ETV Bharat / international

ୟୁକ୍ରେନ NATOର ଅଂଶ: କମଲା ହାରିସ

author img

By

Published : Mar 18, 2022, 9:20 AM IST

ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କ ଏକ ବିବାଦୀୟ ଟ୍ବିଟ ଚର୍ଚ୍ଚାକୁ ଆସିଛି । ଯେଉଁଥିରେ ୟୁକ୍ରେନ NATOର ଅଂଶ ବୋଲି କହିଛନ୍ତି କମଲା । ଯାହା ପରେ ସୋସିଆଲ ମିଡିଆରେ ବିଭିନ୍ନ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ୟୁକ୍ରେନ NATOର ଅଂଶ: କମଲା ହାରିସ
ୟୁକ୍ରେନ NATOର ଅଂଶ: କମଲା ହାରିସ

ୱାଶିଂଟନ: ୟୁକ୍ରେନରେ ୨୧ ଦିନ ହେବ ଋଷିଆରେ ଧ୍ବସଂଲୀଳା ଜାରି ରହିଛି । ସମାଧାନର ବାଟ ବାହାରିବା ନାଁ ନେଉନାହିଁ । ଏହାରି ଭିତରେ ଭିନ୍ନ ଭିନ୍ନ ଘଟଣା ସାମ୍ନାକୁ ଆସୁଛି । ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କ ଏକ ବିବାଦୀୟ ଟ୍ବିଟ ଚର୍ଚ୍ଚାକୁ ଆସିଛି । ଯେଉଁଥିରେ ୟୁକ୍ରେନ NATOର ଅଂଶ ବୋଲି କହିଛନ୍ତି କମଲା । ଯାହା ପରେ ସୋସିଆଲ ମିଡିଆରେ ବିଭିନ୍ନ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

  • When I was in Poland, I met with U.S. and Polish service members, thanking them for standing with our NATO allies for freedom, peace, and security.

    The United States stands firmly with the Ukrainian people and in defense of the NATO alliance. pic.twitter.com/Mt4vzAWglg

    — Kamala Harris (@KamalaHarris) March 16, 2022 " class="align-text-top noRightClick twitterSection" data=" ">

ହାରିସ ଏକ ଟ୍ବିଟରେ ଲେଖିଛନ୍ତି, 'ମୁଁ ପୋଲାଣ୍ଡରେ ଥିବାବେଳେ ଆମେରିକା ଏବଂ ପୋଲାଣ୍ଡ ସୈନ୍ୟଙ୍କୁ ଭେଟି ନାଟୋ ସଦସ୍ୟ ଦେଶଗୁଡିକରେ ଶାନ୍ତି, ସ୍ବାଧୀନତା ଏବଂ ନିରାପତ୍ତା ବଜାୟ ରଖିବା ପାଇଁ ଧନ୍ୟବାଦ ଦେଇଛି ।

ସେ ଆହୁରି ଲେଖିଛନ୍ତି ନାଟୋ ମେଣ୍ଟର ସୁରକ୍ଷାରେ ୟୁକ୍ରେନ ନାଗରିକଙ୍କ ସହ ଆମେରିକା ଦୃଢତାର ସହ ଛିଡା ହୋଇଛି । ଯାହା ବିବାଦୀୟ ହୋଇଛି । ଏହା ପରେ ତାହାକୁ ହଟାଇ ଦିଆଯାଇଥିଲା । ଶେଷ ଧାଡିଟିକୁ ବଦଳାଯାଇ ୟୁକ୍ରେନ ନାଗରିକ ଏବଂ ନାଟୋ ସହଯୋଗୀଙ୍କ ସୁରକ୍ଷା ପାଇଁ ଆମେରିକା ଦୃଢତାର ସହ ଛିଡା ହୋଇଛି ବୋଲି ପୁଣି ଟ୍ବିଟ ହୋଇଥିଲା ।

ପ୍ରକାଶ ଥାଉ କି, କିଛି ଦିନ ତଳେ ଯୁଦ୍ଧ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି NATOକୁ କଡ଼ା ଚେତାବନୀ ଦେଇଥିଲେ । ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ ଜେଲେନସ୍କି । ତୁରନ୍ତ ୟୁକ୍ରେନକୁ ନୋ ଫ୍ଲାଇଂ ଜୋନ୍(no-fly zone) ଘୋଷଣା କରିବାକୁ ଦାବି କରିଥିଲେ ଜେଲେନସ୍କି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.