ETV Bharat / international

Earthquake In Turkey: ୪.୦ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ଥରିଲା ତୁର୍କୀ

author img

By

Published : Apr 17, 2023, 9:29 AM IST

୪.୦ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ଥରିଲା ତୁର୍କୀ । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌମସି ସୂଚନା ହସ୍ତଗତ ହୋଇନାହିଁ । ଅଧିକ ପଢନ୍ତୁ

Earthquake In Turkey
Earthquake In Turkey

ଅଙ୍କରା: ପୁଣି ତୁର୍କୀରେ ଭୂକମ୍ପ ଝଟକା । ସକାଳୁ ସକାଳୁ ଭୂକମ୍ପରେ ଥରିଲା ତୁର୍କୀ । ରିକ୍ଟର ସ୍କେଲରେ ତୀବ୍ରତା ୪.୦ ରେକର୍ଡ । ଏନେଇ ଦେଶର ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ପ୍ରାଧିକରଣ ତରଫରୁ ସୂଚନା ପ୍ରଦାନ କରାଯାଇଛି । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ଦେଶର ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ପ୍ରାଧିକରଣ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଭାରତୀୟ ସମୟ ଭୋର ୪ଟା ୨୫ ମିନିଟ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ତୁର୍କୀର ଅଫସିନରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ନେଇ ସୂଚନା ଦିଆଯାଇଛି । ଅଫସିନର ଦକ୍ଷିଣପଶ୍ଚିମରୁ ୨୩ କିମି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ହୋଇଥିଲା । ତୁର୍କୀର ଏକ ସହର ହେଉଛି ଅଫସିନ । ଅନ୍ୟପଟେ ଭୂକମ୍ପର ଗଭୀରତା ୧୦ କିମି ରେକର୍ଡ କରାଯାଇଛି । ତେବେ ଭୂକମ୍ପକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ନେଇ ସୂଚନା ଦିଆଯାଇନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ତୁର୍କୀ ଭୂମିକମ୍ପରେ ସେବା ଯୋଗାଇଥିଲେ ଓଡିଆ ଯବାନ, ବଖାଣିଲେ ଛାତିଥରା ଅନୁଭୂତି

ଏହା ମଧ୍ୟ ପଢନ୍ତୁ: Meet World's Tallest Woman: ହାତରେ ୫ଟି ବିଶ୍ବ ରେକର୍ଡ, ତଥାପି ଜୀବନ ସହ କରୁଛନ୍ତି ସଂଘର୍ଷ

ପ୍ରକାଶଥାଉକି, ଗତ ଫେବୃଆରୀ ୬ ତାରିଖରେ ଦୁଇଟି ଶକ୍ତିଶାଳୀ ଭୂକମ୍ପରେ ଥରିଥିଲା ତୁର୍କୀ । ନୁରଦଗୀର ପୂର୍ବରେ ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ମଧ୍ୟ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ଏହା ପରେ ଗୋଟିଏ ସପ୍ତାହ ମଧ୍ୟରେ ୩ରୁ ୪ ଥର ଭୂକମ୍ପ ହୋଇଥିଲା । ମନେ ହେଉଥିଲା ସତେ ଯେମିତି ପ୍ରକୃତି କୋପ କରିଛି । ବାରମ୍ବାର ଭୂକମ୍ପ ଫଳରେ ଅନେକ ଜନଜୀବନ ନଷ୍ଟ ହୋଇଥିଲା । ମୃତ୍ୟୁ ସଂଖ୍ୟା ୫୦ ହଜାର ପାର କରଥିବା ବେଳେ ଅନେକ ବଡବଡ କୋଠା ଭୁଶୁଡି ପଡିଥିଲା ।

ସମୁଦାୟ ୧ ଲକ୍ଷ ୬୦ ହଜାରରୁ ଊର୍ଦ୍ଧ୍ବ ବଡ ବଡ କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ୫ ଲକ୍ଷ ୨୦ ହଜାରରୁ ଅଧିକ ଆପାର୍ଟମେଣ୍ଟ ଭୁଶୁଡି ପଡିଥିଲା । ଶକ୍ତିଶାଳୀ ଭୂମିକମ୍ପରେ ଦୋହଲିଯାଇଥିବା ତୁର୍କୀକୁ ସହାୟତାର ହାତ ବଢାଇଥିଲା ଭାରତ । ଏନେଇ ଭାରତ ପକ୍ଷରୁ 'ଅପରେସନ ଦୋସ୍ତ' ଆରମ୍ଭ ହୋଇଥିଲା । ଭୂକମ୍ପରେ ଭାଙ୍ଗିଯାଇଥିବା ବଡ଼ ବଡ଼ ଅଟ୍ଟାଳିକା ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଲାଗି ୬୦ ପାରା ଫିଲ୍ଡ ହସ୍ପିଟାଲ, NDRF ଟିମକୁ ପଠାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.