ETV Bharat / international

ଆମେରିକା ଇତିହାସରେ ପ୍ରଥମ, 85 ମିନିଟ ପାଇଁ ରାଷ୍ଟ୍ରପତି ହେବେ କମଲା ହାରିସ

author img

By

Published : Nov 20, 2021, 11:39 AM IST

ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କ ହାତରେ ରହିବ ରାଷ୍ଟ୍ରପତିଙ୍କ କ୍ଷମତା । ଜୋ ବାଇଡେନ ରାଷ୍ଟ୍ରପତି ଭାବେ ତାଙ୍କର ସମସ୍ତ କ୍ଷମତା ଶନିବାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ପ୍ରଦାନ କରିବେ। ତେବେ ମାତ୍ର 85 ମିନିଟ ପାଇଁ ଏହି ଶକ୍ତି ଏବଂ ଅଧିକାର ପାଇବେ ହାରିସ । ଅଧିକ ପଢନ୍ତୁ

ଆମେରିକା ଇତିହାସରେ ପ୍ରଥମ, 85 ମିନିଟ ପାଇଁ ଆମେରିକା ରାଷ୍ଟ୍ରପତି ହେବେ କମଲା ହାରିସ
ଆମେରିକା ଇତିହାସରେ ପ୍ରଥମ, 85 ମିନିଟ ପାଇଁ ଆମେରିକା ରାଷ୍ଟ୍ରପତି ହେବେ କମଲା ହାରିସ

ୱାଶିଂଟନ: କିଛିଦିନ ପାଇଁ ଆମେରିକାର ରାଷ୍ଟ୍ରପତି ହେବେ ଉପରାଷ୍ଟ୍ରପତି କମଳା ହାରିସ । ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କ ହାତରେ ରହିବ ରାଷ୍ଟ୍ରପତିଙ୍କ କ୍ଷମତା । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ଭାବରେ ତାଙ୍କର ସମସ୍ତ କ୍ଷମତା ଶନିବାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ପ୍ରଦାନ କରିବେ। ତେବେ ମାତ୍ର 85 ମିନିଟ ପାଇଁ ଏହି ଶକ୍ତି ଏବଂ ଅଧିକାର ପାଇବେ ହାରିସ । ହାରିସ ହେଉଛନ୍ତି ପ୍ରଥମ ଭାରତୀୟ ବଂଶୋଦ୍ଭବ ମହିଳା, ଯେକି ସ୍ବଳ୍ପ ସମୟ ପାଇଁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ଦାୟିତ୍ବ ନେଇ ଇତିହାସ ସୃଷ୍ଟି କରିବେ ।

ହ୍ବାଇଟ ହାଉସ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ରାଷ୍ଟ୍ରପତି ଜୋ ବାଇଡେନ ଡାକ୍ତରୀ ପରୀକ୍ଷା ପାଇଁ ଆନାସ୍ଥେସିଆ ନେବେ। ଏହା ତାଙ୍କର ରୁଟିନ ଚେକ୍ଅପ । କିନ୍ତୁ ଏହି କାରଣରୁ ସେ ଏକ ଘଣ୍ଟା 25 ମିନିଟ୍ ଅର୍ଥାତ୍ 85 ମିନିଟ୍ ପାଇଁ ଆନାସ୍ଥେସିଆର ପ୍ରଭାବରେ ରହିବେ । ଏହି ଚେକ୍‌ଅପକୁ କଲୋନୋସ୍କୋପି କୁହାଯାଏ । ବାଇଡେନ ପ୍ରତିବର୍ଷ କଲୋନୋସ୍କୋପି କରନ୍ତି ।

ତେବେ ଏହା ଦ୍ବାରା ସେ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ କୌଣସି ନିଷ୍ପତ୍ତି ନେବାକୁ ସକ୍ଷମ ହେବେ ନାହିଁ । ସେଥିପାଇଁ କ୍ଷମତା ହସ୍ତାନ୍ତରର ଏହି ବିରଳ ପ୍ରକ୍ରିୟା ଗ୍ରହଣ କରାଯାଉଛି । ଆମେରିକାର ସମ୍ବିଧାନ ଅନୁଯାୟୀ ରାଷ୍ଟ୍ରପତି କିଛି ସମୟ ପାଇଁ କାହାକୁ ବି ତାଙ୍କ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ନିଯୁକ୍ତ କରିପାରିବେ।

ଏଥିସହିତ ରାଷ୍ଟ୍ରପତିଙ୍କ ସମସ୍ତ କ୍ଷମତା ପାଇବାର କମଲା ହାରିସ ହେଉଛନ୍ତି ପ୍ରଥମ ମହିଳା ତଥା କୃଷ୍ଣକାୟ ଏବଂ ଦକ୍ଷିଣ ଏସୀୟ ଉପରାଷ୍ଟ୍ରପତି ହେବେ ଯିଏ ରାଷ୍ଟ୍ରପତିଙ୍କ କାର୍ଯ୍ୟକାରୀ ଭୂମିକାରେ ରହିବେ। 85 ମିନିଟର ଏହି ସମୟ ମଧ୍ୟରେ କମଲା ହାରିସ ଆମେରିକାର ସମସ୍ତ ସାମରିକ ଶକ୍ତି ଏବଂ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ଉତ୍ତରଦାୟୀ ରହିବେ । ପୂର୍ବରୁ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶଙ୍କ ସମୟରେ ଦୁଇ ଥର ଏପରି କରାଯାଇଛି । କିନ୍ତୁ କୌଣସି ମହିଳା ଉପରାଷ୍ଟ୍ରପତି ନଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.