ETV Bharat / international

ଦ୍ବିତୀୟ ଡୋଜ୍ ଟିକା ନେଲେ କମଲା ହାରିସ୍

author img

By

Published : Jan 27, 2021, 12:57 PM IST

ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ମଙ୍ଗଳବାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH) ରେ କୋରୋନା ଭାଇରସ ଟିକାର ଦ୍ବିତୀୟ ଡୋଜ ନେଇଛନ୍ତି । ଅଧିକ ପଢନ୍ତୁ..

କମଲା ହାରିସ୍
କମଲା ହାରିସ୍

ୱାଶିଂଟନ: ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ମଙ୍ଗଳବାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH) ରେ କୋରୋନା ଭାଇରସ ଟିକାର ଦ୍ବିତୀୟ ଡୋଜ ନେଇଛନ୍ତି । ଏହାସହ ଆମେରିକୀୟମାନଙ୍କୁ ଟୀକାକରଣ କରିବାକୁ ଅନୁରୋଧ କରିଛନ୍ତି। ମଙ୍ଗଳବାର ହାରିସ ଦର୍ଶକଙ୍କୁ କହିଛନ୍ତି ଯେ, ଏହା ଆପଣଙ୍କ ଜୀବନ ରକ୍ଷା କରିବ ତେଣୁ ଟିକା ନିଅନ୍ତୁ । ଡିସେମ୍ବର 29 ରେ ହାରିସ ପ୍ରଥମ ଡୋଜ୍ ଟିକା ଗ୍ରହଣ କରିଥିଲେ ।

ପ୍ରକାଶଥାଉକି, ଡିସେମ୍ବରରେ ଦୁଇଟି କୋରୋନା ଭାଇରସ୍ ଟିକାକୁ ଜରୁରୀକାଳୀନ ଅନୁମୋଦନ ଦିଆଯାଇଥିଲା । ଏହାପରେ ଆମେରିକା ଗତ ସପ୍ତାହରୁ ଦୈନିକ 1 ମିଲିୟନରୁ ଅଧିକ ଡୋଜ୍ ଦେଇଆସୁଥିଲେ । ରାଷ୍ଟ୍ରପତି ଜୋ ବିଡେନ କହିଛନ୍ତି ଯେ ତାଙ୍କ ଶାସନର ପ୍ରଥମ 100 ଦିନରେ 100 ମିଲିୟନ ଆମେରିକୀୟଙ୍କୁ ଟିକା ଦେବା ତାଙ୍କ ପ୍ରଶାସନର ଲକ୍ଷ୍ୟ।

ଏନେଇ ହ୍ବାଇଟ ହାଉସ ଆଜି ଏକ ପ୍ରେସ ବିଜ୍ଞପ୍ତିରେ କହିଛି ଯେ ଚଳିତ ବର୍ଷ 600 ମିଲିୟନ ଡୋଜ ପହଞ୍ଚିବ । ତେଣୁ 300 ନିୟୁତ ଲୋକଙ୍କୁ ଟିକା ଦେବା ପାଇଁ ବାଇଡେନ ପ୍ରଶାସନ ଅତିରିକ୍ତ 200 ମିଲିୟନ ଡୋଜ କୋଭିଡ-19 ଟିକା କିଣିବା ପାଇଁ କାର୍ଯ୍ୟ କରୁଛନ୍ତି ।

ମଙ୍ଗଳବାର ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ବାଇଡେନ-ହାରିସ୍ ପ୍ରଶାସନ ଦୁଇଟି ଖାଦ୍ୟ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଅନୁମୋଦିତ ଟିକା- ଫାଇଜର ଏବଂ ମୋଡର୍ନା ମଧ୍ୟରୁ ପ୍ରତ୍ୟେକର ଅତିରିକ୍ତ 100 ମିଲିୟନ୍ ଡୋଜ କ୍ରୟ କରିବାକୁ କାର୍ଯ୍ୟ କରୁଛନ୍ତି। ଏହା ଦ୍ବାରା ଆମେରିକା ପାଇଁ ମୋଟ ଟିକା କ୍ରମାଙ୍କ 50 ପ୍ରତିଶତ ବୃଦ୍ଧି ପାଇ 400 ନିୟୁତରୁ 600 ନିୟୁତକୁ ବୃଦ୍ଧି ପାଇବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.