ETV Bharat / international

ପାପୁଆ ନିଉ ଗିନିରେ ଶକ୍ତିଶାଳୀ ଭୂକମ୍ପ, ତୀବ୍ରତା 6.5 ରେକର୍ଡ

author img

By ETV Bharat Odisha Team

Published : Nov 28, 2023, 8:38 AM IST

ପାପୁଆ ନିଉ ଗିନି, ପାକିସ୍ତାନ ଓ ଜିଜିଆଙ୍ଗରେ ଭୂକମ୍ପ । କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ। ଅଧିକ ପଢନ୍ତୁ

Earthquake in Papua New Guinea
Earthquake in Papua New Guinea

ହାଇଦ୍ରାବାଦ: ଗୋଟିଏ ଦିନରେ ତିନୋଟି ଦେଶରେ ବଡ ଧରଣର ଭୂକମ୍ପ । ଶକ୍ତିଶାଳୀ ଭୂକମ୍ପରେ ଥରିଲା ପାପୁଆ ନିଉ ଗିନି, ପାକିସ୍ତାନ ଓ ଜିଜିଆଙ୍ଗ । ପ୍ରଥମେ ପାପୁଆ ନିଉ ଗିନିରେ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.5 ରେକର୍ଡ କରାଯାଇଛି । ଆଜି ଭୋର 3ଟା 16 ମିନିଟ ସମୟରେ ଭୂକମ୍ପ ହୋଇଥିବା ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ସୁନାମୀ ଆଲର୍ଟ କିମ୍ବା କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ଜାତୀୟ ଭୂବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆଜି (ମଙ୍ଗଳବାର) 3ଟା 16 ମିନିଟ ସମୟରେ ଭୂକମ୍ପ ହୋଇଥିଲା । ପାପୁଆ ନିଉ ଗିନିର ଉତ୍ତରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା 6.5 ରେକର୍ଡ କରାଯାଇଛି । ଭୂକମ୍ପର ଅକ୍ଷାଂଶ 3.66 ଏବଂ ଦ୍ରାଘିମା 144.08 ରହିଥିବା ବେଳେ ଗଭୀରତା 10 କିଲୋମିଟର ରେକର୍ଡ କରାଯାଇଛି । ଭୟଙ୍କର ଭୂକମ୍ପରେ ରାସ୍ତାଘାଟ, ଘରଦ୍ବାର ସବୁ ଦୋହଲି ଯାଇଥିଲା । ଫଳରେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ ଲୋକେ । ଏତେ ବଡ ଧରଣର ଭୂକମ୍ପ ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ଆଶଙ୍କା କରାଯାଉଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଗତ ଏପ୍ରିଲ ମାସରେ ପାପୁଆ ନିଉ ଗିନିରେ ବଡ ଧରଣର ଭୂକମ୍ପ ହୋଇଥିଲା । ପାପୁଆ ନିଉ ଗିନିର ପୋର୍ଟ ମୋରେସବାଏର ଉତ୍ତର ପଶ୍ଚିମ ଦିଗର 715 ଦୂରରେ ଏହି ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା 7.2 ରେକର୍ଡ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ପାପୁଆ ନିଉ ଗିନିରେ ବଡ ଧରଣର ଭୂମିକମ୍ପ ଝଟକା, ତୀବ୍ରତା ୭.୨ ରେକର୍ଡ

ସେହିପରି ଭୋର 3ଟା 38 ମିନିଟରେ ପାକିସ୍ତାନରେ ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.2 ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ହସ୍ତଗତ ହୋଇନାହିଁ । ସେହିପରି ଆଜି ଭୋର 3ଟା 45 ମିନିଟ ସମୟରେ ଜିଜିଆଙ୍ଗରେ ଊୀକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.0 ରହିଥିଲା । ଏହାର ଅକ୍ଷାଂଶ 28.57 ଏବଂ ଦ୍ରାଘିମା 87.80 ରହିଥିବା ବେଳେ ଗଭୀରତା 144 କିଲୋମିଟର ରେକର୍ଡ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.