ETV Bharat / international

ପାପୁଆ ନିଉ ଗିନିରେ ବଡ ଧରଣର ଭୂମିକମ୍ପ ଝଟକା, ତୀବ୍ରତା ୭.୨ ରେକର୍ଡ

author img

By

Published : Apr 3, 2023, 7:35 AM IST

ପାପୁଆ ନିଉ ଗିନିରେ ବଡ ଧରଣର ଭୂମିକମ୍ପ ଝଟକା । ରିକ୍ଚର ସ୍କେଲରେ ତୀବ୍ରତା ୭.୨ ରେକର୍ଡ । ଅଧିକ ପଢନ୍ତୁ

earthquake
earthquake

ପୋର୍ଟ ମୋରେସବାଏ: ବିଳମ୍ବିତ ରାତିରେ ପାପୁଆ ନିଉ ଗିନିରେ ବଡ ଧରଣର ଭୂକମ୍ପ । ଶକ୍ତିଶାଳୀ ଭୂକମ୍ପରେ ଥରିଲା ପାପୁଆ ନିଉ ଗିନି ମାଟି । ଗତକାଲି(ରବିବାର) ବିଳମ୍ବିତ ରାତିରେ ଏହି ଭୂକମ୍ପ ହୋଇଥିବା ବେଳେ ଏନେଇ ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରିକ୍ଟର ସ୍କେଲରେ ତୀବ୍ରତା ୭.୨ ରେକର୍ଡ କରାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ସୁନାମୀ କିମ୍ବା କ୍ଷୟକ୍ଷତି ନେଇ କୌଣସି ଆକଳନ କରାଯାଇ ନାହିଁ ।

  • Earthquake of Magnitude:7.2, Occurred on 02-04-2023, 23:34:12 IST, Lat: -4.34 & Long: 143.23, Depth: 80 Km ,Location: 715km NW of Port Moresby, Papua New Guinea for more information Download the BhooKamp App https://t.co/Vf6on55NwY pic.twitter.com/oFCPD4goWo

    — National Center for Seismology (@NCS_Earthquake) April 2, 2023 " class="align-text-top noRightClick twitterSection" data=" ">

ଜାତୀୟ ଭୂବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁସାରେ, ଗତକାଲି(ରବିବାର) ରାତି ପ୍ରାୟ ୧୧ଟା ୩୪ ମିନିଟ ସମୟରେ ଏହି ଭୂକମ୍ପ ହୋଇଥିଲା । ପାପୁଆ ନିଉ ଗିନିର ପୋର୍ଟ ମୋରେସବାଏର ଉତ୍ତର ପଶ୍ଚିମ ଦିଗର ୭୧୫ ଦୂରରେ ଏହି ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୭.୨ ରେକର୍ଡ କରାଯାଇଛି । ଅନ୍ୟପଟେ ଭୂକମ୍ପର ଅକ୍ଷାଂଶ ୪.୩୪ ଏବଂ ଦ୍ରାଘିମା ୧୪.୨୩ ରହିଥିବା ବେଳେ ଗଭୀରତା ୮୦ କିଲୋମିଟର ରେକର୍ଡ କରାଯାଇଛି । ତେବେ ଗତକାଲି ହଠାତ ଭୂକମ୍ପ ହୋଇଥିଲା । ଭୟଙ୍କର ଭୂକମ୍ପରେ ରାସ୍ତା ଘାଟ, ଘର, ଗଡି ସବୁ ଦୋହଲି ଯାଇଥିଲା । ଫଳରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ । ତେବେ ଭୂକମ୍ପର କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ହସ୍ତକ୍ଷେପ ହୋଇନାହିଁ । କିନ୍ତୁ ଏତେ ବଡ ଧରଣର ଭୂକମ୍ପ ଯୋଗୁଁ କ୍ଷୟକ୍ଷତି ହୋଇଥିବା ନେଇ ଆଶଙ୍କା କରାଯାଉଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: International Fact-Checking Day: ଭାରତରେ ମିଥ୍ୟା ଖବର ରୋକିବାକୁ ଗୁଗୁଲ୍‌ ଆଣୁଛି ନୂଆ ଫିଚର୍ସ

ଏହା ମଧ୍ୟ ପଢନ୍ତୁ: China-Taiwan conflict: ତାଇଓ୍ବାନକୁ ଚାରିପଟୁ ଘେରିଛି ଚୀନର 26 ଯୁଦ୍ଧ ବିମାନ ଓ 4 ନୌସେନା ଜାହାଜ

ପ୍ରକାଶଥାଉକି, ଏହା ପୂର୍ବରୁ ଗତ ଫେବୃଆରୀ ୨୫ ତାରିଖରେ ମଧ୍ୟ ବଡ ଧରଣର ଭୂକମ୍ପ ହୋଇଥିଲା । ପୁଆ ନିଉ ଗିନିର ନ୍ୟୁ ବ୍ରିଟେନ ରିଜନରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ଜାତୀୟ ଭୂବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ରେକର୍ଡ କରାଯାଇଥିଲା । ତେବେ ଭୂକମ୍ପର ଗଭୀରତା ୬୫ କିମି ରେକର୍ଡ କରାଯାଇଥିଲା । ଏତେ ବଡ ଭୂକମ୍ପକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହିଥିଲା ବେଳଏ ଏବେ ପୁଣି ଏକ ବଡ ଭୂକମ୍ପ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.