ETV Bharat / international

ବିଶ୍ବର ଏହି ଦେଶମାନଙ୍କରେ ମିଳେ ସବୁଠାରୁ ଶସ୍ତା ସୁନା

author img

By

Published : Feb 26, 2023, 8:40 AM IST

ଆପଣକୁ ସୁନା ପ୍ରିୟ କି ? ତେବେ ଜାଣନ୍ତୁ କେଉଁ ଦେଶରେ ମିଳେ ଭାରତ ଠାରୁ ଶସ୍ତା ସୁନା । ଅଧିକ ପଢ଼ନ୍ତୁ

କେଉଁ ଦେଶରେ ମିଳେ ଭାରତ ଠାରୁ ଶସ୍ତା ସୁନା
କେଉଁ ଦେଶରେ ମିଳେ ଭାରତ ଠାରୁ ଶସ୍ତା ସୁନା

ନୂଆଦିଲ୍ଲୀ: ସୁନା କାହାକୁ ବା ପସନ୍ଦ ନୁହେଁ ? ସେ ମହିଳା ହୁଅନ୍ତୁ କି ପୁରୁଷ, ସୁନା ପିନ୍ଧିବାକୁ ସମସ୍ତଙ୍କ ଆଗ୍ରହ । ତେବେ ଆଜିକାଲି ସୁନାରେ ମଧ୍ୟ ନିବେଶ କରିବା ଆରମ୍ଭ କରିଛନ୍ତି ଲୋକମାନେ । ଏହାସହ ସୁନା ଏପରି ଏକ ଧାତୁ, ଯାହା ପ୍ରତ୍ୟେକ ଦେଶ ଯଥାସମ୍ଭବ ଗଚ୍ଛିତ ରଖିବାକୁ ଚାହାଁନ୍ତି । ଏଥିସହିତ ସାଧାରଣ ଜନତାଙ୍କ ସହିତ ସୁନା ମଧ୍ୟ ନିବେଶକଙ୍କୁ ଆକର୍ଷିତ କରିଥାଏ । ଭାରତରେ ୨୦୨୩ ଆରମ୍ଭରେ ସୁନାର ଦର ବଢିବାରେ ଲାଗିଛି । ତେବେ ଆପଣ ଜାଣିଛନ୍ତି କି ବିଶ୍ବରେ ଏପରି ଦେଶ ରହିଛି ଯେଉଁଠି ଭାରତ ଅପେକ୍ଷା ସୁନା ୧୫% କମ୍‌ ଦାମରେ ମିଳିଥାଏ । ଆସନ୍ତୁ ଆପଣଙ୍କୁ ବିଶ୍ବ ର କିଛି ଦେଶ ବିଷୟରେ କହିବା, ଯେଉଁଠାରେ ଭାରତ ତୁଳନାରେ ସୁନା ବହୁତ ଶସ୍ତା ମିଳିଥାଏ ।

ଦୁବାଇ: ଶସ୍ତା ଏବଂ ଗୁଣାତ୍ମକ ସୁନା କିଣିବା ପାଇଁ ଲୋକଙ୍କ ପ୍ରଥମେ ପସନ୍ଦ ଦୁବାଇ ଦେଶ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଲୋକମାନେ ଶସ୍ତା ଏବଂ ଶୁଦ୍ଧ ସୁନା କିଣିବା ପାଇଁ ଦୁବାଇ ଯାଆନ୍ତି । ସାରା ବିଶ୍ବରେ ଦୁବାଇର ସୁନାର ଶୁଦ୍ଧତା ଅଧିକ ବିବେଚନା କରାଯାଏ । ଅର୍ଥାତ୍ ଦୁବାଇର ସୁନା ଅନ୍ୟ ଦେଶ ତୁଳନାରେ ବହୁତ ଭଲ ବୋଲି ବିଶ୍ୱାସ କରାଯାଏ । ଏହାସହ ଦୁବାଇର ଡେରା ନାମକ ଏକ ସ୍ଥାନ ଅଛି, ଯାହାକୁ ଗୋଲ୍ଡ ସପିଙ୍ଗର ହବ୍ ଭାବେ ବିବେଚନା କରାଯାଏ ।

