ETV Bharat / international

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥାହେଲେ କମଲା ହାରିସ

author img

By

Published : Feb 16, 2021, 7:54 AM IST

ଆମେରିକା ଉପରାଷ୍ଟ୍ରପତି କମଲା ହାରିସ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

କମଲା ହାରିସ
କମଲା ହାରିସ

ୱାଶିଂଟନ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହିତ କଥା ହୋଇଛନ୍ତି ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ । ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଓ ବିଭିନ୍ନ ବିଶ୍ବ ପ୍ରସଙ୍ଗ ଉପରେ ଦୁଇ ନେତା ଆଲୋଚନା କରିଥିବା ଜଣାପଡିଛି ।

କୋଭିଡ୍‌ 19ଠାରୁ ଆରମ୍ଭ କରି ମଧ୍ୟପ୍ରାଚ୍ୟ ପ୍ରସଙ୍ଗ ସହିତ ନିଜ ଦେଶରେ ଗଣତନ୍ତ୍ରକୁ ବଜାୟ ରଖିବା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦୁଇ ନେତା ଆଲୋଚନା କରିଛନ୍ତି । ସେହିପରି ଜଳବାୟୁ ପରିବର୍ତ୍ତନକୁ ନେଇ ମଧ୍ୟ କମଲା ହାରିସ, ଇମାନୁଏଲ ମାକ୍ରୋନଙ୍କ ସହିତ କଥା ହୋଇଥିବା ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି ।

ଫୋନ ଯୋଗେ ଦୁଇ ନେତା ଆଲୋଚନା କରିଥିବାବେଳେ ଦ୍ବିପାକ୍ଷିକ ସମ୍ପର୍କ ଉପରେ ହାରିସ ଅଧିକ ଗୁରୁତ୍ବ ଦେଇଥିବା ଜଣାପଡିଛି । ଏହି ଆଲୋଚନା ସମୟରେ ହାରିସ, ଲିଙ୍ଗଗତ ସମାନତା କ୍ଷେତ୍ରରେ ମାକ୍ରୋନଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ସେହିପରି ନାସାକୁ ଫ୍ରାନ୍ସର ସହଯୋଗକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।

ସୂଚନାଥାଉକି, କମଲା ହାରିସ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ବିଶ୍ବସ୍ତରୀୟ ନେତାଙ୍କ ସହିତ ଏହା ତାଙ୍କର ଦ୍ବିତୀୟ ଆଲୋଚନା । ଫେବୃଆରୀ 1 ତାରିଖରେ ପ୍ରଥମେ ସେ କାନାଡାର ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.