ETV Bharat / international

ଆଜି ଶପଥ ନେବେ ଜୋ ବାଇଡେନ, ସୁରକ୍ଷା ଦୃଷ୍ଟିରୁ 25 ହଜାର ସେନା ମୁତୟନ

author img

By

Published : Jan 20, 2021, 10:35 AM IST

ବିଶ୍ବର ଶକ୍ତିଶାଳୀର ରାଷ୍ଟ୍ରର ଗାଦି ସମ୍ଭାଳିବେ ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ-କମଲା ହାରିସଙ୍କ ଯୋଡି । ଆଜି ଉଭୟଙ୍କ ଶପଥ ଗ୍ରହଣ ଉତ୍ସବ । ଶପଥ ଗ୍ରହଣ ସମାରୋହ ପାଇଁ ୱାଶିଂଟନ ଡିସିରେ ଅଦ୍ଭୁଦପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ହିଂସା ଏଡାଇବାକୁ ପ୍ରଥମ ଥର ୱାଶିଂଟନରେ 25 ହଜାର ସେନା ନିୟୋଜିତ କରାଯାଇଛି । ଅଧିକ ପଢନ୍ତୁ...

ଆଜି ଶପଥ ନେବେ ଜୋ ବାଇଡେନ
ଆଜି ଶପଥଆଜି ଶପଥ ନେବେ ଜୋ ବାଇଡେନ ନେବେ ଜୋ ବାଇଡେନ

ୱାଶିଂଟନ: ଆଜି ଆମେରିକାରେ ଗଠନ ହେବ ନୂଆ ସରକାର । ଶକ୍ତିଶାଳୀ ରାଷ୍ଟ୍ରର ଶାସନ ଗାଦି ସମ୍ଭାଳିବେ ବସିବ ଜୋ ବାଇଡେନ-କମଲା ହାରିସଙ୍କ ଯୋଡି । ଭାରତୀୟ ସମୟ 12 ଟାରେ ଆମେରିକାର 46 ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଏବଂ ଭାରତୀୟ ବଂଶଦ୍ଭବ ପ୍ରଥମ ମହିଳା ଉପରାଷ୍ଟ୍ର କମଲା ହାରିସ ନେବେ ଶପଥ । ଶପଥ ଗ୍ରହଣ ସମାରୋହ ପାଇଁ ୱାଶିଂଟନ ଡିସିରେ ଅଦ୍ଭୁଦପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶପଥ ପୂର୍ବରୁ ସମସ୍ତ ହିଂସା ଏଡାଇବାକୁ ପ୍ରଥମ ଥର ୱାଶିଂଟନରେ 25 ହଜାର ସେନା ନିୟୋଜିତ କରାଯାଇଛି ।

ଏହି ଶପଥ ସମାରୋହରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ରହିବେ ନାହିଁ । ଜୋ ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର କରିବେ ଉପରାଷ୍ଟ୍ରପତି ମାଇକ ପେନ୍ସ । କୋରୋନା ମହାମାରୀ ବିଭୀଷିକା ମଧ୍ୟରେ ଓ ଜାନୁଆରୀ 6 କ୍ୟାପିଟୋଲରେ ଟ୍ରମ୍ପ ସମର୍ଥକଙ୍କ ଦ୍ବାରା ହୋଇଥିବା ହଂସା ମଧ୍ୟର ବାଇଡେନଙ୍କ ଶପଥ ଗ୍ରହଣ ଐତିହାସିକ ରହିବ । ଟ୍ରମ୍ପଙ୍କ ସମର୍ଥକଙ୍କ ହିଂସାତ୍ମକ ପ୍ରଦର୍ଶନକୁ ନଜରରେ ରଖି କ୍ୟାପିଟୋଲ ହିଲ ପରିସରକୁ ଦୁର୍ଗରେ ପରିଣତ କରାଯାଇଛି ।

ଏଥର ଉଦଘାଟନୀ ପରେଡ ପରମ୍ପରା ରହିବ ନାହିଁ । ଆଭାସୀ ପରେଡର ବ୍ୟବସ୍ଥା କରାଯାଇଛି । ସଂକ୍ରମଣ ପାଇଁ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଟେଲିଭିଜନରେ ପ୍ରସାରଣ କରାଯିବ । ଘରେ ବସି ସବୁ ଆମେରିକାର ବାସିନ୍ଦା ଏହାକୁ ଦେଖିପାରିବେ । ଏହି ଉଦଘାଟନୀ ଉତ୍ସବରେ ହଲିଉଡର ଷ୍ଟାର୍ସ ଟମ ହାଙ୍କସ, ଡେମି ଲୋଭାଟୋ, ଜଷ୍ଟିନ ଟିମ୍ବରଲେକ, ଜନ ବନ ଜୋବି ଏବଂ ଅନ୍ୟମାନେସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଏହି ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ବିଲ୍ କ୍ଲିଣ୍ଟନ ଓ ଜର୍ଜ ବୁଶ ପ୍ରମୁଖ ଉପସ୍ଥିତ ରହିବେ । 3 ଲକ୍ଷ ନାଗରିକ ସମାଗମ ହେବେ ।

ଏଥରର ଶପଥ ଗ୍ରହଣ ଉତ୍ସବର ଥିମ୍ ‘ଆମେରିକା ୟୁନାଇଟେଡ୍‌’ ବା ‘ଏକଜୁଟ’ ରଖାଯାଇଛି । ଶପଥ ଗ୍ରହଣ ନ୍ୟାସନାଲ ମଲ ଲିଙ୍କନ ମେମୋରିଆଲରେ ଜୋ ବାଇଡେନ ଏବଂ କମଲା ହାରିସ କୋଭିଡରେ ପ୍ରାଣ ହାରିଥିବା ଆମେରିକୀୟଙ୍କ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କୋଭିଡରେ ପାଖାପାଖି 1000ରୁ ଊର୍ଦ୍ଧ୍ବ ଆମେରିକୀୟଙ୍କ ଜୀବନ ଯାଇଛି ।

78 ବର୍ଷୀୟ ବାଇଡେନଙ୍କ ଶପଥ ନେବା ସମୟରେ ତାଙ୍କ ପତ୍ନୀ ଜିଲ ବାଇଡେନ ଉପସ୍ଥିତ ରହିବେ । ଜୋ ବାଇଡେନଙ୍କ ଶପଥ ପରେ ପ୍ରଥମ ମହିଳା ହେବେ ଜିଲ ବାଇଡେନ । 56 ବର୍ଷୀୟ କମଲା ହାରିସ ପ୍ରଥମ ମହିଳା, ପ୍ରଥମ କୃଷ୍ଣକାୟ ଓ ପ୍ରଥମ ଦକ୍ଷିଣ ଏସିଆନ ଆମେରିକା ଉପରାଷ୍ଟ୍ରପତି ଭାବେ ଇତିହାସ ରଚିବେ । ତାଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଥମ ଲାଟିନ ସଦସ୍ୟ ବିଚାରପତି ସୋନିଆ ସୋଟୋମେୟର ଶପଥ ଗ୍ରହଣ କରାଇବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.