ETV Bharat / international

ତୁର୍କୀର ସହାୟତା ପାଇଁ ଆଗେଇ ଆସିଲା ଆର୍ମେନିଆ, ୩୦ ବର୍ଷ ପରେ ଖୋଲିଲା ସୀମା ଫାଟକ

author img

By

Published : Feb 12, 2023, 6:31 PM IST

ତୁର୍କିରେ ଭୂକମ୍ପ ତାଣ୍ଡବ ରଚିଥିବା ବେଳେ ତୁର୍କୀରେ ବିପଦ ସମୟରେ ଆନେକ ଦେଶ ସହାୟତାର ହାତ ବଢ଼ଇଛନ୍ତି । ଆର୍ମେନିଆ ଏବଂ ତୁର୍କୀ ମଧ୍ୟରେ ଥିବା ସୀମା ଫାଟକ ପ୍ରାୟ ୩୦ ବର୍ଷ ପରେ ଖୋଲା ଯାଇଛି । ଅଧିକ ପଢ଼ନ୍ତୁ

୩୦ ବର୍ଷ ପରେ ଖୋଲାଲି ସୀମା ଫାଟକ
୩୦ ବର୍ଷ ପରେ ଖୋଲାଲି ସୀମା ଫାଟକ

ଆଙ୍କରା : ଭୟଙ୍କର ଭୂକମ୍ପରେ ଅସ୍ତବ୍ୟସ୍ତ ହୋଇପଡିଛି ତୁର୍କୀ । ଭୂକମ୍ପଜନିତ ମୃତ୍ଯୁ ସଂଖ୍ଯା ୨୮ ହଜାର ପାର କରିଥିବା ବେଳେ ଏହା ୫୦ ହଜାର ଛୁଇବା ନେଇ ଅନୁମାନ କରାଯାଉଛି । ଗତ ସୋମବାର ଏଠାରେ ହୋଇଥିବା ଭୂକମ୍ପରେ, ବହୁ ସହର ଧ୍ୱଂସ ହୋଇଯାଇଛି । ହଜାରହଜାର ଆଟ୍ଟାଳିକା ମାଟିରେ ମିଶି ଯାଇଛି । ଅନେକ ଲୋକ ଏବେ ବି ମଧ୍ୟ ଭଗ୍ନାଂଶ ତେଳେ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଏପର୍ଯନ୍ତ ଜାରି ରହିଛି ।

ତୁର୍କୀରେ ଭୂକମ୍ପ ତାଣ୍ଡବ ରଚିଥିବା ବେଳେ ତୁର୍କୀରେ ବିପଦ ସମୟରେ ଅନେକ ଦେଶ ସହାୟତାର ହାତ ବଢ଼ାଇଛନ୍ତି । ଭୂକମ୍ପ ଯୋଗୁ ତୁର୍କୀ ସହିତ ଭଲ ସମ୍ପର୍କ ନଥିବା ଦେଶ ମଧ୍ୟ ଏହି ବିପଦ ସମୟରେ ତୁର୍କୀକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ମାନବିକ ସହାୟତା ପାଇଁ ସେମାନେ ସାହାଯ୍ୟର ହାତ ବଢ଼ାଇଛନ୍ତି । ନାମ୍ବିଆ ଏବଂ ଆର୍ମେନିଆ ମଧ୍ୟ ଏହିପରି ଦେଶମାନଙ୍କ ମଧ୍ୟରୁ ଅନ୍ୟତମ । ଭୂକମ୍ପ ସହାୟତା ଯୋଗୁଁ ଆର୍ମେନିଆ ଏବଂ ତୁର୍କୀ ମଧ୍ୟରେ ଥିବା ସୀମା ଫାଟକ ପ୍ରାୟ ୩୦ ବର୍ଷ ପରେ ଖୋଲା ଯାଇଛି । ଆର୍ମେନିଆରୁ ମାନବିକ ସହାୟତା ନେଇ ଟ୍ରକ ଗୁଡ଼ିକ ଭୂକମ୍ପ ପ୍ରଭାବିତ ଅଞ୍ଚଳ ମୁହାଁ ହୋଇଛି ।

ତୁର୍କୀର ଏକ ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁଯାୟୀ, ତିନି ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଦୁଇ ଦେଶ ନିଜର ସୀମା ଖୋଲିଛନ୍ତି । ତୁର୍କୀର ସ୍ବତନ୍ତ୍ର ଦୂତ ସେରଦାର କିଲିକ ଟ୍ବିଟ କରି କହିଛନ୍ତି, ‘‘୧୦୦ ଟନ୍‌ ଖାଦ୍ୟ, ପାନୀୟ, ସମେତ ମାନବିକ ସହାୟତା ନେଇ ପାଞ୍ଚଟି ଟ୍ରକ ଆଲିକନ ସୀମାରୁ ତୁର୍କୀରେ ପହଞ୍ଚିଛି ।’’ ଏହି ସମୟରେ ଆର୍ମେନିଆର ନ୍ୟାସନାଲ୍‌ ଆସେମ୍ବ୍ଲିର ଉପ ବାଚସ୍ପତି ରୁବିନିଆନ ମଧ୍ୟ କହିଛନ୍ତି ,‘‘ମାନବିକ ସହାୟତା ନେଇ ଟ୍ରକ ଆର୍ମେନିଆ-ତୁର୍କୀ ସୀମା ପାର କରି ଭୂକମ୍ପ ପ୍ରଭାବିତ ଅଞ୍ଚଳକୁ ଯାଉଛି ।’’

ଏକ ରିପୋର୍ଟ ଅନୁଯାୟୀ, ଆର୍ମେନିଆ ଏବଂ ତୁର୍କୀ ଆଜେରବାଇଜାନ ମଧ୍ୟରେ ହୋଇଥିବା ଜାତିଗତ ବିବାଦ ପରେ ୧୯୯୩ ମସିହାରୁ ଦୁଇ ଦେଶ ମଧ୍ୟରେ ସୀମା ବନ୍ଦ ରହିଥିଲା । ୧୯୯୦ ଦଶକ ପରଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡି ଯାଇଛି । ଆର୍ମେନୀୟମାନେ କହିଛନ୍ତି ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ତୁର୍କୀର ଅଟୋମନ ଅଞ୍ଚଳରେ ବହୁ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟିଥିଲା । ଆର୍ମେନିଆ ଏହାକୁ ଏକ ନରସଂହାର ବୋଲି ବିବେଚନା କରି ଏହି ସୀମାକୁ ପ୍ରାୟ ୩୦ ବର୍ଷ ପରେ ଖୋଲାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.