ETV Bharat / international

ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ନାମାଙ୍କନ ଗ୍ରହଣ କଲେ କମଲା ହାରିସ୍‌

author img

By

Published : Aug 20, 2020, 3:51 PM IST

ବୁଧବାକ କମଲା ହାରିସ୍ ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ନାମାଙ୍କନ ଗ୍ରହଣ କରିଛନ୍ତି। ଦଳର ସମ୍ମିଳନୀର ତୃତୀୟ ରାତିରେ କମଲା ହାରିସ୍ ଏହି ନାମାଙ୍କନ ଗ୍ରହଣ କରିଥିଲେ।

କମଲା ହାରିସ୍‌
କମଲା ହାରିସ୍‌

ୱାଶିଂଟନ: ନଭେମ୍ବର ମାସରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାରତୀୟ ବଂଶଭୋବ କମଲା ହାରିସ୍‌କୁ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଥିଲା। ତେବେ ବୁଧବାକ କମଲା ହାରିସ୍ ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ନାମାଙ୍କନ ଗ୍ରହଣ କରିଛନ୍ତି। ଦଳର ସମ୍ମିଳନୀର ତୃତୀୟ ରାତିରେ କମଲା ହାରିସ୍ ଏହି ନାମାଙ୍କନ ଗ୍ରହଣ କରିଥିଲେ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନେତୃତ୍ବରେ ଗଣତନ୍ତ୍ର ବିପଦରେ ଅଛି ବୋଲି ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମନ୍ତବ୍ୟ ଦେଇଥିଲେ । ଏହି ମନ୍ତବ୍ୟ ପରେ କମଲା ହାରିସ୍ ଡେମୋକ୍ରାଟିକ୍ ନ୍ୟାସନାଲ କନକ୍ଲେଭର ତୃତୀୟ ରାତିରେ ସମ୍ବୋଧନ କରି ନିଜର ନାମାଙ୍କନକୁ ଗ୍ରହଣ କରିଛନ୍ତି। କାଲିଫର୍ନିଆ ସିନେଟର ୫୫ ବର୍ଷିୟା ହାରିସ୍ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କୁ ସମର୍ଥନ କରି ବହୁସଂଖ୍ୟାରେ ମତଦାନ କରିବାକୁ ମତଦାତାଙ୍କୁ ଆହ୍ବାନ କରିଛନ୍ତି।

ହରିସ୍ ଦଳର ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଯଦି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ବର୍ଷ ନିର୍ବାଚନରେ ​​ପୁନଃନିର୍ବାଚିତ ହୁଅନ୍ତି ତେବେ ଆମେରିକାର ଗଣତନ୍ତ୍ର ବିପଦରେ ପଡିବ। ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଫଳ ନେତୃତ୍ବ ଆମେରିକାର ଜୀବନ ଏବଂ ଜୀବିକାକୁ ଛାର୍‌ଖାର୍‌ କରିଛି ବୋଲି ସେ କହିଛନ୍ତି ।

ତେବେ ଏହା ସହିତ ହାରିସ୍‌ ଦକ୍ଷିଣ ଏସୀୟ ମୂଳର ଏବଂ ପ୍ରଥମ ଅଶ୍ବେତ ମହିଳା ଭାବରେ ଆମେରିକାର କୌଣସି ମୁଖ୍ୟ ଦଳର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରିଛନ୍ତି। ନଭେମ୍ବର 3 ନିର୍ବାଚନରେ ​​ବିଡେନ ଏବଂ ହାରିସ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କୁ ଟକ୍କର ଦେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.