ETV Bharat / international

ପୁଣି ଭୂକମ୍ପ ଝଟକାରେ ଥରିଲା ଫିଲିପାଇନ୍ସ, ଲୋକେ ଭୟଭୀତ

author img

By ETV Bharat Odisha Team

Published : Dec 4, 2023, 7:04 AM IST

Philippines Earthquake: ଫିଲିପାଇନ୍ସରେ ପୁଣି ଭୂକମ୍ପ ଝଟକା ଅନୁଭୂତ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.8 ରେକର୍ଡ କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

ପୁଣି ଭୂକମ୍ପ ଝଟକାରେ ଥରିଲା ଫିଲିପାଇନ୍ସ
ପୁଣି ଭୂକମ୍ପ ଝଟକାରେ ଥରିଲା ଫିଲିପାଇନ୍ସ

ହାଇଦ୍ରାବାଦ: ପୁଣି ଭୂକମ୍ପ ଝଟକାରେ ଥରିଲା ଫିଲିପାଇନ୍ସ । ରବିବାର ବିଳମ୍ବିତ ରାତିରେ ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.8 ମାଗ୍ନିଚ୍ୟୁଡ ରେକର୍ଡ ହୋଇଛି ।ଏନେଇ ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ।

ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ, ରବିବାର ରାତି 1ଟା 19 ମିନିଟରେ ଫିଲିପାଇନ୍ସରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ମିଣ୍ଡାନାଓରୁ ଏହାର ଗଭୀରତା ମାତ୍ର 82 କିଲୋମିଟର ଥିବା ବେଳେ ଏହାର ଦ୍ରାଘିମା 126.70 ଓ ଅକ୍ଷାଂଶ 9.03 ରହିଛି । ତେବେ ଏହି ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ରିପୋର୍ଟ ହସ୍ତଗତ ହୋଇନାହିଁ ।

ଏହାପୂର୍ବରୁ ରବିବାର ସନ୍ଧ୍ୟା ସମୟରେ ମଧ୍ୟ ଫିଲିପାଇନ୍ସରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା 6.6 ରେକର୍ଡ କରାଯାଇଥିଲା । ଏହି ଭୂକମ୍ପର କେନ୍ଦ୍ର ଭୂପୃଷ୍ଠରୁ ପ୍ରାୟ 56 କିଲୋମିଟର ଗଭୀରତାରେ ରହିଥିଲା । ତେବେ ଏହି ଭୂକମ୍ପରେ କୌଣସି ବିଶେଷ କ୍ଷୟକ୍ଷତି ହୋଇନଥିଲା ।

ଏହାମଧ୍ୟ ପଢନ୍ତୁ..ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକମ୍ପ ଝଟକା, ସୁନାମି ଆଲର୍ଟ ଜାରି

ଅନ୍ୟପଟେ ଶନିବାର ରାତିରେ ମଧ୍ୟ ଦକ୍ଷିଣ ଫିଲିପାଇନ୍ସରେ 7.4 ମାଗ୍ନିଚ୍ୟୁଡ ତୀବ୍ରତା ବିଶିଷ୍ଟ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ରବିବାର ଯେଉଁସ୍ଥାନରେ ଭୂକମ୍ପର ପ୍ରଭାବ ସର୍ବାଧିକ ରହିଛି ସେହି ସ୍ଥାନରେ ହିଁ ଶନିବାର ଦିନ ମଧ୍ୟ ଭୂକମ୍ପ ହୋଇଥିଲା । ମିଡାନାଉ ଅଞ୍ଚଳରେ ଏହି ଝଟକାର ସର୍ବାଧିକ ପ୍ରଭାବ ଅନୁଭୂତ ହୋଇଥିଲା । ଏଥିରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିଲେ ।

ଏହାପରେ ଫିଲିପାଇନ୍ସ ଓ ଜାପାନର କିଛି ଅଞ୍ଚଳରେ ସୁନାମି ଆଲର୍ଟ ଜାରି କରାଯାଇଥିଲା । ଯାହାଫଳରେ ହଜାର ହଜାର ଲୋକ ଘର ଛାଡି ସୁରକ୍ଷିତ ସ୍ଥାନକୁ ପଳାଇଯାଇଥିଲେ । ପରବର୍ତ୍ତୀ ସମୟରେ ସୁନାମି ଭୟ ଟଳିଯାଇଥିବା ଘୋଷଣା କରାଯାଇଥିଲା । ସାଧାରଣତଃ ରିକ୍ଟର ସ୍କେଲରେ 7 କିମ୍ବା ତାଠାରୁ ଅଧିକ ତୀବ୍ରତାର ଭୂକମ୍ପ ସୃଷ୍ଟି ହେଲେ ଅଧିକ ବିପଜ୍ଜନକ ବୋଲି ବିବେଚନା କରାଯାଏ । ଏହି ତୀବ୍ରତାର ଭୂକମ୍ପରେ ଅଧିକ କ୍ଷୟକ୍ଷତି ଆଶଙ୍କା ଥାଏ । ଏହି କ୍ଷେତ୍ର କୌଣସି ଉପକୂଳ କ୍ଷେତ୍ର ହୋଇଥିଲେ, ଏଥିରେ ସମୂଦ୍ରରେ ସୁନାମି ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଥାଏ । କିଛି ଭୂକମ୍ପରେ ଆଫ୍ଟର ସକ (କମ୍ପନର ତରଙ୍ଗାୟିତ ପ୍ରତିକ୍ରିୟା) ମଧ୍ୟ ଅନୁଭବ ହୋଇଥାଏ । ଯାହା ସର୍ବାଧିକ ବିପଜ୍ଜନକ ହୋଇଥାଏ ।

ତେବେ ଡିସେମ୍ବର ମାସ ଆରମ୍ଭରୁ ଫିଲିପାଇନ୍ସରେ ପ୍ରତିଦିନ ଛୋଟ ବଡ ଭୂମିକମ୍ପ ହେଉଥିବା ଦେଖିବାକୁ ମିଳିଛି । ମାତ୍ର 4 ଦିନ ମଧ୍ୟରେ ଫିଲିଫାଇନ୍ସରେ 8ରୁ ଉର୍ଦ୍ଧ୍ୱ ଥର ଭୂକମ୍ପ ଝଟକା ଅନୁଭୂତ ହୋଇସାରିଲାଣି । ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.