ETV Bharat / science-and-technology

International Fact-Checking Day: ଭାରତରେ ମିଥ୍ୟା ଖବର ରୋକିବାକୁ ଗୁଗୁଲ୍‌ ଆଣୁଛି ନୂଆ ଫିଚର୍ସ

author img

By

Published : Apr 2, 2023, 6:06 AM IST

ଆଜି(ଅପ୍ରେଲ 2) ଇଣ୍ଟରନ୍ୟାସନାର୍ ଫ୍ୟାକ୍ଟ-ଚେକିଂ ଡେ' ବା ଅନ୍ତର୍ଜାତୀୟ ତଥ୍ୟ-ପରୀକ୍ଷଣ ଦିବସ । ଭାରତରେ ସର୍ବାଧିକ ମିଥ୍ୟା ଖବର ପ୍ରସାର ହେଉଥିବା ଅଭିଯୋଗ କରି ଗୁଗୁଲ୍ ଆଣୁଛି ନୂଆ ଫିଚର୍ସ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ବର୍ତ୍ତମାନର ପାଶ୍ଚାତ୍ୟ ଜୀବନଶୈଳୀ, ଯୋଗାଯୋଗ ମାଧ୍ୟମର ଦ୍ରୁତ ଅଭିବୃଦ୍ଧି ସମୟରେ ମିଥ୍ୟା ଖବର(ଫେକ୍ ନ୍ୟୁଜ୍) ବା ଭୁଲ୍ ତଥ୍ୟଠାରୁ କ୍ଷତିକାରକ ଆଉ କିଛି ହୋଇନପାରେ । ଇଣ୍ଟରନେଟର ଆବିଷ୍କାର ପରଠାରୁ ସୂଚନା ପ୍ରେରଣର ମାଧ୍ୟମର ଏତେ ବୃଦ୍ଧି ଘଟିଛି ଯେ, ଖବର ପବନର ବେଗ ଭଳି ମାଡିଯାଉଛି । ଏହି ସମୟରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି, ସତ୍ୟ ବା ତଥ୍ୟପୂର୍ଣ୍ଣ ସୂଚନା ପ୍ରସାରଣ କରିବା ।

କାହିଁକିନା ବେଳେବେଳେ ମିଥ୍ୟା ସୂଚନା ସମାଜିକ ସ୍ତରରେ କୁପ୍ରଭାବ ପକାଇପାରେ । ଏହାକୁ ଦୃଷ୍ଟିରେ ରଖି ଫ୍ୟାକ୍ଟ(ତଥ୍ୟପୂର୍ଣ୍ଣ) ସୂଚନା ପ୍ରେରଣକୁ ପ୍ରୋତ୍ସାହିତ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜି(ଅପ୍ରେଲ 2)କୁ ଇଣ୍ଟରନ୍ୟାସନାର୍ ଫ୍ୟାକ୍ଟ-ଚେକିଂ ଡେ' ବା ଅନ୍ତର୍ଜାତୀୟ ତଥ୍ୟ-ପରୀକ୍ଷଣ ଦିବସ ଭାବେ ପାଳନ କରାଯାଉଛି । ଲୋକଙ୍କ ନିକଟରେ ସଠିକ୍ ସୂଚନା ପହଞ୍ଚାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଇଣ୍ଟରନ୍ୟାସନାଲ ଫ୍ୟାକ୍ଟ-ଚେକିଂ ନେଟୱାର୍କ(IFCN) ବିଶ୍ବର ଫ୍ୟାକ୍ଟ-ଚେକିଂ ସଂସ୍ଥା ସହଭାଗିତାରେ ଅନ୍ତର୍ଜାତୀୟ ଫ୍ୟାକ୍ଟ-ଚେକିଂ ଦିବସକୁ ପ୍ରୋତ୍ସାହିତ କରିଛି । IFCN ବିଶ୍ବାସ କରେ ଯେ, ବୃତ୍ତିଗତ ତଥ୍ୟ ଯାଞ୍ଚକାରୀମାନେ କେବଳ ମିଥ୍ୟା ତଥ୍ୟକୁ ଖଣ୍ଡନ କରିବେ ତାହା ନୁହେଁ, ପ୍ରତିଟି ବ୍ୟକ୍ତିଙ୍କୁ ଏଥିପାଇଁ ସଚେତନ ହେବାର ଆବଶ୍ୟକତା ରହିଛି । ପ୍ରଥମେ ଫ୍ୟାକ୍ଟ ଚେକିଂ(FactCheckingisEssential) କାର୍ଯ୍ୟପନ୍ଥା ଉପରେ ବିଶ୍ବାସ କରେ IFCN ।

ସେଇଥିପାଇଁ IFCN ସମଗ୍ର ବିଶ୍ୱରୁ ଫ୍ୟାକ୍ଟ-ଚେକର୍‌ମାନଙ୍କୁ ଏକତ୍ରିତ କରି ଋଷ୍-ୟୁକ୍ରେନ ଯୁଦ୍ଧ ସମୟରେ ସଠିକ୍ ଖବର ପ୍ରେରଣ ଉପରେ ଗୁରୁତ୍ବାରୋପ କରିଥିଲା । ଏହି ପଦକ୍ଷେପ ଦ୍ବାରା #UkraineFacts ଅଭିଯାନ ମାଧ୍ୟମରେ ବିଭ୍ରାନ୍ତିକର ଖବର ଉପରେ ରୋକ୍ ଲଗାଯାଇ ପାରିଥିଲା । IFCN କହିବା ଅନୁସାରେ ଯୁଦ୍ଧର ପ୍ରଥମ ମାସରେ ପ୍ରାୟ 1000 ରୁ ଅଧିକ ବିଭ୍ରାନ୍ତିକର ଖବରର ଫ୍ୟାକ୍ଟ-ଚେକ୍ କରାଯାଇଥିଲା । ଯୁଦ୍ଧ ସମୟରେ ଏହି ପ୍ରୟାସ #CoronaVirusFacts ର ସଫଳତାକୁ ଅନୁସରଣ କରିଥିଲା ।

