ETV Bharat / international

ଆଜିଠୁ ୧୧ଦିନିଆ US ଗସ୍ତରେ ଯିବେ ଜୟଶଙ୍କର, UNGA ବୈଠକରେ ହେବେ ସାମିଲ

author img

By

Published : Sep 18, 2022, 8:53 AM IST

ଆଜି ୧୧ଦିନିଆ ୟୁଏସ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ, UNGA ବୈଠକରେ ହେବେ ସାମିଲ
ଆଜି ୧୧ଦିନିଆ ୟୁଏସ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ, UNGA ବୈଠକରେ ହେବେ ସାମିଲ

ଆଜିଠାରୁ ଆସନ୍ତା ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ଯୁଏସ ଗସ୍ତରେ ରହିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଆୟୋଜିତ ୭୭ତମ ଜାତିସଂଘ ସାଧାରଣ ପରିଷଦ(UNGA)ରେ ଯୋଗ ଦେବେ ଜୟଶଙ୍କର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜିଠୁ ୧୧ ଦିନିଆ ଯୁଏସ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର( External Affairs Minister S Jaishankar visit US) । ଏହି ଗସ୍ତ ସମୟରେ ଆମେରିକାରେ ଆୟୋଜିତ ୭୭ତମ ଜାତିସଂଘ ସାଧାରଣ ପରିଷଦ(UNGA)ରେ ଯୋଗ ଦେବେ । ଏନେଇ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଜାତିସଂଘ ସାଧାରଣ ପରିଷଦ ସହ କ୍ୱାଡ(Quad), ବ୍ରିକ୍ସ ( BRICS)ଏବଂ ଅନ୍ୟାନ୍ୟ ପ୍ରମୁଖ ଗୋଷ୍ଠୀର ବୈଠକରେ ଯୋଗଦେବେ ବୈଦେଶିକ ମନ୍ତ୍ରୀ ।

ଏହି ଗସ୍ତ ସମୟରେ ସେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଏବଂ ବାଡେନ ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆଜିଠାରୁ ଆସନ୍ତା ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ସେ ନ୍ୟୁୟର୍କରେ ରହିବେ, ୨୫ରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ୱାଶିଂଟନ୍ ଡିସି ଗସ୍ତ କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-Queen Elizabeth II funeral: ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭାର 77 ତମ ଅଧିବେଶନରେ ବୈଦେଶିକ ମନ୍ତ୍ରୀ “high level week” ପାଇଁ ଭାରତର ପ୍ରତିନିଧିତ୍ୱ କରିବେ ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି । ଯାହାର ଥିମ ରହିଛି 'ଓ୍ବାଟରସିଡ ମୋମେଣ୍ଟ ଟ୍ରାନ୍ସଫରମେଟିଭ ସଲ୍ୟୁସନ ଟୁ ଇଣ୍ଟର ଲକିଂ ଚ୍ୟାଲେଞ୍ଜେସ' । UNGA ଅଧିବେଶନରେ ଜୟଶଙ୍କର ସେପ୍ଟେମ୍ବର 24 ତାରିଖ ପୂର୍ବାହ୍ନରେ ସମ୍ବୋଧନ କରିବେ ।

ବହୁପକ୍ଷବାଦରେ ସୁଧାର ପାଇଁ ଭାରତର ଦୃଢ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଜି ୪ ରାଷ୍ଟ୍ର ଭାରତ, ବ୍ରାଜିଲ,ଜାପାନ, ଜର୍ମାନର ଏକ ମନ୍ତ୍ରୀସ୍ତରୀୟ ବୈଠକ ହେବ । ଏଥିସହ ବହୁପକ୍ଷବାଦକୁ ମଜବୁତ କରିବା ପାଇଁ ଓ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ବ୍ୟାପକ ସୁଦ୍ଧାର ପାଇଁ L.69 ଗ୍ରୁପ ଉଚ୍ଚସ୍ତରୀୟ ବୈଠକରେ ଭାଗ ନେବ । L.69 ଗ୍ରୁପ ବିକାଶଶୀଳ ଦେଶ ଏସିଆ, ଆଫ୍ରିକା, ଲାଟିନ୍ ଆମେରିକା, କାରିବିଆନ୍ ଏବଂ କ୍ଷୁଦ୍ର ଦ୍ୱୀପ, ବିକାଶଶୀଳ ରାଜ୍ୟକୁ ନେଇ ଗଠିତ ।

ଆଜାଦି କା ଅମୃତ ମହୋତ୍ସବକୁ ନେଇ ସେପ୍ଟେମ୍ବର ୨୪ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜୟଶଙ୍କର India@75: Showcasing India UN Partnership in Actionକୁ ସମ୍ବୋଧିତ କରିବେ, ଯାହା ଦେଶର ବିକାଶ ଯାତ୍ରା ଏବଂ ଦକ୍ଷିଣ-ଦକ୍ଷିଣ ସହଯୋଗରେ ଏହାର ଅବଦାନକୁ ପ୍ରତିଫଳନ କରିବ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି । ଏହା କାର୍ଯ୍ୟକ୍ରମକୁ UNGAର ୭୭ତମ ସଭାପତି ସମ୍ବୋଧନ କରିବେ ବୋଲି କୁହାଯାଉଛି । ଏନେକ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ଓ UNDP ପ୍ରଶାସକ ଏଥିରେ ସାମିଲ ରହିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.