ଥାଇଲ୍ୟାଣ୍ଡ: ଦୁବାଇ ପରେ ଆପଣ ଥାଇଲ୍ୟାଣ୍ଡରେ ଶସ୍ତା ସୁନା ପାଇବେ । ଥାଇଲ୍ୟାଣ୍ଡର ବ୍ୟାଙ୍କକକ୍ ଆପଣ କମ୍ ମୂଲ୍ୟରେ ଭଲ ଗୁଣାତ୍ମକ ସୁନା କିଣି ପାରିବେ । ଏଠାରେ ଅପଣ ବହୁତ କମ୍ ମାର୍ଜିନରେ ସୁନା ପାଇବ ସହ ଆକର୍ଷଣୀୟ ଡିଜାଇନର ଅଳଙ୍କାର ଦେଖିବାକୁ ପାଇବେ । ସୁନା କିଣିବା ପାଇଁ ଥାଇଲ୍ୟାଣ୍ଡର ଚିନାଟାଉନର ୟାଭୋରାଟ ରୋଡ୍ ଅନ୍ୟତମ ।

ହଂକଂ: ହଂକଂରେ କ୍ରେତାମାନଙ୍କ ପାଇଁ ବହୁ ପରିମାଣର ସୁନା ଦୋକାନ ଉପଲବ୍ଧ ରହିଛି । ହଂକଂରେ ସୁନା ବହୁତ କମ୍ ମୂଲ୍ୟରେ ଉପଲବ୍ଧ । ଏହାର ସପିଂ ହବ୍ ପାଇଁ ପ୍ରସିଦ୍ଧ । ଏହି ସହର ଦୁନିଆର ସବୁଠାରୁ ସକ୍ରିୟ ସୁନା ବାଣିଜ୍ୟ ବଜାର ମଧ୍ୟରୁ ଅନ୍ୟତମ । ହଂକଂ ଟୁରିଷ୍ଟ ପ୍ଲେସ ହେବା ସହ ଏଠାରେ ବିଶ୍ବସ୍ତରୀୟ ସୁନା ପ୍ରଦର୍ଶନୀ ପଡିଥାଏ ।

ସ୍ୱିଜରଲ୍ୟାଣ୍ଡ: ସ୍ୱିଜରଲ୍ୟାଣ୍ଡର ସୁନା ଡିଜାଇନ୍ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଏହି ଦେଶରେ ସୁନାର ଭଲ ବ୍ୟବସାୟ ରହିଛି । ସ୍ୱିଜରଲ୍ୟାଣ୍ଡର ଜୁରିଚ ସହରରେ ଭଲ ଏବଂ ଉନ୍ନତ ସୁନା ମିଳିଥାଏ । ଏଠାରେ ଆପଣ ହସ୍ତତନ୍ତ ଡିଜାଇନର୍ ଅଳଙ୍କାର ସହିତ ଅନେକ ପ୍ରକାରର ଅଳଙ୍କାର ପାଇପାରିବେ । ତେବେ ଭାରତ ତୁଳନାରେ ଏଠାରେ ୧୫% କମ ଦରରେ ସୁନା ମିଳିଥାଏ ।

କହିରଖୁଛୁ ଯେ, ସମଗ୍ର ବିଶ୍ୱରେ ସୁନା ହାର ପ୍ରାୟ ସମାନ ରହିଥାଏ କିନ୍ତୁ ଅନ୍ୟ ଦେଶର ମୁଦ୍ରା ଅନୁଯାୟୀ ସୁନା ହାର କମିଯାଏ । ଏହି କାରଣରୁ କେତେକ ଲୋକ ଅଧିକ ଲୋଭରେ ଭାରତ ବାହାରେ ସୁନା କିଣି ଏହାକୁ ବେଆଇନ ଭାବେ ଦେଶକୁ ଆଣିବା ହେତୁ ବିମାନ ବନ୍ଦରରେ କଷ୍ଟମ ବିଭାଗ ହାତରେ ଧରାପଡନ୍ତି । ବାହାର ଦେଶରୁ ସୁନାକିଣି ବିନା ସେଲ ଟ୍ୟାକ୍ସ ଦେଇ ଭାରତକୁ ଆଣିବାକୁ ଚେଷ୍ଟା କରି ଧରା ପଡିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.