ETV Bharat / bharat

ବିଶ୍ବକପରେ ଭାରତର ପରାଜୟରେ କ୍ୟାମ୍ପସରେ ଆତଙ୍କ ଖେଳାଇ 7 କାଶ୍ମୀର ଛାତ୍ର ଗିରଫ, ଲାଗିଲା UAPA ଆକ୍ଟ

author img

By ETV Bharat Odisha Team

Published : Nov 27, 2023, 9:52 PM IST

ବିଶ୍ବକପରେ ଭାରତର ପରାଜୟରେ କ୍ୟାମ୍ପସରେ ଉତ୍ପାତ କରି 7 କାଶ୍ମୀର ଛାତ୍ର ଗିରଫ । ଉତ୍ସବ ମନାଇଥିଲେ, ବାରଣ କରିଥିବା ଅନ୍ୟ ଛାତ୍ରଙ୍କୁ ଦେଇଥିଲେ ହତ୍ୟା ଧମକ । ଉପା ଆକ୍ଟରେ ଉଠାଇ ନେଲା ପୋଲିସ । ଅଧିକ ପଢନ୍ତୁ

ବିଶ୍ବକପରେ ଭାରତର ପରାଜୟକୁ ପାଳନ କରି 7 କାଶ୍ମୀର ଛାତ୍ର ଗିରଫ, ଲାଗିଲା UAPA ଆକ୍ଟ

ଶ୍ରୀନଗର: କ୍ରିକେଟ ବିଶ୍ବକପ 2023 ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଭାରତ ପରାଜିତ ହେବା ପରେ କଲେଜ କ୍ୟାମ୍ପସରେ ଉତ୍ସବ ପାଳନ କରିଥିବା 7 ଜଣ କାଶ୍ମୀର ଛାତ୍ରଙ୍କୁ ପୋଲିସ ଗିରଫ କରିଛି । ଏହି ସମସ୍ତ ଗିରଫ ଛାତ୍ର ଶେର-ଏ-କାଶ୍ମୀର କୃଷିବିଜ୍ଞାନ ବିଶ୍ବବିଦ୍ୟାଳୟର ଛାତ୍ର ବୋଲି ଜଣାପଡିଛି । ସମସ୍ତଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ଉପା) ଆକ୍ଟ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସ୍ଥାନୀୟ ପୋଲିସ କହିଛି ।

ସୂଚନା ଅନୁସାରେ, 19 ତାରିଖରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଗ୍ରାଉଣ୍ଡ ଖେଳାଯାଇଥିଲା ଫାଇନାଲ ମ୍ୟାଚ । ଏଥିରେ ଭାରତ ପରାଜିତ ହୋଇଥିବା ବେଳେ ଅଷ୍ଟ୍ରେଲିଆ ଚମ୍ପିଆନ ହୋଇଥିଲା । ଏହା ପରେ SKUAST କ୍ୟାମ୍ପସରେ ଏହି 7 ଛାତ୍ର ଉତ୍ପାତ ମଚାଇବା ସହ ଭାରତର ପରାଜୟରେ ଖୁସି ମନାଇଥିଲେ । ଏହାକୁ ବିରୋଧ କରୁଥିବା କିଛି ଛାତ୍ରଛାତ୍ରୀଙ୍କୁ ସେମାନେ ଗୁଳି କରି ହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲେ । ଏନେଇ କ୍ୟାମ୍ପସରେ ପଢୁଥିବା ପଞ୍ଜାବର ଜଣେ ଛାତ୍ର ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ । ପୋଲିସରେ ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଥିଲା ।

317/2023 ନମ୍ବର ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତ ପରେ 7 ଛାତ୍ର ଭାରତ ବିରୋଧୀ କାର୍ଯ୍ୟକ୍ରମରେ ଲିପ୍ତ ଥିବା ଜଣାପଡିଥିଲା । ଆଜି ସ୍ଥାନୀୟ ପୋଲିସ କ୍ୟାମ୍ପସରୁ ସମସ୍ତଙ୍କୁ ଗିରଫ କରାଯାଇଛି । ଏହି ଗିରଫ 7 ଅଭିଯୁକ୍ତ ଛାତ୍ର ସ୍ଥାନୀୟ ବାସିନ୍ଦା । ସେମାନେ ସମସ୍ତେ ‘ଆନିମଲ ହଜବେଣ୍ଡ୍ରି’ ବିଭାଗରେ ଅଧ୍ୟୟନ କରୁଛନ୍ତି । ସେମାନଙ୍କୁ ବେଆଇନ କାର୍ଯ୍ୟକଳାପ ନିରୋଧୀ (ଉପା) ଆକ୍ଟର ଧାରା-13 ସହ ଭାରତୀୟ ପେନାଲ କୋଡ (ଆଇପିସି) ଧାରା 505 ଓ 506ରେ ମାମଲା ରୁଜୁ କରାଯାଇ କୋର୍ଟ ଫରଓ୍ବାର୍ଡ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- 360 ଡିଗ୍ରୀ ରେସ୍କ୍ୟୁ ଅପରେସନ: ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ କେନ୍ଦ୍ର ଗୃହ ସଚିବ

ଏହା ମଧ୍ୟ ପଢନ୍ତୁ :- କୋମଳମତି ବୟସରେ ହିଂସକ ଆଚରଣ: 4ର୍ଥ ଶ୍ରେଣୀ ଛାତ୍ରକୁ 108 ଥର ଆକ୍ରମଣ କଲେ ସହପାଠୀ

ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଏପରି ଦେଶ ବିରୋଧୀ ଗତିବିଧି କିମ୍ବା ଆଚରଣକୁ ବରଦାସ୍ତ କରାଯିବ ନାହିଁ ବୋଲି ପୋଲିସ କହିଛି । ଯଦି ଉକ୍ତ ଦିନ ଅନ୍ୟ କେହି ଛାତ୍ରଛାତ୍ରୀ ଏପରି କାର୍ଯ୍ୟକ୍ରମରେ ସାମିଲ ହୋଇଥିବାର ତଦନ୍ତରୁ ଜଣାପଡିଲେ , ସେମାନେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପରିଧି ମଧ୍ୟକୁ ଆସିବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.