ETV Bharat / entertainment

Richard Gere Kissing Row: ଚୁମ୍ବନ ମାମଲାରେ ଶିଳ୍ପାଙ୍କୁ କ୍ଲିନଚିଟ୍‌

author img

By

Published : Apr 12, 2023, 1:11 PM IST

ରିଚାର୍ଡ ଗେରେ ଚୁମ୍ବନ ମାମଲାରେ ଶିଳ୍ପା ଶେଟ୍ଟୀଙ୍କୁ ମିଳିଲା ବଡ ଆଶ୍ବସ୍ତି । ଏହି ମାମଲାରେ ଶିଳ୍ପା ଶେଟ୍ଟୀ ଦୋଷୀ ନୁହେଁ କହିବା ସହ ତାଙ୍କ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗ ଖାରଜ କରିଛନ୍ତି ମୁମ୍ବାଇ କୋର୍ଟ । ଅଧିକ ପଢନ୍ତୁ

ରିଚାର୍ଡ ଗେରେ କିସିଙ୍ଗ ମାମଲାରେ ଶିଳ୍ପା ଶେଟ୍ଟୀଙ୍କୁ ମିଳିଲା ବଡ ଆଶ୍ବସ୍ତି
ରିଚାର୍ଡ ଗେରେ କିସିଙ୍ଗ ମାମଲାରେ ଶିଳ୍ପା ଶେଟ୍ଟୀଙ୍କୁ ମିଳିଲା ବଡ ଆଶ୍ବସ୍ତି

ମୁମ୍ବାଇ: ବହୁ ଚର୍ଚ୍ଚିତ ଶିଳ୍ପା ସେଟ୍ଟୀ-ହଲିଉଡ ଅଭିନେତା ରିଚାର୍ଡ ଗେରେ ଚୁମ୍ବନ ମାମଲାରେ ଶିଳ୍ପ ସେଟ୍ଟୀଙ୍କୁ ଆଶ୍ବସ୍ତି । ଦୀର୍ଘ 16ବର୍ଷ ପରେ ଏହି ମାମଲାର ଶୁଣାଣି କରିଛନ୍ତି ମୁମ୍ବାଇ କୋର୍ଟ । ଏହି ମାମଲାରେ ଶିଳ୍ପାଙ୍କ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖାରଜ କରିବା ସହ ଶିଳ୍ପାଙ୍କୁ କ୍ଲିନଚିଟ୍‌ ଦେଇଛନ୍ତି କୋର୍ଟ ।

2007 ମସିହାରେ ହୋଇଥିବା ମାମଲାରେ ସର୍ବସାଧାରଣରେ ଶିଳ୍ପା ସେଟ୍ଟୀ ଅଶ୍ଳୀଳତା ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏଥିସହ ତାଙ୍କୁ ଗାଳିଗୁଲଜ ସହ ଅପମାନିତ ମଧ୍ୟ କରାଯାଇଥିଲା । କେବଳ ଏହି ମାମଲା କେବଳ ଏତିକିରେ ସୀମିତ ନଥିଲା ବରଂ ଅଭିନେତ୍ରୀଙ୍କ ବିରୋଧରେ ଅନେକ ଏତଲା ମଧ୍ୟ ରୁଜୁ ହୋଇଥିଲା । ମଙ୍ଗଳବାର ଏହି ମାମଲାର ଶୁଣାଣି କରି ମୁମ୍ବାଇ କୋର୍ଟ ଶିଳ୍ପା ଶେଟ୍ଟୀଙ୍କୁ ବଡ଼ ଆଶ୍ବସ୍ତି ଦେଇଛନ୍ତି ।

ହଲିଉଡ ଅଭିନେତା ରିଚର୍ଡ ଗେରେ ଏବଂ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ମଧ୍ୟରେ ଚାଲିଥିବା କିସ୍ ବିବାଦ 2007 ମସିହାର ଘଟଣା ଅଟେ । ଦୀର୍ଘ 16ବର୍ଷ ପରେ ଏହି ମାମଲାର ଶୁଣାଣି କରି ମୁମ୍ବାଇ କୋର୍ଟ ଶିଳ୍ପା ଶେଟ୍ଟୀଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଖାରଜ କରିଛନ୍ତି କୋର୍ଟ । ଏଥିସହ କୋର୍ଟ କହିଛନ୍ତି ଯେ ଅଭିନେତ୍ରୀ ଚୁମ୍ବନ ଦେଇନାହାଁନ୍ତି... କିନ୍ତୁ ତାଙ୍କୁ ଚୁମ୍ବନ ଦିଆଯାଇଛି ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ସର୍ବସାଧାରଣରେ ମହିଳାଙ୍କ ସହ ଏହି ପ୍ରକାର ଆଚରଣରେ ମହିଳାଙ୍କ ସମ୍ପୃକ୍ତିକୁ କୁହାଯାଇପାରିବ ନାହିଁ କିମ୍ବା ସେମାନଙ୍କ ବିରୋଧରେ କୌଣସି ମାମଲା ଦାୟର କରାଯାଇପାରିବ ନାହିଁ । ଏବଂ ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ଅଭିନେତ୍ରୀଙ୍କ ଦ୍ବାରା ଅଶ୍ଳୀଳତାର କୌଣସି ପ୍ରମାଣ ନାହିଁ । ଜିଲ୍ଲା କୋର୍ଟର ନିର୍ଦ୍ଦୋଷ ଆଦେଶକୁ ସମର୍ଥନ କରୁଥିବାବେଳେ ଅତିରିକ୍ତ ସେସନ୍ସ ଜଜ୍ ଏସ.ଜି ଯାଦବ ଏହି ରାୟ ଦେଇଛନ୍ତି ।

ସୂଚନା ଥାଉ କି, 2007ରେ ଶିଳ୍ପା ଶେଟ୍ଟୀ ଏବଂ ରିଚାର୍ଡ ଗେରେ ରାଜସ୍ଥାନରେ ଏଡସ୍ ସଚେତନତା କାର୍ଯ୍ୟକ୍ରମରେ ଅତିଥି ଭାବରେ ପହଞ୍ଚିଥିଲେ । ଏହି ସମୟରେ ରିଚାର୍ଡ ମଞ୍ଚରେ ଶିଳ୍ପା ଶେଟ୍ଟୀଙ୍କୁ ସର୍ବସାଧାରଣରେ ଚୁମ୍ବନ ଦେଇଥିଲେ । ଯାହାକୁ ପରେ ବହୁ ସମାଲୋଚନା କରାଯାଇଥିଲା । ଅନେକ ଲୋକ ଏହି କାର୍ଯ୍ୟକୁ ଦେଶର ସଂସ୍କୃତି ପ୍ରତି ଅପମାନ ବୋଲି କହି ସମାଲୋଚନା କରିଥିଲେ । ଏବଂ ଏହାକୁ ନେଇ ଉଭୟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ରାଜସ୍ଥାନର ଅଲୱାର ପୋଲିସ ଷ୍ଟେସନରେ ଶିଳ୍ପା ଶେଟ୍ଟୀ ଏବଂ ରିଚାର୍ଡ ଗେରେଙ୍କ ବିରୋଧରେ ଭୁପସିନ୍ ନାମକ ଜଣେ ଅଭିଯୋଗକାରୀ ଏନେଇ ମାମଲା ରୁଜୁ କରିଥିଲେ । ସେହିଦିନ ଠାରୁ ଶିଳ୍ପା ଶେଟ୍ଟୀଙ୍କୁ ଏହି ମାମଲାରେ ଅନେକ ଥର କୋର୍ଟ ଯିବାକୁ ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.