ETV Bharat / international

ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକମ୍ପ ଝଟକା, ସୁନାମି ଆଲର୍ଟ ଜାରି

author img

By ETV Bharat Odisha Team

Published : Dec 2, 2023, 10:15 PM IST

ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ତୀବ୍ରତା 7.4 ମ୍ୟାଗ୍ନିଚ୍ୟୁଡ । କ୍ଷୟକ୍ଷତି ନାହିଁ ସୂଚନା, ସୁନାମି ଆଲର୍ଟ ଜାରି । । ଅଧିକ ପଢନ୍ତୁ

ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକମ୍ପର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା 7.4

ହାଇଦ୍ରାବାଦ: ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 7.4 ମାଗ୍ନିଚ୍ୟୁଡ ରେକର୍ଡ ହୋଇଛି । ମିଡାନାଉ ଅଞ୍ଚଳରେ ଏହି ଝଟକାର ସର୍ବାଧିକ ପ୍ରଭାବ ଅନୁଭୂତ ହୋଇଛି ।କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ସ୍ପଷ୍ଟ ହୋଇନଥିବା ବେଳେ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ସତର୍କତା ଜାରି କରାଯାଇଛି । ଏହି ଭୂକମ୍ପ ଝଟକା ରାତି 8 ଟା 7 ମିନଟରେ ଅନୁଭୂତ ହୋଇଛି । ଏହା ପ୍ରଭାବରେ ସୁନାମି ଆସିବାର ଆଶଙ୍କା ଥିବାରୁ ସତର୍କତା ଆଲର୍ଟ ଜାରି କରାଯାଇଛି । ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ 50 କି.ମି ଗଭୀରରେ ରହିଥିବା ପ୍ରାଥମିକ ଭାବେ ଜଣାପଡିଛି ।

ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରଏଟର୍ସର ସୂଚନା ଅନୁସାରେ, ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ଭୂକମ୍ପର ତୀବ୍ରତା 7.5 ମ୍ୟାଗ୍ନିଚ୍ୟୁଡ ରହିଥିବା ଆକଳନ କରିଛି । ଏହି ଭୂକମ୍ପର କେନ୍ଦ୍ର ଭୂପୃଷ୍ଠରୁ ପ୍ରାୟ 63 କିଲୋମିଟର ଗଭୀରତାରେ ରହିଥିବା ମଧ୍ୟ ସଂସ୍ଥା ଆକଳନ କରିଛି । ଉକ୍ତ ରିପୋର୍ଟ ଅନୁଯାୟୀ, ଭୂକମ୍ପ ପରେ ଆମେରିକାର ସୁନାମି ଚେତାବନୀ ସିଷ୍ଟମ ଫିଲିପାଇନ୍ସ ଉପକୂଳରେ ସୁନାମି ଚେତାବନୀ ଦେଇଛି । ଏପର୍ଯ୍ୟନ୍ତ କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇଥିବା ନେଇ ସ୍ଥାନୀୟ ସରକାର କିଛି ଘୋଷଣା କରିନି ।

ସାଧାରଣତଃ ରିକ୍ଟର ସ୍କେଲରେ 7 କିମ୍ବା ତାଠାରୁ ଅଧିକ ତୀବ୍ରତାର ଭୂକମ୍ପ ସୃଷ୍ଟି ହେଲେ ଅଧିକ ବିପଜ୍ଜନକ ବୋଲି ବିବେଚନା କରାଯାଏ । ଏହି ତୀବ୍ରତାର ଭୂକମ୍ପରେ ଅଧିକ କ୍ଷୟକ୍ଷତି ଆଶଙ୍କା ଥାଏ । ଏହି କ୍ଷେତ୍ର କୌଣସି ଉପକୂଳ କ୍ଷେତ୍ର ହୋଇଥିଲେ, ଏଥିରେ ସମୂଦ୍ରରେ ସୁନାମି ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଥାଏ । କିଛି ଭୂକମ୍ପରେ ଆଫ୍ଟର ସକ (କମ୍ପନର ତରଙ୍ଗାୟିତ ପ୍ରତିକ୍ରିୟା) ମଧ୍ୟ ଅନୁଭବ ହୋଇଥାଏ । ଯାହା ସର୍ବାଧିକ ବିପଜ୍ଜନକ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ :- ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ, ସ୍ଥିତି ପରଖିଲେ ପାଣ୍ଡିଆନ

ତେବେ ଗତବର୍ଷ ତୁର୍କୀ ଓ ସିରିଆରେ ହୋଇଥିବା ଭୂକମ୍ପରେ ସର୍ବାଧିକ କ୍ଷୟକ୍ଷତି ହୋଇଥିଲା । ଏଥିରେ ଦୁଇ ଦେଶର ପ୍ରାୟ 40 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ନିକଟରେ ନେପାଳରେ ମଧ୍ୟ ଶକ୍ତିଶାୀଳୀ ଭୂକମ୍ପ ହୋଇଥିଲା । ଏହାର ପ୍ରଭାବ ଦିଲ୍ଲୀ ସମେତ ଉତ୍ତର ଭାରତର ଏକାଧିକ ସ୍ଥାନରେ ଅନୁଭବ ହୋଇଥିଲା । ନିକଟରେ ଆଫଗାନିସ୍ଥାନରେ ମଧ୍ୟରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିରେ ପ୍ରାୟ 2 ହଜାର ଲୋକଙ୍କ ପ୍ରାଣହାନୀ ଘଟିଥିଲା ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.