ETV Bharat / international

ବୁଷ୍ଟର ସଟ୍ ନେଲେ କମଲା ହାରିସ

author img

By

Published : Oct 31, 2021, 8:22 AM IST

ହ୍ବାଇଟ ହାଉସରେ କୋଭିଡ ଟିକାର ବୁଷ୍ଟର ଡୋଜ ନେଲେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ । ଅନ୍ୟମାନଙ୍କୁ ଯଥା ସମୟରେ ଟିକା ନେବାକୁ କଲେ ଆହ୍ବାନ । ଅଧିକ ପଢନ୍ତୁ...

ବୁଷ୍ଟର ସଟ୍ ନେଲେ କମଲା ହାରିସ
ବୁଷ୍ଟର ସଟ୍ ନେଲେ କମଲା ହାରିସ

ୱାସିଂଟନ: ବୁଷ୍ଟର ଡୋଜ ନେଲେ ଆମେରିକା ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତି କମଲା ହାରିସ ଗତକାଲି(ଶନିବାର) ହ୍ବାଇଟ ହାଉସରେ ମଡର୍ଣ୍ଣା ଟିକାର ବୁଷ୍ଟର ସଟ୍ ନେଇଛନ୍ତି । ନିଜେ କୋଭିଡ-୧୯ ଟିକାର ତୃତୀୟ ଡୋଜ ନେବା ପରେ ଅନ୍ୟମାନଙ୍କ ମଧ୍ୟ ଯଥା ସମୟରେ ନିଜ ନିଜର ବୁଷ୍ଟର ସଟ୍ ନେବାକୁ ଆହ୍ବାନ କରିଛନ୍ତି ହାରିସ ।

'ଯେମିତିକି ଆରମ୍ଭରୁ ଆମେ କହିଛୁ କି ଏହି ଟିକା ନିଃଶୁକ୍ଲ ଏବଂ ସୁରକ୍ଷିତ । ମୁଁ ବୁଷ୍ଟର ସଟ୍ ନେଇଛି ଏବଂ ସମସ୍ତେ ନିଜର ସମୟ ଆସିଲେ ବୁଷ୍ଟର ସଟ୍ ନିଅନ୍ତୁ । କୋଭିଡ ଟିକା ନେଇନଥିବା ପ୍ରାୟ ୯୦ ପ୍ରତିଶତରୁ ଅଧିକ ଆମେରିକୀୟ ଇଣ୍ଟେନସିଭ କେୟାର ୟୁନିଟ ଚିକିତ୍ସାଧୀନ ଅଛନ୍ତି ଅଥବା ପ୍ରାଣ ହରାଇଛନ୍ତି ବୋଲି କହିଛନ୍ତି ଉପରାଷ୍ଟ୍ରପତି ହାରିସ ।

ଆମେରିକା Food and Drug Administration ମଡର୍ଣ୍ଣା ଦ୍ବିତୀୟ ଡୋଜର ୬ ମାସ ପରେ ୬୫ ବର୍ଷରୁ ତଦୁର୍ଦ୍ଧ ବୟସ୍କ ଏବଂ ୧୮-୬୪ ବର୍ଷ ବୟସ୍କ ନାଗରିକଙ୍କୁ ଏହାର ବୁଷ୍ଟର ସଟ୍ ଦେବା ପାଇଁ ମଞ୍ଜୁରୀ ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.