ଏହି କ୍ରମରେ ଟେକ୍ ଜଏଣ୍ଟ ଗୁଗୁଲ୍ ଭାରତରେ ଭୁଲ୍ ତଥ୍ୟ ପ୍ରସାର ଉପରେ ରୋକ୍ ଲଗାଇବା ପାଇଁ ରଣନୀତି ଆରମ୍ଭ ନେଇ ଘୋଷଣା କରିଛି । ଗୁଗୁଲ୍ ଭାରତରେ ଆଣ୍ଟି-ମିସ୍‌ଇନଫରମେସନ୍ କ୍ୟାମ୍ପେନ୍ ଲଞ୍ଚ୍ କରିଥିବା ଜଣାପଡିଛି । ଆଲଫାବେଟ୍ ମାଲିକାନା କମ୍ପାନୀ ଗୁଗୁଲ୍ କହିଛି ଯେ, ଏହାର ଉଦ୍ଦେଶ୍ୟ ହେଉଛି ସୂଚନା ସଂଗଠିତ କରିବା ଏବଂ ଏହାକୁ ବିଶ୍ବସ୍ତରରେ ଉପଲବ୍ଧ ତଥା ଉପଯୋଗୀ କରିବା । କମ୍ପାନୀ କହିଛି ଯେ, ସଂସ୍ଥା ଉପରେ ବିଶ୍ବାସ କରୁଥିବା, ଭରସା ଯୋଗ୍ୟ ମାଧ୍ୟମ ମାନୁଥିବା ବ୍ୟବହାରକାରୀଙ୍କ ପାଇଁ ଏହା ଏକ ବଡ଼ ଦାୟିତ୍ବ । 2023 ରେ ଭାରତରେ ଭୁଲ୍‌ ତଥ୍ୟ ସର୍ବାଧିକ ପ୍ରସାର କରାଯାଇଛି । ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ଆଗକୁ ରଣନୀତି ପ୍ରସ୍ତୁତ କରିବ ।

ଗୁଗୁଲ୍ ନୂଆ ଫିଚର୍ସ

ଭୁଲ ତଥ୍ୟ ପ୍ରସାରକୁ ରୋକିବା ପାଇଁ ଗୁଗୁଲ୍ ଏହି ଫିଚର୍ସ ଆଣୁଛି, ଯାହା ଆଧାରରେ ବ୍ୟବହାରକାରୀ ନିଜେ ସୂଚନାର ମୂଲ୍ୟାଙ୍କନ କରିବା ସହ ଉତ୍ସ(ସୋର୍ସ) ମଧ୍ୟ ଜାଣିପାରିବେ । ଏହି ଫିଚର୍ସ ଦେଶରେ ନଅଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ । ଏହି 9 ଭାଷା ହିନ୍ଦୀ, ତାମିଲ, ବଙ୍ଗାଳୀ, ମରାଠୀ, ଗୁଜରାଟୀ, ତେଲୁଗୁ, ମାଲାୟାଲମ୍, କନ୍ନଡ ଏବଂ ପଞ୍ଜାବୀ ।

ଏହି ଫିଚର୍ସର ବୈଶିଷ୍ଟତା ହେଉଛି, ଯେଉଁମାନେ ଉପରୋକ୍ତ 9ଟି ଭାଷାରୁ ଯେକୌଣସି ଭାଷାରେ ସୂଚନା ସର୍ଚ୍ଚ କରୁଥିବେ ଗୁଗୁଲ୍ ସର୍ଚ୍ଚ ରେଜଲ୍ଟ(ଫଳାଫଳ) ପୃଷ୍ଠାରେ ତିନୋଟି ବିନ୍ଦୁ(ଡଟ୍) ଦେଖିବେ । ବିନ୍ଦୁଗୁଡ଼ିକ ଉପରେ ଟ୍ୟାପ୍ କରିବା ଦ୍ୱାରା ଏକ ନୂତନ ବକ୍ସ ଓପନ୍ ହେବ । ଏହି ବକ୍ସରେ ଖବର ବା ତଥ୍ୟ ବାବଦରେ ସମ୍ପୂର୍ଣ୍ଣ ବିବରଣୀ ରହିଥିବ । ଏହି ସୂଚନା ମାଧ୍ୟମରେ ଉପଭୋକ୍ତା ନିଜେ ଫ୍ୟାକ୍ଟ ଚେକ୍ କରିପାରିବେ । ସଠିକ୍ ବାର୍ତ୍ତା ପହଞ୍ଚାଇବା ପାଇଁ ଗୁଗୁଲ୍ ରଣନୀତି ଆରମ୍ଭ କରିଦେଇଛି । ମାତ୍ର ଏଥିପାଇଁ ପ୍ରତିଟି ବ୍ୟକ୍ତିଙ୍କୁ ସଚେତନ ରହିବାର ଆବଶ୍ୟକତା ରହିଛି । ଖବର ପ୍ରସାର କରିବା ସମୟରେ ଯଦି ସମସ୍ତେ ଫ୍ୟାକ୍ଟ ଚେକ୍ କରିବେ ତେବେ ନିଶ୍ଚିତ ରୂପେ ହାନିକାରକ ବା ଭୁଲ୍ ତଥ୍ୟ ପ୍ରସାରକୁ ରୋକାଯାଇ ପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.