ETV Bharat / international

କାନାଡା ଗୁଳିକାଣ୍ଡରେ ମୃତ୍ୟୁସଂଖ୍ୟା 23କୁ ବୃ୍ଦ୍ଧି, ଶ୍ରଦ୍ଧାଞ୍ଜଳି ଦେଲେ ରାଣୀ ଏଲିଜାବେଥ୍

author img

By

Published : Apr 22, 2020, 2:32 PM IST

କାନାଡା ନୋଭା ସୁଟିଂରେ ହୋଇଥିବା ଗୁଳିକାଣ୍ଡରେ ମୃତ୍ୟୁସଂଖ୍ୟା 23କୁ ବୃଦ୍ଧି। ଏହି ଘଟଣାରେ ରାଣୀ ଏଲିଜାବେଥ୍ ସମବେଦନା ଜଣାଇଛନ୍ତି।

shooting rampage
କାନାଡା ଗୁଳିକାଣ୍ଡରେ ମୃତ୍ୟୁସଂଖ୍ୟା 23କୁ ବୃ୍ଦ୍ଧି, ଶ୍ରଦ୍ଧାଞ୍ଜଳି ଦେଲେ ରାଣୀ ଏଲିଜାବେଥ୍

ନୂଆଦିଲ୍ଲୀ: କାନାଡା ନୋଭା ସୁଟିଂରେ ହୋଇଥିବା ଗୁଳିକାଣ୍ଡରେ ମୃତ୍ୟୁସଂଖ୍ୟା 23କୁ ବୃଦ୍ଧି। ଏହି ଘଟଣାରେ ରାଣୀ ଏଲିଜାବେଥ୍ ସମବେଦନା ଜଣାଇବା ସହ ଗୁଳି ବିନିମୟରେ ପ୍ରାଣହରାଇଥିବା ଲୋକଙ୍କ ପାଇଁ ମ୍ୟୁଜିକାଲ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ରୟାଲ କାନାଡିୟ ମାଉଣ୍ଟେଡ ପୋଲିସ (ଆରସିଏମ୍ପି) କହିଛି ଯେ, ନୋଭା ସ୍କୋଟିଆରେ ସପ୍ତାହକ ମଧ୍ୟରେ ହତ୍ୟାକାଣ୍ଡରେ ସନ୍ଦିଗ୍ଧଙ୍କ ଦ୍ୱାରା ନିଆଁ ଲାଗିଯାଇଥିବା ଘରେ ଏବଂ ଗାଡିରେ ଅନେକ ମୃତଦେହ ଜବତ କରାଯାଇଛି।

ଏକ ବିବୃତ୍ତିରେ କହିଛନ୍ତି ଯେ, 23 ଜଣ ମୃତକଙ୍କ ମଧ୍ୟରେ ସମସ୍ତେ ଅଳ୍ପ ବୟସ୍କ, ଯୁବକ ଓ ଯୁବତୀ ରହିଛନ୍ତି। ଏହାସହ ଅଗ୍ନିକାଣ୍ଡର କେତେକ ସ୍ଥାନରୁ ମୃତଦେହ ଉଦ୍ଧାର କରଯାଇଛି ବୋଲି ପୋଲିସ କହିଛି। ତେବେ ମୃତକଙ୍କ ମଧ୍ୟରେ ଗୁଳି କରିଥିବା ବ୍ୟକ୍ତି ରହିଛି କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ତେବେ କାନାଡାରେ ସୋମବାର ହୋଇଥିବା ଏହି ଗୁଳିକାଣ୍ତରେ 16 ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଜଣ ପୋଲିସ ଅଫିସର ମଧ୍ୟ ଥିଲେ। ବର୍ତ୍ତମାନ ଏହି ସଂଖ୍ୟା ବୃଦ୍ଧି ପାଇ 23ରେ ପହଞ୍ଚିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.