପହଞ୍ଚିଲେ ଏଲନ ମସ୍କ, ନେତାନ୍ୟାହୁଙ୍କ ସହ କଲେ ଆଲୋଚନା ତାନ୍ୟାହୁଙ୍କ ସହ କଲେ ଆଲୋଚନା
ଇସ୍ରାଏଲରେ ପହଞ୍ଚିଲେ ଏଲନ ମସ୍କ, ନେତାନ୍ୟାହୁଙ୍କ ସହ କଲେ ଆଲୋଚନା

ହାଇଦ୍ରାବାଦ: ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ସମେତ ଅନ୍ୟ ପଶ୍ଚିମ-ରାଷ୍ଟ୍ର ସମୂହର ମୁଖ୍ୟମାନେ ଇସ୍ରାଏଲ ଗସ୍ତ କରିବା ପରେ ଏବେ ବିଶ୍ବର ବିତ୍ତଶାଳୀ ତଥା ଆମେରିକୀୟ ଉଦ୍ୟୋଗପତି ଏଲନ ମସ୍କ ମଧ୍ୟ ଇସ୍ରାଏଲ ଗସ୍ତ କରିଛନ୍ତି । ସେ ଆଜି ଟେଲ-ଆଭିଭରେ ପହଞ୍ଚି ସ୍ଥାନୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ସାକ୍ଷାତ କରିଛନ୍ତି । ମସ୍କଙ୍କ ମାଇକ୍ରୋ ବ୍ଲିଗିଂ ପ୍ଲାଟଫର୍ମ ‘ଏକ୍ସ’ରେ ଇହୁଦୀ ବିରୋଧୀ ଆଭିମୁଖ୍ୟ ବିସ୍ତାର ହେଉଥିବା ଅଭିଯୋଗ ମଧ୍ୟରେ ମସ୍କ ସିଧା ଇସ୍ରାଏଲରେ ପହଞ୍ଚିଛନ୍ତି ।

ଆଜି ଗସ୍ତରେ ସେ ହମାସ ଆକ୍ରମଣରେ ସର୍ବାଧିକ ପ୍ରଭାବିତ ହୋଇଥିବା ଇସ୍ରାଏଲର କିବବୁତ ଅଞ୍ଚଳ ପରିଦର୍ଶନ କରିଥିଲେ । ଗତ ମାସ 7 ତାରିଖରେ ହମାସ କରିଥିବା ଆକ୍ରମଣରେ ଏହି ଅଞ୍ଚଳ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ସେ ସେଠାରେ ପ୍ରଭାବିତ ସ୍ଥାନ ପରିଦର୍ଶନ କରିବା ସହ ସେନାଧିକାରୀଙ୍କ ସହ ଆଲୋଚନା କରିଥିଲେ । ସାଙ୍ଗରେ ସ୍ଥାନୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଇସ୍ରାଏଲ ସେନାର ବରିଷ୍ଠ ଅଧିକାରୀମାନେ ମଧ୍ୟ ଥିଲେ । ଉଭୟ ମସ୍କ ଓ ନେତାନ୍ୟାହୁଙ୍କ ସେନାର ଏକ ପ୍ରୋଟେକଟିଭ ଜ୍ୟାକେଟ ପରିଧାନ କରିଥିବା ନଜର ଆସିଥିଲେ । ମସ୍କଙ୍କ ଗସ୍ତ ସମ୍ପର୍କରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ:- ବିଶ୍ବକପରେ ଭାରତର ପରାଜୟରେ କ୍ୟାମ୍ପସରେ ଆତଙ୍କ ଖେଳାଇ 7 କାଶ୍ମୀର ଛାତ୍ର ଗିରଫ, ଲାଗିଲା UAPA ଆକ୍ଟ

ଇସ୍ରାଏଲ ଗତମାସ 7 ତାରିଖରୁ ଗାଜାରେ ସ୍ବତନ୍ତ୍ର ସାମରିକ ଅପରେସନ ଜାରି ରଖିଛି । ଗାଜାରେ ପ୍ରାୟ 13 ହଜାରରୁ ଅଧିକ ସାଧାରଣ ଲୋକଙ୍କ ପ୍ରାଣହାନୀ ହୋଇସାରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା କାରଣରୁ ଇସ୍ରାଏଲ ପ୍ରତି ସମାଲୋଚନା ମଧ୍ୟ ବଢିବାରେ ଲାଗିଛି । ଏହାକୁ ଇସ୍ରାଏଲର ଯୁଦ୍ଧ ଅପରେସନ ବୋଲି ମଧ୍ୟ ତୁର୍କୀ ସମେତ କିଛି ଦେଶ କହୁଛନ୍ତି । ଏହାରି ମଧ୍ୟରେ ଇସ୍ରାଏଲକୁ ସମାଲୋଚନା କରି ଏକାଧିକ କଣ୍ଟେଟ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘୁରି ବୁଲୁଛି । ଲୋକପ୍ରିୟ ମାଇକ୍ରୋ ବ୍ଲଗିଂ ସାଇଟ ‘ଏକ୍ସ’ରେ ମଧ୍ୟ ଇହୁଦୀ ବିରୋଧୀ ଆଭିମୁଖ୍ୟ ବିସ୍ତାର ହେଉଥିବା ଅଭିଯୋଗ ହୋଇଥିଲା । ଯାହା ସିଧାସଳଖ ମସ୍କଙ୍କ ମାଲିକାନାରେ ରହିଛି । ଆମେରିକୀୟ ରାଷ୍ଟ୍ରମୁଖ୍ୟଙ୍କ ପରି ମସ୍କ ମଧ୍ୟ ସମବେଦନା ଓ ସମର୍ଥନ ଜଣାଇବା ପାଇଁ ସିଧା ଇସ୍ରାଏଲରେ ପହଞ୍ଚିଛନ୍ତି । ଏବେ ଇସ୍ରାଏଲ ଗାଜା ମଧ୍ୟରେ ଅସ୍ତ୍ରବିରତି ଜାରି ରହିଛି ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.