ETV Bharat / international

୯ ଶହରୁ ଊର୍ଦ୍ଧ୍ବ ଲୋକେ ଗତକାଲି ଋଷ ଆକ୍ରମଣରେ ପ୍ରାଣ ହରାଇଛନ୍ତି: UNHRC

author img

By

Published : Mar 20, 2022, 10:19 PM IST

ବେଳକୁ ବେଳ ଭୟଙ୍କର ହେଉଛି ଋଷ ଓ ୟୁକ୍ରେନ ମହାଯୁଦ୍ଧ । ଋଷ ପକ୍ଷରୁ ୟୁକ୍ରେନର ବିଭିନ୍ନ ସହର ଉପରେ ଜାରି ରହିଛି ଆକ୍ରମଣ । ଏପେଟ ଆକ୍ରମଣରେ ସାଧରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଅଧିକ ପଢନ୍ତୁ

୯ ଶହରୁ ଅଧିକ ଲୋକେ ଗତକାଲି ଋଷ ଆକ୍ରମଣରେ ପ୍ରାଣ ହରାଇଛନ୍ତି:UNHR Office
୯ ଶହରୁ ଅଧିକ ଲୋକେ ଗତକାଲି ଋଷ ଆକ୍ରମଣରେ ପ୍ରାଣ ହରାଇଛନ୍ତି:UNHR Office

ନୂଆଦିଲ୍ଲୀ: ବେଳକୁ ବେଳ ଭୟଙ୍କର ହେଉଛି ଋଷ ଓ ୟୁକ୍ରେନ ମହାଯୁଦ୍ଧ । ଋଷ ପକ୍ଷରୁ ୟୁକ୍ରେନର ବିଭିନ୍ନ ସହର ଉପରେ ଜାରି ରହିଛି ଆକ୍ରମଣ । ଏପଟେ ଆକ୍ରମଣରେ ସାଧରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।

  • 💪 Суспільне Херсон повідомляє, що у тимчасово окупованому місті люди вийшли на мирний мітинг. Вже зібралось кілька тисяч містян. Скандують "Домой, пока живой!", "Херсон - це Україна!" pic.twitter.com/IMW1lzpACU

    — Українська правда ✌️ (@ukrpravda_news) March 20, 2022 " class="align-text-top noRightClick twitterSection" data=" ">

ସେହିପରି ଆଜି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ମହାଯୁଦ୍ଧକୁ ୨୫ ଦିନ ପୁରିଛି । ତେବେ ମିଳିତ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ ଗତକାଲି ୟୁକ୍ରେନରେ ୯୦୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଏଥିସହ ପ୍ରାୟ ୧୧୨ ଜଣ ଶିଶୁ ମଧ୍ୟ ଗତକାଲି ଋଷ ଆକ୍ରମଣରେ ପ୍ରାଣ ହରାଇଛନ୍ତି ବୋଲି ୟୁକ୍ରେନ ସରକାରୀ ଓକିଲ ଜେନେରାଲଙ୍କ ଅଫିସ ପକ୍ଷରୁ କୁହାଯାଇଛି ।

  • Among the responsibilities of those who wage war, everywhere in the world, is the suffering inflicted on civilians who are forced to flee their homes.

    The war in Ukraine is so devastating that 10 million have fled — either displaced inside the country, or as refugees abroad.

    — Filippo Grandi (@FilippoGrandi) March 20, 2022 " class="align-text-top noRightClick twitterSection" data=" ">

ସେହିଭଳି ଗତକାଲି ପ୍ରାଣ ହରାଇଥିବା ସାଧାରଣ ନାଗରିକଙ୍କ ସଂଖ୍ୟା ଆହୁରି ବଢି ପାରେ ବୋଲି ୟୁଏନଏଚଆରସି ଆଜି କହିଛି । ଏପଟେ ୟୁକ୍ରେନର ବିଭିନ୍ନ ସହରକୁ ନିଜ ଦଖଲରେ ନେଇଥିବା ଋଷ ବିରୋଧରେ ସାଧାରଣ ଲୋକେ କରୁଥିବା ଦେଖିବାକୁ ମିଳିଛି । ୟୁକ୍ରେନର ଖେର୍ଶନ, କାଖୋଭକା ଏବଂ ବ୍ରେଦ୍ୟାନସ୍କ ସମେତ ଅନେକ ସହରରେ ଲୋକେ ଏହି ବିକ୍ଷୋଭ କରିଛନ୍ତି ।

ଅପରପକ୍ଷରେ ଋଷିଆର ଆକ୍ରମଣକୁ ବିରୋଧ କରି ସାଧାରଣ ଲୋକେ ବିକ୍ଷୋଭ କରିବା ସହ ସାମାଜିକ ଗଣମାଧ୍ୟମରେ ଭିଡିଓ ଛାଡିଛନ୍ତି । ଏଥିସହ ଆମେ ଦେଶର ଶାନ୍ତି ଚାହୁଁଛୁ ବୋଲି କହିଛନ୍ତି । ଏହା ସହିତ ମଧ୍ୟ ବିଭିନ୍ନ ସହରରେ ଲୋକେ ଋଷର ଆକ୍ରମଣକୁ ବିରୋଧ କରି ଶୋଭାଯାତ୍ରା କରିଛନ୍ତି ।

ଅନ୍ୟପଟେ ମିଳିତ ଜାତିସଂଘର ଶରଣାର୍ଥୀ ହାଇ କମିଶନର ଫିଲିପ୍ପୋ ଗ୍ରାଣ୍ଡି ଟ୍ୱିଟ୍‌ କରି କହିଛନ୍ତି ଯେ, ଋଷିଆ ଆକ୍ରମଣ ହେତୁ ୧୦ ମିଲିୟନ ଲୋକ ବର୍ତ୍ତମାନ ୟୁକ୍ରେନରେ ନିଜ ଘର ଛାଡି ପଳାଇଛନ୍ତି । ତେବେ ଏହା ୟୁକ୍ରେନ ଜନସଂଖ୍ୟାର ଏକ ଚତୁର୍ଥାଂଶରୁ ଅଧିକ ହେବ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.