ETV Bharat / international

କାନାଡାରେ ଅତିରିକ୍ତ ଖାଦ୍ୟ ସୁରକ୍ଷା ଯୋଜନା, ଆରମ୍ଭ ହେଲା ପ୍ରକ୍ରିୟା

author img

By

Published : Jun 17, 2020, 7:29 AM IST

କାନାଡାରେ ଆରମ୍ଭ ହେବାକୁ ଯାଉଛି ଅତିରିକ୍ତ ଖାଦ୍ୟ ସୁରକ୍ଷା ଯୋଜନା । 50 ମିଲିୟନ କାନାଡିଆନ ଡଲାର ବିନିଯୋଗରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାର ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି । କୋରୋନା ମହାମାରୀ ମଧ୍ୟରେ ଏହି ଯୋଜନା ନେଇ ଆଲୋଚନା କରାଯାଇଥିଲା ।

food safety and rescue programme, food rescue programme in canada, food rescue in canada, food distribution to needy in canada, ଅତିରିକ୍ତ ଖାଦ୍ୟ ସୁରକ୍ଷା ଯୋଜନା, କାନାଡାରେ ଖାଦ୍ୟ ଉଦ୍ଧାର ଯୋଜନା, କାନାଡାରେ ଖାଦ୍ୟ ଉଦ୍ଧାର, କାନାଡାରେ ଆବଶ୍ୟକୀୟଙ୍କୁ ଖାଦ୍ୟ ବଣ୍ଟନ ଯୋଜନା
କାନାଡାରେ ଅତିରିକ୍ତ ଖାଦ୍ୟ ସୁରକ୍ଷା ଯୋଜନା, ଆରମ୍ଭ ହେଲା ପ୍ରକ୍ରିୟା

ଓଟ୍ଟାୱା: କାନାଡାରେ ଆରମ୍ଭ ହେବାକୁ ଯାଉଛି ଅତିରିକ୍ତ ଖାଦ୍ୟ ସୁରକ୍ଷା ଯୋଜନା । 50ମିଲିୟନ କାନାଡିଆନ ଡଲାର ବିନିଯୋଗରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାର ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି । କୋରୋନା ମହାମାରୀ ମଧ୍ୟରେ ଏହି ଯୋଜନା ନେଇ ଆଲୋଚନା କରାଯାଇଥିଲା । ଏହି ଯୋଜନା ନାମ ରହିଛି ‘ଫୁଡ ସରପ୍ଲସ ପରଚେଜ ପ୍ରୋଗ୍ରାମ’। ଗତମାସ ଏନେଇ ଘୋଷଣା ହେବା ପରେ କେଉଁ ସବୁ ଖାଦ୍ୟ ପଦାର୍ଥ ଏହି ଯୋଜନାଭୁକ୍ତ ହେବ ସେନେଇ ଆଶଙ୍କା ପ୍ରକାଶ କରିଥିଲେ କୃଷି ଓ ଏଗ୍ରି-ଖାଦ୍ୟ ମନ୍ତ୍ରୀ ମାରି-କ୍ଲାଉଡେ ବିବିୟୁ ।

କୋରୋନା ମହାମାରୀ ପାଇଁ ବର୍ତ୍ତମାନ ରେସ୍ତୋରାଁଗୁଡିକ ବନ୍ଦ ରହିଥିବାରୁ ଆଳୁ, ମାଂସ ଜାତୀୟ ଖାଦ୍ୟ ଓ ଛତୁ ଜାତୀୟ ଖାଦ୍ୟ ସବୁଠାରୁ ଅଧିକ ମାତ୍ରାରେ ନଷ୍ଟ ହେବାର ଆଶଙ୍କା ରହିଛି । ଏନେଇ ଦେଶରେ ଅନେକ ଖାଦ୍ୟ ଯୋଗାଣ ବ୍ୟବସାୟ ଅନେକ କ୍ଷତି ସହିବାକୁ ଥିବା ନେଇ ମଧ୍ୟ କୁହାଯାଇଛି । ଏମିତିରେ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ନୂଆ ଯୋଜନାରେ କେଉଁ ପ୍ରକାର ଖାଦ୍ୟକୁ ସୁରକ୍ଷା ଦେଇ ଉଦ୍ଧାର କରାଯିବ ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ ।

ତେବେ ଏହି ୟୋଜନାରେ ବ୍ୟବହାର ହେବାକୁ ଥିବା ଅର୍ତ ରାଶିକୁ ପ୍ରାଥମିକ ସ୍ତରରେ ତିନି ଭାଗରେ ବିଭକ୍ତ କରାଯିବ । ଏଥିରୁ ଗୋଟିଏ ଭାଗ ହର୍ଟିକଲଚର ଖାଦ୍ୟ ଦ୍ରବ୍ୟ ଯଥା ଶସ୍ୟ, ପନିପରିବା ଓ ଫଳ ପାଇଁ ବିନିଯୋଗ ହେବାକୁ ଥିବା ବେଳେ ଦ୍ବିତୀୟ ଭାଗ ମାଂସ ଓ ଅଣ୍ଡା ଜାତୀୟ ଖାଦ୍ୟକୁ ଉଦ୍ଧାର କରିବାରେ ବିନିଯୋଗ ହେବ । ଏହି ଯୋଜନାରେ ନଷ୍ଟ ହେବାକୁ ଥିବା ଖାଦ୍ୟ ପଦାର୍ଥକୁ କିଣି ଉତ୍ତରାଞ୍ଚଳରେ ଆବଶ୍ୟକୀୟ ସମ୍ପ୍ରଦାୟଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । କାନାଡାରେ ଆରମ୍ଭ ହେବାକୁ ଥିବା ଏହି ନୂଆ ଯୋଜନାରେ ଖାଦ୍ୟ ବିକ୍ରି କରିବାକୁ ଚାହୁଁଥିବା ଲୋକେ ଜୁଲାଇ 15 ଯାଏଁ ଦରଖାସ୍ତ ଦେଇପାରିବେ ବୋଲି ଜଣା ପଡିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.